ସମବାୟ ସମିତିରେ ଅନିୟମିତତା: ସମ୍ପାଦକ ନିଲମ୍ବିତ

ହିଞ୍ଜିଳିକାଟୁ(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ସାରୁ ପ୍ରାଥମିକ ସମବାୟ ସମିତିରେ ବିଭିନ୍ନ ସମୟରେ ଅନିୟମିତତା ଅଭିଯୋଗ ହୋଇଛି। ଖାଲି ପଡ଼ିଆରେ ଧାନଚାଷ ହୋଇଥିବା ଦର୍ଶାଇ ଚାଷୀମାନଙ୍କ ନାମ ପଞ୍ଜୀକରଣ କରିବା ସହିତ ଧାନ କିଣାବିକା ଦର୍ଶାଇ ସରକାରୀ ଟଙ୍କା ହଡପ ଅଭିଯୋଗ ହୋଇଛି। ଘଟଣାର ଯାଞ୍ଚ ପରେ ସହକାରୀ ସମବାୟ ସମିତି ସମୂହ ସହକାରୀ ନିବନ୍ଧକ ଛତ୍ରପୁର ଚିଠି ସଂଖ୍ୟା: ୫୭୫/୨୫ରେ ସାରୁ ସମବାୟ ସମିତି ସମ୍ପାଦକ ବଳରାମ ସାହୁଙ୍କୁ ନିଲମ୍ବିତ କରିଛନ୍ତି । ସମ୍ପାଦକ ସାହୁ ଅନେକ ଚାଷୀଙ୍କଠାରୁ କାଗଜ ଗ୍ରହଣ କରିଥିଲେ ମଧ୍ୟ ପଞ୍ଜୀକରଣ କରିବାରେ ଅବହେଳା କରିଥିଲେ। ଏନେଇ ସାରୁ ଗ୍ରାମର ରମେଶ ଚନ୍ଦ୍ର ସାହୁ ଓ ଅନ୍ୟ ଚାଷୀମାନେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ କରାଯାଇଥିଲା। ସମ୍ପାଦକଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି। ସାର ଦୁର୍ନୀତି, ଋଣ ପ୍ରଦାନରେ ବ୍ୟାପକ ଜାଲିଆତି, ଅଣଚାଷୀଙ୍କୁ ଚାଷୀ ଦର୍ଶାଇ ପଞ୍ଜୀକରଣ ଓ ସରକାରୀ ଯୋଜନାର ଅର୍ଥକୁ ବାଟମାରଣା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷରେ ହିଞ୍ଜିଳିକାଟୁ ବ୍ଲକର ଗତ ଚଳିତ ଖରିଫ ଧାନ ସଂଗ୍ରହରେ ବ୍ଲକର ୫ରୁ ଊଦ୍ଧର୍‌ବ ସମବାୟ ସମିତିର କାର୍ଯ୍ୟ କଳାପ ଓ ସମିତି ସମ୍ପାଦକଙ୍କ ଭୂମିକା ଅତ୍ୟନ୍ତ ସନ୍ଦେହଜନକ ରହିଛି। ଏହି ସମ୍ପାଦକମାନେ ମିଲରଙ୍କ ପାଇଁ ଅସାଧୁ କାରବାରରେ ଲିପ୍ତ ଥିବା ମଧ୍ୟ ଅଭିଯୋଗ ହୋଇଛି। ହିଞ୍ଜିଳିକାଟୁ ବ୍ଲକରେ ସମିତି ସମ୍ପାଦକ ଓ ମିଲରଙ୍କ ମଧ୍ୟରେ ଅସାଧୁ ମେଣ୍ଟ ରାଜନୈତିକ ପତିଆରା ସୃଷ୍ଟି କରି ବହୁ ଅନିୟମିତତା କରୁଥିବା ବହୁ ବର୍ଷ ଧରି ଅଭିଯୋଗ ହୋଇ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଧାନରେ ଇନ୍‌ପୁଟ୍‌ ଆସିଷ୍ଟାଣ୍ଟ ହ୍ରାସ, ବଢ଼ିଲା ଅସନ୍ତୋଷ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ୨ଦିନ ପରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ପୂରିବ। ଅଥଚ ଏପର୍ଯ୍ୟନ୍ତ...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri