ଏମ୍‌ଏମ୍‌ଏସ୍‌ଓ୍ବାଇ ରାସ୍ତା ନିର୍ମାଣରେ ଅନିୟମିତତା

ଯାଜପୁର,୧୯ା୮(ହର୍ଷବର୍ଦ୍ଧନ ବେହେରା): ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ (ଆର୍‌ଡି) ବିଭାଗ ଅଧୀନରେ ଥିବା ଯାଜପୁର ନିର୍ମାଣ ଡିଭିଜନ-୧ ବିଭାଗରେ ଠିକାଦାରି ରାଜନୀତି ଅଣାୟତ୍ତ ହେବାରେ ଲାଗିଛି। ଆଭ୍ୟନ୍ତର ଅଞ୍ଚଳବାସୀଙ୍କ ପାଇଁ ଗ୍ରାମ୍ୟ ରାସ୍ତା ନିର୍ମାଣ ଓ ମରାମତି ନାମରେ ବିପୁଳ କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ବ୍ୟାପକ ପିସି କାରବାର ଓ ନିମ୍ନମାନର କାର୍ଯ୍ୟ ହେଉଥିବାରୁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କାର୍ଯ୍ୟରେ ବିଳମ୍ବ କିମ୍ବା ନିମ୍ନମାନର କାର୍ଯ୍ୟ ଅଭିଯୋଗ ହେଲେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ କେବଳ କାରଣ ଦର୍ଶାଅ ନୋଟିସ ଜାରି କରି ନୀରବୀ ଯାଉଥିବା ଦେଖିବାକୁ ମିଳୁଛି। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା(ଏମ୍‌ଏମ୍‌ଏସ୍‌ୱାଇ)ରେ ବଉଳାଙ୍ଗଠାରୁ ଆଖୁଆ ସାହି ଏବଂ ନନ୍ଦୀପୁରଠାରୁ ଜୟନ୍ତିରା ପର୍ଯ୍ୟନ୍ତ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତା ଓ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି। ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ସମ୍ପୃକ୍ତ ସ୍ବତନ୍ତ୍ର ଶ୍ରେଣୀ ଠିକାଦାର ଶୀତଳ ଚନ୍ଦ୍ର ସାହାଣୀ ଏବଂ ଶରତ ଚନ୍ଦ୍ର ସାହୁଙ୍କୁ ଏନେଇ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ସୂଚନା ମିଳିଛି।
ସହରାଞ୍ଚଳର ବିକାଶ ସହିତ ଗ୍ରାମାଞ୍ଚଳକୁ ସାମିଲ କରିବା ଉଦ୍ଦେଶ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ଅଗ୍ରାଧିକାର ଦେଇ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ) ପ୍ରଣୟନ କରିଛନ୍ତି। ଏଥିରେ ଯାଜପୁର ଜିଲାର ୫୦୦ରୁ ଅଧିକ ବସତି ଉପକୃତ ହୋଇଥିବା ଦାବି କରାଯାଉଛି। ତେବେ ବାକି ରହିଥିବା ବସତିଙ୍କ ଉଦ୍ଦେଶ୍ୟରେ ୨୦୧୪-୧୫ ବର୍ଷରୁ ଏମ୍‌ଏମ୍‌ଏସ୍‌ୱାଇ କାର୍ଯ୍ୟକାରୀ ହେଉଛି। ଗ୍ରାମ୍ୟ ରାସ୍ତାକୁ ସୁଦୃଢ଼, ପକ୍କା ଏବଂ ଦୀର୍ଘସ୍ଥାୟୀ କରିବା ଏହି ଯୋଜନାର ଲକ୍ଷ୍ୟ। ତେବେ ମୁଖ୍ୟମନ୍ତ୍ରୀଙ୍କ ନାମରେ ହୋଇଥିବା ଏହି ଯୋଜନା କେତେକ ବିଭାଗୀୟ କନିଷ୍ଠଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ ଠିକାଦାରଙ୍କ ଅସାଧୁମେଣ୍ଟ ଯୋଗୁ ଲକ୍ଷ୍ୟଭ୍ରଷ୍ଟ ହୋଇଥିବା ଚର୍ଚ୍ଚା ହେଉଛି। ସମ୍ପ୍ରତି ଏଠାରେ ବଉଳାଙ୍ଗଠାରୁ ଆଖୁଆସାହି ଏବଂ ନନ୍ଦୀପୁରଠାରୁ ଜୟନ୍ତିରା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଓ ମରାମତି ପ୍ରକଳ୍ପଦ୍ୱୟକୁ ଉଦାହରଣ ଭାବେ ନିଆଯାଇପାରେ। ୫ କୋଟି ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୭.୭୫୦ କିମି ବିଶିଷ୍ଟ ବଉଳାଙ୍ଗଠାରୁ ଆଖୁଆସାହି ରାସ୍ତା ନିର୍ମାଣ ଦାୟିତ୍ୱ ଠିକାଦାର ସାହାଣୀଙ୍କୁ ମିଳିଛି। ଏହି ରାସ୍ତା ୭ା୯ା୨୦୨୨ରେ ଆରମ୍ଭ ହୋଇ ୬ା୯ା୨୦୨୩ରେ ଶେଷ କରିବାକୁ ନିର୍ଦ୍ଧାରିତ ହୋଇଥିଲା। ହେଲେ କାର୍ଯ୍ୟ ଆରମ୍ଭର ୧୧ ମାସ ଅତିକ୍ରାନ୍ତ ହୋଇସାରିଥିଲେ ହେଁ ମଞ୍ଜୁର ଅନୁଦାନରୁ ମାତ୍ର ୨୬.୭୮% ଖର୍ଚ୍ଚ ହୋଇପାରିଛି। ଏହାସହ ରାସ୍ତାର ଉଭୟ ପାର୍ଶ୍ୱରେ ଅତି କମ୍‌ ଗାତ ଖୋଳି କେବଳ ପାଉଁଶ ଓ ଗେଟି ବିଛାଇ ଛାଡ଼ି ଦିଆଯାଇଛି। ଏବେ ସେହି କାର୍ଯ୍ୟରୁ ଗେଟିସବୁ ଉଠିଯାଇ ପାଉଁଶ ସବୁ ବର୍ଷା ପାଣିରେ ବୋହି ଯାଉଥିବା ଦେଖିବାକୁ ମିଳିଛି। ରାସ୍ତାର ଶେଷଭାଗ ଆଖୁଆସାହି ଗ୍ରାମ ପାଖରେ କଂକ୍ରିଟୀକରଣ ହୋଇଥିଲେ ହେଁ ନିର୍ଦ୍ଧାରିତ ଏଷ୍ଟିମେଟ ଅନୁସାରେ ହୋଇ ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ସାଧୁ ଗୌଡ଼େଶ୍ୱର କଲେଜ ନିକଟରେ ପାଉଁଶ ଓ ଗେଟି ମିଶା କାର୍ଯ୍ୟ ହେଉଥିବାରୁ ବାୟୁ ପ୍ରଦୂଷଣ ଉତ୍କଟ ହେଉଛି। କଲେଜର ଛାତ୍ରୀଛାତ୍ରମାନେ ସେହି ବାଟ ଦେଇ ଚାଲିବା କଷ୍ଟକର ହେଉଥିବାବେଳେ କଲେଜ ପରିସରକୁ ପାଉଁଶ ଗୁଣ୍ଡ ଉଡି ପାଠପଢ଼ା ବାତାବରଣକୁ ନଷ୍ଟ କରୁଥିବା ଅଭିଯୋଗ ହେଉଛି। କାମ ଚାଲିଥିବାବେଳେ ପ୍ରାୟ ୧୦% ନଷ୍ଟ ହୋଇଯାଇଥିବା ବିଭାଗ ପକ୍ଷରୁ ଆକଳନ କରାଯାଉଛି। ତେଣୁ ଏହି ୧୦%ର ଅର୍ଥ କାହିଁକି ଠିକାଦାରଙ୍କଠାରୁ ଆଦାୟ କରାଯିବ ନାହିଁ ବୋଲି କାରଣଦର୍ଶାଅ ନୋଟିସ ଜାରି ହୋଇଛି। ତେବେ ଏହାର ୭ଦିନ ମଧ୍ୟରେ ସନ୍ତୋଷଜନକ ଉତ୍ତର ରଖି ନ ପାରିଲେ ଚୁକ୍ତି ଓ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉକ୍ତ ନୋଟିସରେ ଦର୍ଶାଯାଇଛି। ଅନୁରୂପ ଭାବେ ନନ୍ଦୀପୁରଠାରୁ ଜୟନ୍ତିରା ରାସ୍ତାର ନିର୍ମାଣରେ ମନ୍ଥରତା ଯୋଗୁ କାର୍ଯ୍ୟ ସମୟରେ ହିଁ ୧୦% ନଷ୍ଟ ହେବାର ଆଶଙ୍କା ରହିଛି। ତେଣୁ ଏହି ପ୍ରକଳ୍ପର ଠିକାଦାର ସାହୁଙ୍କୁ ମଧ୍ୟ ଅନୁରୂପ ଭାବେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏହିମର୍ମରେ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକ ୧୬ା୮ା୨୦୨୩ରେ ସମ୍ପୃକ୍ତ ଠିକାଦାରଙ୍କୁ ଚେତାବନୀ ଦେଇଛନ୍ତି। ତେବେ ଉକ୍ତ ଚେତାବନୀ କେତେଦୂର କାର୍ଯ୍ୟକାରୀ ହେଉଛି ନା କେବଳ ନିଜ ସ୍ବାର୍ଥ ପାଇଁ ଏକ ଚାଲ ତାହା ସମୟ ହିଁ କହିବ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri