Posted inଫୁରସତ

ଡାଟା ଡିଲିଟ୍‌ ସମ୍ଭବ କି

କେବେ ଜାଣତରେ ତ କେବେ ଅଜାଣତରେ ଆମେ ଆମର ପର୍ସନାଲ ଡାଟା ବା ବ୍ୟକ୍ତିଗତ ତଥ୍ୟକୁ ଇଣ୍ଟରନେଟ୍‌ରେ ସାର୍ବଜନୀନ କରିଦେଇଥାଉ। ସାଧାରଣତଃ ପର୍ସନାଲ ଡାଟା କହିଲେ ଜଣଙ୍କର ନାମ, ଫୋନ୍‌ ନମ୍ବର, ଇ-ମେଲ, ଘରର ଆଡ୍ରେସ୍‌ ଆଦିକୁ ବୁଝାଏ। କିନ୍ତୁ କିଛି କମ୍ପାନୀ ୟା’ଠାରୁ ଅଧିକ ତଥ୍ୟ ଯେମିତିକି ବୟସ, ଲିଙ୍ଗ, ଇଣ୍ଟେରେଷ୍ଟ, ରିଅଲ ଟାଇମ୍‌ ଲୋକେସନ୍‌, ଫ୍ରେଣ୍ଡସ୍‌ ଓ ଆପ୍‌ରେ ଜଣଙ୍କର ବିହେଭିୟର୍‌ କିଭଳି ତାକୁ ବି ସଂଗ୍ରହ କରିଥାନ୍ତି। ଏହିସବୁ ଡାଟାକୁ ଶେୟାର କଲାବେଳେ ତାହା କ୍ଷତିକାରକ ନ ଲାଗିପାରେ। ହେଲେ ଏହା ସେତେବେଳେ କ୍ଷତିକାରକ ସାବ୍ୟସ୍ତ ହୁଏ ଯେବେ ତଥ୍ୟଗୁଡିକ ଭୁଲ୍‌ ହାତରେ ପଡିଯାଏ, ପର୍ସନାଲ ଆକାଉଣ୍ଟ ଅବା ଏକ କମ୍ପାନୀର ଓ୍ବେସାଇଟ୍‌ ହ୍ୟାକ୍‌ ହେଇଯାଏ। ଅବା ଏହାଦ୍ୱାରା କାହାରି ଆର୍ଥତ୍କ କ୍ଷତି ହୁଏ ଓ ବିନା ଅନୁମତିରେ ଜଣଙ୍କ ନାଁରେ କିଛି ନିଷ୍ପତ୍ତି ନିଆଯାଏ। ସାଇବର୍‌ ଏକ୍ସପର୍ଟ ପ୍ରଶାନ୍ତ ସାହୁ କୁହନ୍ତି,”ଆଗରୁ କୁହାଯାଉଥିଲା ‘ସବ୍‌ସେ ବଡ଼ା ରୁପୈୟା’। ହେଲେ ଏବେକାର ଯୁଗ ହେଉଛି ‘ସବ୍‌ସେ ବଡା ଡାଟା’। ଯାହା ପାଖରେ ଯେତେ ଡାଟା ସେ ସେତେ ବଡ କମ୍ପାନୀ। ଓ୍ବାର୍ଲଡର ବଡ ବଡ କମ୍ପାନୀମଧ୍ୟରୁ ଅଧିକାଂଶ ଆଇଟି କମ୍ପାନୀ। ଯେମିତିକି ହ୍ବାଟ୍ସ ଆପ୍‌, ଫେସ୍‌ବୁକ, ଇନ୍‌ଷ୍ଟାଗ୍ରାମ, ଆମାଜନ, ଜିଓ ଆଦି। ବେଳେବେଳେ ମନରେ ଆସୁଥିବ ଫେସ୍‌ବୁକ୍‌ ମାଗଣାରେ ସେବା ଦେଉଛି ତେବେ ସେ ଏତେବଡ କମ୍ପାନୀ କେମିତି ହେଲା? ଏହାର ଉତ୍ତର ହେଉଛି ସେମାନଙ୍କ ପାଖରେ ଅଛି ପ୍ରଚୁର ଡାଟା। ସେଇ ଡାଟାକୁ ବିକ୍ରି କରି ସେମାନେ ବଡ କମ୍ପାନୀରେ ପରିଣତ ହେଉଛନ୍ତି। ଅର୍ଥାତ୍‌ ଆମେ ସେମାନଙ୍କ ପାଇଁ ଗୋଟେ ଗୋଟେ ପ୍ରଡକ୍ଟ। ତଥ୍ୟ ଅନୁଯାୟୀ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେସ୍‌ବୁକ୍‌ର ୫୦ ମିଲିୟନ ଆମେରିକୀୟ ୟୁଜର୍‌ଙ୍କ ବ୍ୟକ୍ତିଗତ ତଥ୍ୟକୁ କିଣି ସେମାନଙ୍କ ଆଚାର ବ୍ୟବହାରକୁ ଷ୍ଟଡି କରି ଭୋଟର୍‌ଙ୍କୁ ପ୍ରଭାବିତ କରି ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ। ଯାହାକୁ ସୋସିଆଲ ନେଟଓ୍ବର୍କ ଇତିହାସର ସବୁଠାରୁ ବଡ଼ ଡାଟା ଲିକ୍‌ ଭାବେ ଗଣନା କରାଯାଏ। ଏହାବାଦ୍‌ ମୋବାଇଲରେ ଯେତିକି ଆପ୍‌ ସେସବୁଥିରେ ଆମ ଡାଟା ରହିଛି। ତେଣୁ ବ୍ୟକ୍ତିଗତ ବୋଲି ଆମର ଏବେ ଆଉ କିଛି ନାହିଁ। ଏହିସବୁ ଡାଟା ସାଧାରଣତଃ କ୍ଲାଉଡ ସର୍ଭରରେ ରଖାଯାଏ। ଅର୍ଥାତ୍‌ ବିଭିନ୍ନ ଦେଶର ସର୍ଭରରେ ଏହି ଡାଟା ଥାଏ। ଫଳରେ ଗୋଟିଏ ଯାଗାରୁ ଡାଟା ଡିଲିଟ୍‌ କଲେ ବି ଅନ୍ୟ କେଉଁଠି ଡାଟା ରହିଥାଏ। ମନେକର କୌଣସି ଆପ୍‌ ଆପଣ ଅନ୍‌ଇନଷ୍ଟାଲ କରୁଛନ୍ତି। କିଛି ମାସ ପରେ ଯଦି ତାକୁ ପୁଣି ଥରେ ଇନ୍‌ଷ୍ଟାଲ କରିବେ ଦେଖିବେ ଆପଣଙ୍କର ସବୁ ଡାଟା ଆସିଯିବ। ଅର୍ଥାତ୍‌ ଆପଣଙ୍କ ଡାଟା ସେଭ୍‌ କରି ରଖାଯାଉଛି। ତେଣୁ ଡାଟାକୁ ଡିଲିଟ୍‌ କରିବା ଏତେ ସହଜ ନୁହେଁ। କିନ୍ତୁ ୟୁରୋପରେ ଜିଡିପିଆର (ଜେନେରାଲ ଡାଟା ପ୍ରୋଟେକ୍ସନ ରେଗୁଲେସନ୍‌)ଆକ୍ଟ ଓ କାଲିଫର୍ନିଆରେ ସିସିପିଏ (କାଲିଫର୍ନିଆ କନଜ୍ୟୁମର୍‌ ପ୍ରାଇଭେସି ଆକ୍ଟ) ଲାଗୁ ହେଇଛି। ଯାହା ମାଧ୍ୟମରେ ବ୍ୟକ୍ତିଗତ ଡାଟାକୁ ସେଠାକାର ଅଧିବାସୀ କମ୍ପାନୀଗୁଡିକରୁ ଡିଲିଟ କରିପାରୁଛନ୍ତି। ଭାରତରେ କିନ୍ତୁ ବ୍ୟକ୍ତିଗତ ଡାଟାକୁ ସୁରକ୍ଷା ଦେବା ତଥା ଡାଟା ଡିଲିଟ କରିବାକୁ କୌଣସି କମ୍ପାନୀକୁ କହିବା ପାଇଁ ସେମିତି କିଛି ନିୟମ ନାହିଁ। ‘ଦ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ ୨୦୨୨’ ଆମ ଦେଶରେ ଆସିଥିଲା। ହେଲେ ଏ ଯାଏଁ ତାହା ଲାଗୁ ହେଇନି। କାରଣ ଏଠାରେ ନିୟମଟିଏ ଲାଗୁ ହେବା ପାଇଁ ଲାଗିଯାଏ ବର୍ଷ ବର୍ଷ। ଏ କ୍ଷେତ୍ରରେ ଯେତେ ବିଳମ୍ବରେ ଆଇନ ଆସିବ ଟେକ୍ନଲୋଜି ସେତେ ଅଧିକ ଡେଭଲପ୍‌ ହେଇଯାଇଥିବ। ଫେସ୍‌ବୁକ୍‌ ପରି ବଡ଼ ବଡ଼ କମ୍ପାନୀ ଅନ୍ୟ ଦେଶକୁ ଡାଟା ପ୍ରାଇଭେସି ଭଙ୍ଗ କରିବା ନେଇ ଜରିମାନା ଦେଉଥିବା ଦେଖାଯାଏ। ହେଲେ ଏହି କମ୍ପାନୀଗୁଡିକ ଭାରତକୁ କେବେ ଜରିମାନା ଦେଉଥିବା ଦେଖିବାକୁ ମିଳେନା। କାରଣ ସେହି ଦେଶଗୁଡିକ ଡାଟା ପ୍ରୋଟେକ୍ସନ କ୍ଷେତ୍ରରେ ବହୁତ ଷ୍ଟ୍ରିକ୍ଟ। ଆଉ ଆମ ଦେଶରେ ଡାଟା ଲିକେଜ୍‌କୁ ନେଇ ନା ଜନସାଧାରଣ ନା ସରକାର କେହି ବି ବିଶେଷ ଗୁରୁତ୍ୱ ଦିଅନ୍ତି ନାହିଁ। ଫଳରେ ଫ୍ରଡ କଲ୍‌, ସ୍କାମ, ହ୍ୟାକିଂ ଭଳି ଅନେକ ସମସ୍ୟା ଉପୁଜିଥାଏ। ଆମ ପାଖକୁ ଆସୁଥିବା କ୍ରେଡିଟ କାର୍ଡ ପାଇଁ କଲ୍‌ ହେଉକି ପିଲାଙ୍କ ପାଠପଢା ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ଆସୁଥିବା କଲ, ଏହି ଡାଟା ଲିକେଜ୍‌ ବା ଡାଟା ସେଲିଂ ପାଇଁ ହିଁ ହୋଇଥାଏ।“
ଡାଟା ସେଲିଂ ରୋକୁଛି ସିସିପିଏ:୨୦୨୦ରେ କାଲିଫର୍ନିଆ କନଜ୍ୟୁମର୍‌ ପ୍ରାଇଭେସୀ ଆକ୍ଟ(ସିସିପିଏ) କାର୍ଯ୍ୟକାରୀ ହେଇଥିଲା। ଏହି ଆକ୍ଟ ରାଜ୍ୟର ଅଧିବାସୀଙ୍କୁ ନିଜର ଡାଟା ବିକ୍ରି ନ କରିବା ଲାଗି କମ୍ପାନୀଗୁଡିକୁ କହିବାର ଅଧିକାର ଦେଇଛି । ତା’ସହ ଶେୟାର ହୋଇଥିବା ଡାଟାର କପି ବି ସେମାନେ ମଗାଇ ପାରିବେ ଓ ଉକ୍ତ ଡାଟାକୁ ଡିଲିଟ କରିବାକୁ କହିବାର ଅଧିକାର ବି ଏଥିରେ ଦିଆଯାଇଛି। ଭର୍ଜିନିଆ, କଲରାଡୋରେ ମଧ୍ୟ କନ୍‌ଜ୍ୟୁମର୍‌ ପ୍ରାଇଭେସି ଆଇନ୍‌ ପାସ୍‌ ହୋଇସାରିଛି। ଆଗାମୀ ଦିନରେ ମାସାଚୁସେଟ୍‌ସ, ନ୍ୟୁୟର୍କ, ମିନେସୋଟା, ନର୍ଥ କାରୋଲିନା, ଓହିଓ ଓ ପେନ୍‌ସିଲଭାନିଆ ଆଦି ରାଜ୍ୟ ମଧ୍ୟ ପ୍ରାଇଭେସି ଲେଜିସଲେସନ୍‌କୁ ଆପଣେଇପାରନ୍ତି। ସିସିପିଏ ଅନୁସାରେ ଯେଉଁ କମ୍ପାନୀର ୧୦ ମିଲିୟନରୁ ଉର୍ଦ୍ଧ୍ୱ ଗ୍ରାହକ ଅଛନ୍ତି ସେ କମ୍ପାନୀକୁ ବର୍ଷକ ଭିତରେ ଡାଟା ଡିଲିଟ୍‌ ପାଇଁ କେତେ ଅନୁରୋଧ ଆସିଛି ତାହା ଜଣାଇବା ବାଧ୍ୟତାମୂଳକ। ଆଉ ସେଥିମଧ୍ୟରୁ ସେମାନେ କେତୋଟି ଅନୁରୋଧକୁ ସମ୍ମାନ ଜଣାଇଛନ୍ତି ତା’ର ବିବରଣୀ ବି ସେମାନଙ୍କୁ ଦେବାକୁ ହେବ। ସିସିପିଏ ଆକ୍ଟ କେବଳ କାଲିଫର୍ନିଆବାସୀଙ୍କ ପାଇଁ। ତେବେ ସ୍ପଟିଫାଏ, ଉବର ଓ ଟ୍ବିଟର ଆଦି କିଛି କମ୍ପାନୀ କହିଛନ୍ତି ଡାଟା ଡିଲିଟ୍‌ର ଅନୁରୋଧ ପୃଥିବୀର ଯେଉଁଠାରୁ ଆସିଲେ ବି ଆମେ ତାକୁ ସମ୍ମାନ ଜଣାଇବୁ। ସେହିଭଳି ନେଟ୍‌ଫ୍ଲିକ୍ସ, ମାଇକ୍ରୋସଫ୍ଟ, ଷ୍ଟାରବକ୍‌ ଓ ୟୁପିଏସ୍‌ କମ୍ପାନି ମଧ୍ୟ କହିଛନ୍ତି ସିସିପିଏ ଅଧିକାରକୁ ଆମେ ସବୁ ଆମେରିକୀୟଙ୍କ ପର୍ଯ୍ୟନ୍ତ ପହଞ୍ଚାଇବୁ। କିନ୍ତୁ ସବୁ କମ୍ପାନୀ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। କାରଣ ଡାଟା ସେମାନଙ୍କ ପାଇଁ ବହୁତ ମୂଲ୍ୟବାନ।

– ଶିବାନୀ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri