Posted inଫୁରସତ

ଡାଟା ଡିଲିଟ୍‌ ସମ୍ଭବ କି

କେବେ ଜାଣତରେ ତ କେବେ ଅଜାଣତରେ ଆମେ ଆମର ପର୍ସନାଲ ଡାଟା ବା ବ୍ୟକ୍ତିଗତ ତଥ୍ୟକୁ ଇଣ୍ଟରନେଟ୍‌ରେ ସାର୍ବଜନୀନ କରିଦେଇଥାଉ। ସାଧାରଣତଃ ପର୍ସନାଲ ଡାଟା କହିଲେ ଜଣଙ୍କର ନାମ, ଫୋନ୍‌ ନମ୍ବର, ଇ-ମେଲ, ଘରର ଆଡ୍ରେସ୍‌ ଆଦିକୁ ବୁଝାଏ। କିନ୍ତୁ କିଛି କମ୍ପାନୀ ୟା’ଠାରୁ ଅଧିକ ତଥ୍ୟ ଯେମିତିକି ବୟସ, ଲିଙ୍ଗ, ଇଣ୍ଟେରେଷ୍ଟ, ରିଅଲ ଟାଇମ୍‌ ଲୋକେସନ୍‌, ଫ୍ରେଣ୍ଡସ୍‌ ଓ ଆପ୍‌ରେ ଜଣଙ୍କର ବିହେଭିୟର୍‌ କିଭଳି ତାକୁ ବି ସଂଗ୍ରହ କରିଥାନ୍ତି। ଏହିସବୁ ଡାଟାକୁ ଶେୟାର କଲାବେଳେ ତାହା କ୍ଷତିକାରକ ନ ଲାଗିପାରେ। ହେଲେ ଏହା ସେତେବେଳେ କ୍ଷତିକାରକ ସାବ୍ୟସ୍ତ ହୁଏ ଯେବେ ତଥ୍ୟଗୁଡିକ ଭୁଲ୍‌ ହାତରେ ପଡିଯାଏ, ପର୍ସନାଲ ଆକାଉଣ୍ଟ ଅବା ଏକ କମ୍ପାନୀର ଓ୍ବେସାଇଟ୍‌ ହ୍ୟାକ୍‌ ହେଇଯାଏ। ଅବା ଏହାଦ୍ୱାରା କାହାରି ଆର୍ଥତ୍କ କ୍ଷତି ହୁଏ ଓ ବିନା ଅନୁମତିରେ ଜଣଙ୍କ ନାଁରେ କିଛି ନିଷ୍ପତ୍ତି ନିଆଯାଏ। ସାଇବର୍‌ ଏକ୍ସପର୍ଟ ପ୍ରଶାନ୍ତ ସାହୁ କୁହନ୍ତି,”ଆଗରୁ କୁହାଯାଉଥିଲା ‘ସବ୍‌ସେ ବଡ଼ା ରୁପୈୟା’। ହେଲେ ଏବେକାର ଯୁଗ ହେଉଛି ‘ସବ୍‌ସେ ବଡା ଡାଟା’। ଯାହା ପାଖରେ ଯେତେ ଡାଟା ସେ ସେତେ ବଡ କମ୍ପାନୀ। ଓ୍ବାର୍ଲଡର ବଡ ବଡ କମ୍ପାନୀମଧ୍ୟରୁ ଅଧିକାଂଶ ଆଇଟି କମ୍ପାନୀ। ଯେମିତିକି ହ୍ବାଟ୍ସ ଆପ୍‌, ଫେସ୍‌ବୁକ, ଇନ୍‌ଷ୍ଟାଗ୍ରାମ, ଆମାଜନ, ଜିଓ ଆଦି। ବେଳେବେଳେ ମନରେ ଆସୁଥିବ ଫେସ୍‌ବୁକ୍‌ ମାଗଣାରେ ସେବା ଦେଉଛି ତେବେ ସେ ଏତେବଡ କମ୍ପାନୀ କେମିତି ହେଲା? ଏହାର ଉତ୍ତର ହେଉଛି ସେମାନଙ୍କ ପାଖରେ ଅଛି ପ୍ରଚୁର ଡାଟା। ସେଇ ଡାଟାକୁ ବିକ୍ରି କରି ସେମାନେ ବଡ କମ୍ପାନୀରେ ପରିଣତ ହେଉଛନ୍ତି। ଅର୍ଥାତ୍‌ ଆମେ ସେମାନଙ୍କ ପାଇଁ ଗୋଟେ ଗୋଟେ ପ୍ରଡକ୍ଟ। ତଥ୍ୟ ଅନୁଯାୟୀ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେସ୍‌ବୁକ୍‌ର ୫୦ ମିଲିୟନ ଆମେରିକୀୟ ୟୁଜର୍‌ଙ୍କ ବ୍ୟକ୍ତିଗତ ତଥ୍ୟକୁ କିଣି ସେମାନଙ୍କ ଆଚାର ବ୍ୟବହାରକୁ ଷ୍ଟଡି କରି ଭୋଟର୍‌ଙ୍କୁ ପ୍ରଭାବିତ କରି ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ। ଯାହାକୁ ସୋସିଆଲ ନେଟଓ୍ବର୍କ ଇତିହାସର ସବୁଠାରୁ ବଡ଼ ଡାଟା ଲିକ୍‌ ଭାବେ ଗଣନା କରାଯାଏ। ଏହାବାଦ୍‌ ମୋବାଇଲରେ ଯେତିକି ଆପ୍‌ ସେସବୁଥିରେ ଆମ ଡାଟା ରହିଛି। ତେଣୁ ବ୍ୟକ୍ତିଗତ ବୋଲି ଆମର ଏବେ ଆଉ କିଛି ନାହିଁ। ଏହିସବୁ ଡାଟା ସାଧାରଣତଃ କ୍ଲାଉଡ ସର୍ଭରରେ ରଖାଯାଏ। ଅର୍ଥାତ୍‌ ବିଭିନ୍ନ ଦେଶର ସର୍ଭରରେ ଏହି ଡାଟା ଥାଏ। ଫଳରେ ଗୋଟିଏ ଯାଗାରୁ ଡାଟା ଡିଲିଟ୍‌ କଲେ ବି ଅନ୍ୟ କେଉଁଠି ଡାଟା ରହିଥାଏ। ମନେକର କୌଣସି ଆପ୍‌ ଆପଣ ଅନ୍‌ଇନଷ୍ଟାଲ କରୁଛନ୍ତି। କିଛି ମାସ ପରେ ଯଦି ତାକୁ ପୁଣି ଥରେ ଇନ୍‌ଷ୍ଟାଲ କରିବେ ଦେଖିବେ ଆପଣଙ୍କର ସବୁ ଡାଟା ଆସିଯିବ। ଅର୍ଥାତ୍‌ ଆପଣଙ୍କ ଡାଟା ସେଭ୍‌ କରି ରଖାଯାଉଛି। ତେଣୁ ଡାଟାକୁ ଡିଲିଟ୍‌ କରିବା ଏତେ ସହଜ ନୁହେଁ। କିନ୍ତୁ ୟୁରୋପରେ ଜିଡିପିଆର (ଜେନେରାଲ ଡାଟା ପ୍ରୋଟେକ୍ସନ ରେଗୁଲେସନ୍‌)ଆକ୍ଟ ଓ କାଲିଫର୍ନିଆରେ ସିସିପିଏ (କାଲିଫର୍ନିଆ କନଜ୍ୟୁମର୍‌ ପ୍ରାଇଭେସି ଆକ୍ଟ) ଲାଗୁ ହେଇଛି। ଯାହା ମାଧ୍ୟମରେ ବ୍ୟକ୍ତିଗତ ଡାଟାକୁ ସେଠାକାର ଅଧିବାସୀ କମ୍ପାନୀଗୁଡିକରୁ ଡିଲିଟ କରିପାରୁଛନ୍ତି। ଭାରତରେ କିନ୍ତୁ ବ୍ୟକ୍ତିଗତ ଡାଟାକୁ ସୁରକ୍ଷା ଦେବା ତଥା ଡାଟା ଡିଲିଟ କରିବାକୁ କୌଣସି କମ୍ପାନୀକୁ କହିବା ପାଇଁ ସେମିତି କିଛି ନିୟମ ନାହିଁ। ‘ଦ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ ୨୦୨୨’ ଆମ ଦେଶରେ ଆସିଥିଲା। ହେଲେ ଏ ଯାଏଁ ତାହା ଲାଗୁ ହେଇନି। କାରଣ ଏଠାରେ ନିୟମଟିଏ ଲାଗୁ ହେବା ପାଇଁ ଲାଗିଯାଏ ବର୍ଷ ବର୍ଷ। ଏ କ୍ଷେତ୍ରରେ ଯେତେ ବିଳମ୍ବରେ ଆଇନ ଆସିବ ଟେକ୍ନଲୋଜି ସେତେ ଅଧିକ ଡେଭଲପ୍‌ ହେଇଯାଇଥିବ। ଫେସ୍‌ବୁକ୍‌ ପରି ବଡ଼ ବଡ଼ କମ୍ପାନୀ ଅନ୍ୟ ଦେଶକୁ ଡାଟା ପ୍ରାଇଭେସି ଭଙ୍ଗ କରିବା ନେଇ ଜରିମାନା ଦେଉଥିବା ଦେଖାଯାଏ। ହେଲେ ଏହି କମ୍ପାନୀଗୁଡିକ ଭାରତକୁ କେବେ ଜରିମାନା ଦେଉଥିବା ଦେଖିବାକୁ ମିଳେନା। କାରଣ ସେହି ଦେଶଗୁଡିକ ଡାଟା ପ୍ରୋଟେକ୍ସନ କ୍ଷେତ୍ରରେ ବହୁତ ଷ୍ଟ୍ରିକ୍ଟ। ଆଉ ଆମ ଦେଶରେ ଡାଟା ଲିକେଜ୍‌କୁ ନେଇ ନା ଜନସାଧାରଣ ନା ସରକାର କେହି ବି ବିଶେଷ ଗୁରୁତ୍ୱ ଦିଅନ୍ତି ନାହିଁ। ଫଳରେ ଫ୍ରଡ କଲ୍‌, ସ୍କାମ, ହ୍ୟାକିଂ ଭଳି ଅନେକ ସମସ୍ୟା ଉପୁଜିଥାଏ। ଆମ ପାଖକୁ ଆସୁଥିବା କ୍ରେଡିଟ କାର୍ଡ ପାଇଁ କଲ୍‌ ହେଉକି ପିଲାଙ୍କ ପାଠପଢା ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ଆସୁଥିବା କଲ, ଏହି ଡାଟା ଲିକେଜ୍‌ ବା ଡାଟା ସେଲିଂ ପାଇଁ ହିଁ ହୋଇଥାଏ।“
ଡାଟା ସେଲିଂ ରୋକୁଛି ସିସିପିଏ:୨୦୨୦ରେ କାଲିଫର୍ନିଆ କନଜ୍ୟୁମର୍‌ ପ୍ରାଇଭେସୀ ଆକ୍ଟ(ସିସିପିଏ) କାର୍ଯ୍ୟକାରୀ ହେଇଥିଲା। ଏହି ଆକ୍ଟ ରାଜ୍ୟର ଅଧିବାସୀଙ୍କୁ ନିଜର ଡାଟା ବିକ୍ରି ନ କରିବା ଲାଗି କମ୍ପାନୀଗୁଡିକୁ କହିବାର ଅଧିକାର ଦେଇଛି । ତା’ସହ ଶେୟାର ହୋଇଥିବା ଡାଟାର କପି ବି ସେମାନେ ମଗାଇ ପାରିବେ ଓ ଉକ୍ତ ଡାଟାକୁ ଡିଲିଟ କରିବାକୁ କହିବାର ଅଧିକାର ବି ଏଥିରେ ଦିଆଯାଇଛି। ଭର୍ଜିନିଆ, କଲରାଡୋରେ ମଧ୍ୟ କନ୍‌ଜ୍ୟୁମର୍‌ ପ୍ରାଇଭେସି ଆଇନ୍‌ ପାସ୍‌ ହୋଇସାରିଛି। ଆଗାମୀ ଦିନରେ ମାସାଚୁସେଟ୍‌ସ, ନ୍ୟୁୟର୍କ, ମିନେସୋଟା, ନର୍ଥ କାରୋଲିନା, ଓହିଓ ଓ ପେନ୍‌ସିଲଭାନିଆ ଆଦି ରାଜ୍ୟ ମଧ୍ୟ ପ୍ରାଇଭେସି ଲେଜିସଲେସନ୍‌କୁ ଆପଣେଇପାରନ୍ତି। ସିସିପିଏ ଅନୁସାରେ ଯେଉଁ କମ୍ପାନୀର ୧୦ ମିଲିୟନରୁ ଉର୍ଦ୍ଧ୍ୱ ଗ୍ରାହକ ଅଛନ୍ତି ସେ କମ୍ପାନୀକୁ ବର୍ଷକ ଭିତରେ ଡାଟା ଡିଲିଟ୍‌ ପାଇଁ କେତେ ଅନୁରୋଧ ଆସିଛି ତାହା ଜଣାଇବା ବାଧ୍ୟତାମୂଳକ। ଆଉ ସେଥିମଧ୍ୟରୁ ସେମାନେ କେତୋଟି ଅନୁରୋଧକୁ ସମ୍ମାନ ଜଣାଇଛନ୍ତି ତା’ର ବିବରଣୀ ବି ସେମାନଙ୍କୁ ଦେବାକୁ ହେବ। ସିସିପିଏ ଆକ୍ଟ କେବଳ କାଲିଫର୍ନିଆବାସୀଙ୍କ ପାଇଁ। ତେବେ ସ୍ପଟିଫାଏ, ଉବର ଓ ଟ୍ବିଟର ଆଦି କିଛି କମ୍ପାନୀ କହିଛନ୍ତି ଡାଟା ଡିଲିଟ୍‌ର ଅନୁରୋଧ ପୃଥିବୀର ଯେଉଁଠାରୁ ଆସିଲେ ବି ଆମେ ତାକୁ ସମ୍ମାନ ଜଣାଇବୁ। ସେହିଭଳି ନେଟ୍‌ଫ୍ଲିକ୍ସ, ମାଇକ୍ରୋସଫ୍ଟ, ଷ୍ଟାରବକ୍‌ ଓ ୟୁପିଏସ୍‌ କମ୍ପାନି ମଧ୍ୟ କହିଛନ୍ତି ସିସିପିଏ ଅଧିକାରକୁ ଆମେ ସବୁ ଆମେରିକୀୟଙ୍କ ପର୍ଯ୍ୟନ୍ତ ପହଞ୍ଚାଇବୁ। କିନ୍ତୁ ସବୁ କମ୍ପାନୀ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। କାରଣ ଡାଟା ସେମାନଙ୍କ ପାଇଁ ବହୁତ ମୂଲ୍ୟବାନ।

– ଶିବାନୀ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଭୀମ ଭୋଇ ସାମର୍ଥ୍ୟ ଶିବିରରେ ଅଧିକାରୀଙ୍କ ଦାଦାଗିରି: ସେବା ଅପେକ୍ଷା ‘ଫଟୋ ସୋ’ ଅଧିକ 

ଥୁଆମୂଳରାମପୁର,୭ା୨(ଦୁର୍ଗା କୀର୍ତ୍ତି): କଳାହାଣଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକ ଗୋପୀନାଥପୁର ପଞ୍ଚାୟତର ଫଟକି ମହୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ…

‘ଭାରତ ହେଉଛି ବିଶ୍ୱାସର ସବୁଠାରୁ ଶକ୍ତିଶାଳୀ ମୁଦ୍ରା’, ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ଦୁଇ ଦିନିଆ ମାଲେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ବିକାଶ ପାଇଁ ଏକ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି…

USA ବିପକ୍ଷରେ ବିଜୟ ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ଖୁଲାସା, ୱାଶିଂଟନ୍ ସୁନ୍ଦର…..

ଟିମ୍ ଇଣ୍ଡିଆ ICC ଟି୨୦ ବିଶ୍ୱକପରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି। ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚରେ ଆମେରିକା ଦଳକୁ ପରାସ୍ତ କରିଥିଲା। ଟିମ୍ ଇଣ୍ଡିଆର…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ସରିଲା ଗୋଲାପ ଦିଆନିଆ, ଆଜି ପ୍ରପୋଜ୍‌

ଭୁବନେଶ୍ୱର,୮।୨(ସୌମ୍ୟରଞ୍ଜନ ରାଉତ): ଭାଲାଣ୍ଟାଇନ୍‌ ଡେ’ର ପ୍ରଥମ ପାହାଚ ରୋଜ୍‌ ଡେ’ ପାଇଁ ଶନିବାର ଚଳଚଞ୍ଚଳ ହୋଇଉଠିଥିଲା ରାଜଧାନୀ। ପରସ୍ପରକୁ ଗୋଲାପ ଦେଇ ଶୁଭେଚ୍ଛା ଜଣାଇଥିଲେ ପ୍ରେମୀଯୁଗଳ। ହଷ୍ଟେଲ୍‌ଗୁଡିକରେ…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri