ପାଇପ୍‌ଲାଇନ ବିଛା କାର୍ଯ୍ୟରେ ଅନିୟମିତତା

ନିମାପଡ଼ା,୧୬।୪(ଡି.ଏନ୍‌.ଏ.): ନିମାପଡ଼ା ବ୍ଲକ ଅନ୍ତର୍ଗତ କଳାପାଞ୍ଚଣ ପଞ୍ଚାୟତର ମାଧିବରହମପୁର ଗ୍ରାମଠାରୁ ଉମାମହେଶ୍ୱରପୁର ଗ୍ରାମ ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ନିମନ୍ତେ ପାଇପଲାଇନ ସଂଯୋଗ କାର୍ଯ୍ୟ ଚାଲିଛି। ପଞ୍ଚାୟତ ପକ୍ଷରୁ ୬ଲକ୍ଷ ଟଙ୍କା ଆର୍ଥିକ ଅନୁଦାନରେ ୪ଶହରୁ ଊର୍ଦ୍ଧ୍ୱ ମିଟରର ପାଇପଲାଇନ ବିଛା କାର୍ଯ୍ୟ କରାଯାଉଛି। ହେଲେ ଏହି କାର୍ଯ୍ୟରେ ବ୍ୟାପକ ଜାଲିଆତି, ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ସରକାରୀ ନୀତିନିୟମକୁ ଉଲ୍ଲଂଘନ କରି ମନମୁଖି ଭାବେ ନିମ୍ନମାନର କାର୍ଯ୍ୟ କରାଯାଇ ବିଲ୍‌ ନେବାକୁ ମସୁଧା ଚାଲିଛି। ଏହି କାର୍ଯ୍ୟରେ ଟେଷ୍ଟିଂ ପାଇପ ବ୍ୟବହାର କରା ନ ଯାଇ ନିମ୍ନମାନର ପାଇପ ବିଛାଯାଇଛି। ଫଳରେ ପାଇପ ମାଟି ତଳେ ଖୁବ କମ୍‌ ଦିନ ମଧ୍ୟରେ ଫାଟି ନଷ୍ଟ ହେବାର ଆଶଙ୍କା ରହିଛି। ଅନୂ୍ୟନ ୩ଫୁଟ ଗାତ ଖୋଳାଯାଇ ପାଇପଲାଇନ ପକାଯିବାର ବିଭାଗୀୟ ନିୟମ ରହିଥିବାବେଳେ ମାତ୍ର ୫/୬ଇଞ୍ଚ ଖୋଳାଯାଇ ପାଇପଲାଇନ ସଂଯୋଗ କରି ମାଟି ପୋତି ଦିଆଯାଉଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି କାର୍ଯ୍ୟ ବିନା ଟେଣ୍ଡରରେ କରାଯାଉଥିବା ବିଭିନ୍ନ ମହଲରୁ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ପଞ୍ଚାୟତବାସୀ ସୁବାସ ଚନ୍ଦ୍ର ଲେଙ୍କା, ସୁଶାନ୍ତ କୁମାର ପାତ୍ର, ସାବିତ ଖାନ, ଶରତ କୁମାର ଗିଲି ପ୍ରମୁଖ ପୁରୀ ଜିଲାପାଳ, ପଞ୍ଚାୟତିରାଜ ସଚିବ, ୫-ଟି ସଚିବ, ବିଡିଓଙ୍କ ନିକଟରେ ଅଭିଯୋଗ କରିବା ସହ ଏହି ଜାଲିଆତି କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରାଯିବାକୁ ଦାବି କରିଛନ୍ତି। ଯଥାଶୀଘ୍ର ଏହାର ତଦନ୍ତ କରାଯାଇ ପଦକ୍ଷେପ ନିଆ ନ ଗଲେ ଗଣ ଆନ୍ଦୋଳନ ହେବ ବୋଲି ଯୁବନେତା ସୁବାସ ଚନ୍ଦ୍ର ଲେଙ୍କା, ସୁଶାନ୍ତ ପାତ୍ର ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ନେଇ ବିଡିଓ ମନୋଜ କୁମାର ବେହେରା କହିଛନ୍ତି, ଉକ୍ତ ଘଟଣାର ତୁରନ୍ତ ତଦନ୍ତ କରି ପଦକ୍ଷେପ ନେବାକୁ କନିଷ୍ଠ ଯନ୍ତ୍ରୀ ପିଙ୍କି ମହାନ୍ତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପିଙ୍କି ମହାନ୍ତି ଓ ପିଇଓ କହ୍ନେଇଚରଣ ପ୍ରଧାନଙ୍କୁ ପଚାରିବାରେ ପାଇପଲାଇନ କାର୍ଯ୍ୟ ସରକାରୀ ନୀତି ନିୟମ ଅନୁଯାୟୀ କରାଯାଇଛି। ଏଥିରେ କୌଣସି ଅନିୟମିତତା ରହି ନ ଥିବା ଉଭୟେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri