ଭଦ୍ରକ,୧ା୫(ସନାତନ ରାଉତ): ମୁଖ୍ୟମନ୍ତ୍ରୀ ପୋଷାକ ପରିଧାନ ଯୋଜନାରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପୋଷାକ ଅନିୟମିତତା ବିରୋଧରେ ଭଦ୍ରକ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ସ୍ବୟଂ ସହାୟିକା ଗୋଷ୍ଠୀ ମହାମଞ୍ଚର ମହିଳାମାନେ। ବିଦ୍ୟାଳୟକୁ ପୋଷାକ ଯୋଗାଇବା ପାଇଁ ମହିଳା ଗୋଷ୍ଠୀକୁ ଅର୍ଡର ଦିଆ ନ ଯାଇ ଅନ୍ୟ ସଂସ୍ଥାକୁ ଦିଆଯାଇଛି ବୋଲି ବିରୋଧ କରିଛନ୍ତି। ସିଆରସିସି ମହିଳାମାନଙ୍କଠାରୁ ହଜାରେ ଟଙ୍କା ଲେଖାଏ ଲାଞ୍ଚ ନେଇ ଅନ୍ୟ ସଂସ୍ଥାକୁ କିପରି ଦିଆଗଲା ବୋଲି ବିରୋଧ କରି ମଞ୍ଚ ପକ୍ଷରୁ ଜୟନ୍ତୀ ବିଶ୍ୱାଳ, ଗୀତାଞ୍ଜଳି ନାୟକ, ମମତା ଚକ୍ରବର୍ତ୍ତୀ, ସମିମ ଅକ୍ତର, ଫର୍ଜନା ଖାତୁନ, ସମାମା ଖାତୁନ, ନାସିମା ବିବିଙ୍କ ସମେତ ବହୁ ସଂଖ୍ୟାରେ ମହିଳା ବିଇଓ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତ। ଟାଉନ ପୋଲିସ ଘଟଣାସ୍ଥଳରେ ମୁତୟନ ରହିଛି।