ଏମ୍‌ଏମ୍‌ଏସ୍‌ଓ୍ବାଇ ରାସ୍ତା ନିର୍ମାଣରେ ଅନିୟମିତତା

ଯାଜପୁର,୧୯ା୮(ହର୍ଷବର୍ଦ୍ଧନ ବେହେରା): ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ (ଆର୍‌ଡି) ବିଭାଗ ଅଧୀନରେ ଥିବା ଯାଜପୁର ନିର୍ମାଣ ଡିଭିଜନ-୧ ବିଭାଗରେ ଠିକାଦାରି ରାଜନୀତି ଅଣାୟତ୍ତ ହେବାରେ ଲାଗିଛି। ଆଭ୍ୟନ୍ତର ଅଞ୍ଚଳବାସୀଙ୍କ ପାଇଁ ଗ୍ରାମ୍ୟ ରାସ୍ତା ନିର୍ମାଣ ଓ ମରାମତି ନାମରେ ବିପୁଳ କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ବ୍ୟାପକ ପିସି କାରବାର ଓ ନିମ୍ନମାନର କାର୍ଯ୍ୟ ହେଉଥିବାରୁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କାର୍ଯ୍ୟରେ ବିଳମ୍ବ କିମ୍ବା ନିମ୍ନମାନର କାର୍ଯ୍ୟ ଅଭିଯୋଗ ହେଲେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ କେବଳ କାରଣ ଦର୍ଶାଅ ନୋଟିସ ଜାରି କରି ନୀରବୀ ଯାଉଥିବା ଦେଖିବାକୁ ମିଳୁଛି। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା(ଏମ୍‌ଏମ୍‌ଏସ୍‌ୱାଇ)ରେ ବଉଳାଙ୍ଗଠାରୁ ଆଖୁଆ ସାହି ଏବଂ ନନ୍ଦୀପୁରଠାରୁ ଜୟନ୍ତିରା ପର୍ଯ୍ୟନ୍ତ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତା ଓ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି। ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ସମ୍ପୃକ୍ତ ସ୍ବତନ୍ତ୍ର ଶ୍ରେଣୀ ଠିକାଦାର ଶୀତଳ ଚନ୍ଦ୍ର ସାହାଣୀ ଏବଂ ଶରତ ଚନ୍ଦ୍ର ସାହୁଙ୍କୁ ଏନେଇ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ସୂଚନା ମିଳିଛି।
ସହରାଞ୍ଚଳର ବିକାଶ ସହିତ ଗ୍ରାମାଞ୍ଚଳକୁ ସାମିଲ କରିବା ଉଦ୍ଦେଶ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ଅଗ୍ରାଧିକାର ଦେଇ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ) ପ୍ରଣୟନ କରିଛନ୍ତି। ଏଥିରେ ଯାଜପୁର ଜିଲାର ୫୦୦ରୁ ଅଧିକ ବସତି ଉପକୃତ ହୋଇଥିବା ଦାବି କରାଯାଉଛି। ତେବେ ବାକି ରହିଥିବା ବସତିଙ୍କ ଉଦ୍ଦେଶ୍ୟରେ ୨୦୧୪-୧୫ ବର୍ଷରୁ ଏମ୍‌ଏମ୍‌ଏସ୍‌ୱାଇ କାର୍ଯ୍ୟକାରୀ ହେଉଛି। ଗ୍ରାମ୍ୟ ରାସ୍ତାକୁ ସୁଦୃଢ଼, ପକ୍କା ଏବଂ ଦୀର୍ଘସ୍ଥାୟୀ କରିବା ଏହି ଯୋଜନାର ଲକ୍ଷ୍ୟ। ତେବେ ମୁଖ୍ୟମନ୍ତ୍ରୀଙ୍କ ନାମରେ ହୋଇଥିବା ଏହି ଯୋଜନା କେତେକ ବିଭାଗୀୟ କନିଷ୍ଠଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ ଠିକାଦାରଙ୍କ ଅସାଧୁମେଣ୍ଟ ଯୋଗୁ ଲକ୍ଷ୍ୟଭ୍ରଷ୍ଟ ହୋଇଥିବା ଚର୍ଚ୍ଚା ହେଉଛି। ସମ୍ପ୍ରତି ଏଠାରେ ବଉଳାଙ୍ଗଠାରୁ ଆଖୁଆସାହି ଏବଂ ନନ୍ଦୀପୁରଠାରୁ ଜୟନ୍ତିରା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଓ ମରାମତି ପ୍ରକଳ୍ପଦ୍ୱୟକୁ ଉଦାହରଣ ଭାବେ ନିଆଯାଇପାରେ। ୫ କୋଟି ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୭.୭୫୦ କିମି ବିଶିଷ୍ଟ ବଉଳାଙ୍ଗଠାରୁ ଆଖୁଆସାହି ରାସ୍ତା ନିର୍ମାଣ ଦାୟିତ୍ୱ ଠିକାଦାର ସାହାଣୀଙ୍କୁ ମିଳିଛି। ଏହି ରାସ୍ତା ୭ା୯ା୨୦୨୨ରେ ଆରମ୍ଭ ହୋଇ ୬ା୯ା୨୦୨୩ରେ ଶେଷ କରିବାକୁ ନିର୍ଦ୍ଧାରିତ ହୋଇଥିଲା। ହେଲେ କାର୍ଯ୍ୟ ଆରମ୍ଭର ୧୧ ମାସ ଅତିକ୍ରାନ୍ତ ହୋଇସାରିଥିଲେ ହେଁ ମଞ୍ଜୁର ଅନୁଦାନରୁ ମାତ୍ର ୨୬.୭୮% ଖର୍ଚ୍ଚ ହୋଇପାରିଛି। ଏହାସହ ରାସ୍ତାର ଉଭୟ ପାର୍ଶ୍ୱରେ ଅତି କମ୍‌ ଗାତ ଖୋଳି କେବଳ ପାଉଁଶ ଓ ଗେଟି ବିଛାଇ ଛାଡ଼ି ଦିଆଯାଇଛି। ଏବେ ସେହି କାର୍ଯ୍ୟରୁ ଗେଟିସବୁ ଉଠିଯାଇ ପାଉଁଶ ସବୁ ବର୍ଷା ପାଣିରେ ବୋହି ଯାଉଥିବା ଦେଖିବାକୁ ମିଳିଛି। ରାସ୍ତାର ଶେଷଭାଗ ଆଖୁଆସାହି ଗ୍ରାମ ପାଖରେ କଂକ୍ରିଟୀକରଣ ହୋଇଥିଲେ ହେଁ ନିର୍ଦ୍ଧାରିତ ଏଷ୍ଟିମେଟ ଅନୁସାରେ ହୋଇ ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ସାଧୁ ଗୌଡ଼େଶ୍ୱର କଲେଜ ନିକଟରେ ପାଉଁଶ ଓ ଗେଟି ମିଶା କାର୍ଯ୍ୟ ହେଉଥିବାରୁ ବାୟୁ ପ୍ରଦୂଷଣ ଉତ୍କଟ ହେଉଛି। କଲେଜର ଛାତ୍ରୀଛାତ୍ରମାନେ ସେହି ବାଟ ଦେଇ ଚାଲିବା କଷ୍ଟକର ହେଉଥିବାବେଳେ କଲେଜ ପରିସରକୁ ପାଉଁଶ ଗୁଣ୍ଡ ଉଡି ପାଠପଢ଼ା ବାତାବରଣକୁ ନଷ୍ଟ କରୁଥିବା ଅଭିଯୋଗ ହେଉଛି। କାମ ଚାଲିଥିବାବେଳେ ପ୍ରାୟ ୧୦% ନଷ୍ଟ ହୋଇଯାଇଥିବା ବିଭାଗ ପକ୍ଷରୁ ଆକଳନ କରାଯାଉଛି। ତେଣୁ ଏହି ୧୦%ର ଅର୍ଥ କାହିଁକି ଠିକାଦାରଙ୍କଠାରୁ ଆଦାୟ କରାଯିବ ନାହିଁ ବୋଲି କାରଣଦର୍ଶାଅ ନୋଟିସ ଜାରି ହୋଇଛି। ତେବେ ଏହାର ୭ଦିନ ମଧ୍ୟରେ ସନ୍ତୋଷଜନକ ଉତ୍ତର ରଖି ନ ପାରିଲେ ଚୁକ୍ତି ଓ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉକ୍ତ ନୋଟିସରେ ଦର୍ଶାଯାଇଛି। ଅନୁରୂପ ଭାବେ ନନ୍ଦୀପୁରଠାରୁ ଜୟନ୍ତିରା ରାସ୍ତାର ନିର୍ମାଣରେ ମନ୍ଥରତା ଯୋଗୁ କାର୍ଯ୍ୟ ସମୟରେ ହିଁ ୧୦% ନଷ୍ଟ ହେବାର ଆଶଙ୍କା ରହିଛି। ତେଣୁ ଏହି ପ୍ରକଳ୍ପର ଠିକାଦାର ସାହୁଙ୍କୁ ମଧ୍ୟ ଅନୁରୂପ ଭାବେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏହିମର୍ମରେ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକ ୧୬ା୮ା୨୦୨୩ରେ ସମ୍ପୃକ୍ତ ଠିକାଦାରଙ୍କୁ ଚେତାବନୀ ଦେଇଛନ୍ତି। ତେବେ ଉକ୍ତ ଚେତାବନୀ କେତେଦୂର କାର୍ଯ୍ୟକାରୀ ହେଉଛି ନା କେବଳ ନିଜ ସ୍ବାର୍ଥ ପାଇଁ ଏକ ଚାଲ ତାହା ସମୟ ହିଁ କହିବ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri