ବେଣୀପୁର ଘାଇ ମରାମତିରେ ଅନିୟମିତତା: ବାଲିବସ୍ତାରେ ପୋତା ହେଉଛି

କେନ୍ଦ୍ରାପଡା ଅଫିସ୍‌/ଡେରାବିଶ (ସ୍ବ.ପ୍ର,), ୧୪।୯: କେନ୍ଦ୍ରାପଡା ଜଳସମ୍ପଦ ବିଭାଗ ଅଧୀନ ଡେରାବିଶ ବ୍ଲକ ବେଣୀପୁରଠାରେ ବିରୂପା ନଦୀ ଘେରିବନ୍ଧ ଗତ ବନ୍ୟାରେ ଭାଙ୍ଗିଯାଇଛି। ପ୍ରାୟ ୧୦୦ଫୁଟର ଏହି ଘାଇ ବିଭାଗ ପକ୍ଷରୁ ମରାମତି ଆରମ୍ଭ ହୋଇଥିବା ବେଳେ ନିର୍ମାଣ କାର୍ଯ୍ୟରେ ଅନିୟମିତତା ହେଉଥିବା ଆଲୋଚନା ହେବା ସହ ତଦନ୍ତ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ନେଇ ଜଳସମ୍ପଦ ବିଭାଗ ସଚିବ, ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଏକ ଅଭିଯୋଗ ପତ୍ର ଶନିବାର ଇମେଲ ଯୋଗେ ପଠାଇଛନ୍ତି।
ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ବାନାମ୍ବର ସାହୁ ସୂଚନା ଦେଇଛନ୍ତି, ଘାଇ ମରାମତିରେ ବାଲିବସ୍ତା ପକାଯାଉଛି। ମରାମତି ପାଇଁ ହେଉଥିବା ଖର୍ଚ୍ଚ ସମ୍ପର୍କରେ କୌଣସି ସୂଚନାଫଳକ ଲଗାଯାଇନାହିଁ। ଘାଇ ମରାମତିରେ ଅନିୟମିତତା ହେଉଥିବାରୁ ଆସନ୍ତାବର୍ଷ ପୁଣି ବନ୍ୟା ହେବା ଆଶଙ୍କା ଦେଖାଦେଇଛି। ଫଳରେ ପ୍ରାୟ ୭୦୦ ପରିବାରଙ୍କ ଜୀବନ ବିପଦାପୂର୍ଣ୍ଣ ଅଛି। ତୁରନ୍ତ ଏହି କାର୍ଯ୍ୟର ତଦନ୍ତ କରାଯାଇ ନଦୀବନ୍ଧକୁ ସୁଦୃଢ଼ କରାଯାଉ ବୋଲି ସେ ପ୍ରକାଶ କରିଛନ୍ତି।
ବୁଦ୍ଧିଜୀବୀ ପ୍ରମୋଦ କୁମାର ସ୍ବାଇଁ କହିଛନ୍ତି ଯେ, ୪୫ ବର୍ଷ ଧରି ଏହି ଘେରିବନ୍ଧରେ କୌଣସି ମରାମତି କାର୍ଯ୍ୟ ହୋଇ ନ ଥିବା ବେଳେ ଘାଇ ହୋଇ ନ ଥିଲା। ୨୦୧୮-୧୯ ଆର୍ଥିକ ବର୍ଷରେ ଏହି ସ୍ଥାନରେ ୧.୪ କୋଟି ଟଙ୍କା ମାଟି କାର୍ଯ୍ୟ ଓ ୪.୫ କୋଟି ଟଙ୍କାର ପଥର କାମ ହୋଇଥିଲା। ପ୍ରାୟ ୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ମାତ୍ର ୬ ମାସ ମଧ୍ୟରେ ବନ୍ୟାପାଣି ଆସିବାରୁ ଘାଇ ସୃଷ୍ଟି ହୋଇଛି। ନଦୀବନ୍ଧ ସୁଦୃଢ଼ୀକରଣ ବଦଳରେ ଠିକାଦାର ଦୁର୍ବଳ କରି ଦେଇଥିବା ଏଥିରୁ ସ୍ପଷ୍ଟ ଜଣାପଡୁଛି। ଏବେ ମରାମତି କାର୍ଯ୍ୟ ସମ୍ପୃକ୍ତ ଠିକାଦାରଙ୍କୁ ଦିଆଯାଇଥିବା ବେଳେ ମରାମତି ଆରମ୍ଭରୁ ଅନିୟମିତତା କରାଯାଉଥିବାରୁ ତୁରନ୍ତ ତଦନ୍ତ କରାଯିବାର ଆବଶ୍ୟକତା ରହିଛି। ଏ ନେଇ ଜିଲା ଜଳସମ୍ପଦ ବିଭାଗକୁ ସୂଚନା ଦିଆ ଯାଇଥିଲେ ମଧ୍ୟ ସୁଫଳ ନ ମିଳିବାରୁ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ସ୍ବାଇଁ ଦର୍ଶାଇଛନ୍ତି। ଏ ସମ୍ପର୍କରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ପ୍ରବୋଧ କୁମାର ରାଉତ କହିଛନ୍ତି ଯେ, ପୂର୍ବରୁ ଏହି ସ୍ଥାନରେ ମରାମତି କାର୍ଯ୍ୟ ଓସିସି କରିଥିଲା। ଘାଇ ମରାମତି ଦାୟିତ୍ୱ ସେହି କମ୍ପାନୀଙ୍କୁ ଦିଆଯାଇଛି। ଅନିୟମିତତା ଅଭିଯୋଗକୁ ନେଇ ବିଭାଗୀୟ ତଦନ୍ତ ହେବ ବୋଲି ନିର୍ବାହୀ ଯନ୍ତ୍ରୀ ରାଉତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri