ଭୁବନେଶ୍ୱର,୧୮।୨: IAS ବିଷ୍ଣୁପଦ ସେଠୀଙ୍କ ଘରେ ମଙ୍ଗଳବାର ସକାଳୁ ସକାଳୁ ସିବିଆଇ ରେଡ ହୋଇଥିବା ସୂଚନା ମିଳିଛି । ସିବିଆଇର ୮ ଜଣିଆ ଟିମ ବିଷ୍ଣୁପଦଙ୍କ ଭୁବନେଶ୍ବରରେ ଥିବା ସରକାରୀ କ୍ବାର୍ଟର୍ସରେ ରେଡ କରିଛନ୍ତି।
ତେବେ ସିବିଆଇ ରେଡ ବେଳେ ଆଇଏସ ଓ ସିବିଆଇ ଅଧିକାରୀଙ୍କ ଭିତରେ କଥା କଟାକଟି ହୋଇଛି। କାହିଁକି ଗଣମାଧ୍ୟମ ପ୍ରବେଶ ସେ ନେଇ ସିବିଆଇ ଅଧିକାରୀ ପ୍ରଶ୍ନ ଉଠାଇଲା ପରେ ବିଷ୍ଣୁପଦ କହିଛନ୍ତି ଆପଣ ଗଣମଧ୍ୟମକୁ ଡାକିଛନ୍ତି ମତେ କାହିଁ କହୁଛନ୍ତି।
ଆମକୁ ଯିଦି କିଏ ହଇରାଣ କରିବାକୁ ପଠେଇବ ଆମେ କ’ଣ କରିବୁ ଆମେ ନିଃସହାୟ । ଆମେ କିଛି କରିନୁ, ଆମେ ପଇସା ନେଇନୁ , ଆମେ ଦେଖିନୁ । ବିନା ଲେଡି ପୋଲିସରେ ମୋ ଘରେ ପଶିଛନ୍ତି। ସେ ୨ ଜଣ ବରିଷ୍ଠ ଅଧିକାରୀଙ୍କ ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ ବ୍ୟବହାର ବହୁତ ଅଭଦ୍ର। ବର୍ତ୍ତମାନ ଦେସକଥାକୁ ସେମାନେ ବଡ଼ କରିବେ ଆମ ନା ରେ ମିଛ ଲେଖିବେ । ମୋ ଘରେ ଜୋରଜବରଦସ୍ତ ରେଡ ଚାଲିଛି । ଏହା ଏକ ଷଡଯନ୍ତ୍ର ଭଳି ଲାଗୁଛି। ବ୍ରିଜ ଆଣ୍ଡ ରୁଫ କମ୍ପାନୀ ସହିତ ମୋର କୌଣସି ସମ୍ପର୍କ ନାହିଁ । ମୁଁ ଚାକିରିରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି । ମୋର କିଛି ଦୋଷ ନାହିଁ ।