ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣରେ ଅନିୟମିତତା, ତଦନ୍ତ କରିବେ ବିଡିଓ

ଲୋଇସିଂହା,୭ା୯(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ବଡ଼ଟିକା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣରେ ଚଞ୍ଚକତା ହୋଇଥିବା ନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏହାକୁ ବ୍ଲକ ପ୍ରଶାସନ ସମ୍ବେଦନ ସହ ନେଇଛନ୍ତି। ଏହି ଅନିୟମିତତା ଉପରେ ସ୍ବତନ୍ତ୍ର ଭାବେ ସେ ତଦନ୍ତ କରିବେ ବୋଲି ବିଡିଓ ମହାପତ୍ର କୁଲଦୀପ ମହାନ୍ତି କହିଛନ୍ତି। ଅପରପକ୍ଷେ ଏହି ଘଟଣାକୁ ନେଇ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ଦାଶ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଆଗଲପୁର ବ୍ଲକ ବଡ଼ଟିକା ପଞ୍ଚାୟତର ବଡ଼ଟିକା ଟାଙ୍ଗରପଡ଼ା ଅଞ୍ଚଳର ବାପ ଘରେ ରହୁଥିବା ଜଣେ ମହିଳା ହିତାଧିକାରୀ ପଞ୍ଚାୟତରୁ କାର୍ଯ୍ୟାଦେଶ ପାଇଛନ୍ତି। ଏକ ପୁରୁଣା ଘରକୁ ମରାମତି କରି ବିଲ ହଡ଼ପ ପାଇଁ ମସୁଧା ଚାଲିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ମହିଳା ଜଣକ ସ୍ବାମୀଙ୍କ ଦେହାନ୍ତ ପରେ ଲୋଇସିଂହା ବ୍ଲକ ଘୁଙ୍ଗି ଗ୍ରାମରେ ଥିବାବେଳେ ୪ବର୍ଷ ପୂର୍ବେ ସେଠାକାର ପ୍ରଶାସନ ପକ୍ଷରୁ ଏକ ଆବାସ ଘର ହାତେଇ ଥିବା ନେଇ ଅଭିଯୋଗ ହୋଇଛି। ବଡ଼ଟିକା ପଞ୍ଚାୟତ ଟାଙ୍ଗରପଡ଼ାରେ ଗୋଟିଏ ଘରକୁ ଦେଖାଇ ଏକାଧିକ ହିତାଧିକାରୀ ସରକାରୀ ଅନୁଦାନ ଆତ୍ମସାତ କରିଥିବା ନେଇ ସାଂଘାତିକ ଅଭିଯୋଗ କରିଛନ୍ତି ଗ୍ରାମବାସୀ।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦିନିକିଆ ଦଳ ଘୋଷଣା: ବିରାଟଙ୍କ ପ୍ରତ୍ୟାବର୍ତ୍ତନ, ଯଶସ୍ୱୀ ବାଦ୍

ନୂଆଦିଲ୍ଲୀ,୨୧।୬: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ରବିବାର, ୨୧ ଜୁନ୍‌ରେ ୧୫ ଜଣିଆ ଭାରତୀୟ ଦିନିକିଆ (ODI) ଦଳ ଘୋଷଣା କରିଛି।…

କେସିଙ୍ଗା -ଟିଟିଲାଗଡ ରାସ୍ତା, ତେଲନଦୀ ବ୍ରିଜର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ଭାରୀଯାନ ଚଳାଚଳ ଯୋଗୁ ବ୍ରିଜ୍‌ ଭାଙ୍ଗିବାର…

କେସିଙ୍ଗା,୨୧।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ସିଟିଜେନ ଫୋରମ ପକ୍ଷରୁ କେସିଙ୍ଗା -ଟିଟିଲାଗଡ ରାସ୍ତା ଓ ତେଲନଦୀ ବ୍ରିଜ୍‌କୁ ନେଇ ଏକ ଖବରଦାତା ସମ୍ମିଳନୀ…

ଶରୀରକୁ ସୁସ୍ଥ, ମନକୁ ସନ୍ତୁଳିତ କରେ ଯୋଗ

ରାଇକିଆ,୨୧।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ ଶରୀରକୁ ସୁସ୍ଥ ରଖେ। ଏଥିସହିତ…

ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ: ଲକ୍ଷପତି ଦିଦିଙ୍କୁ କରାଗଲା ସମ୍ବର୍ଦ୍ଧିତ, ଅଙ୍ଗନଓ୍ବାଡି କର୍ମୀଙ୍କୁ ମିଳିଲା ସ୍ମାର୍ଟଫୋନ

ଥୁଆମୂଳ ରାମପୁର,୨୧।୬ (ଦୁର୍ଗା କୀର୍ତ୍ତି): ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଥୁଆମୂଳ ରାମପୁର ଠାରେ ବ୍ଲକ ସ୍ତରୀୟ ‘ସୁଭଦ୍ରା…

ବରଗଡ଼ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ: ସାମିଲ ହେଲେ ବିଧାୟକ-ଜିଲାପାଳ

ବରଗଡ଼,୨୧।୬(ପ୍ରେମାନନ୍ଦ ଖମାରୀ): ଅନ୍ତର୍ଜାତୀୟ ଯୋଗ ଦିବସ ରବିବାର ବରଗଡ଼ ଜିଲାର ସମସ୍ତ ବ୍ଲକ ଓ ଗ୍ରାମପଞ୍ଚାୟତ ମୁଖ୍ୟାଳୟ ତଥା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ଉତ୍ସାହ…

ଦିଗପହଣ୍ଡି ମିନି ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେଲେ ବିଧାୟକ ସିଦ୍ଧାନ୍ତ     

ଦିଗପହଣ୍ଡି,୨୧|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଆୟୋଜିତ…

ଯୋଗ ଦିବସ,ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ

ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

ପୁଣି ବନ୍ଦ ହେଲା ହର୍ମୁଜ ପ୍ରଣାଳୀ, IRGC ଘୋଷଣା ପୂର୍ବରୁ କେତେ ଭାରତୀୟ ଜାହାଜ ବାହାରିଛି? ଚମକାଇ ଦେବ ସଂଖ୍ୟା

ତେହରାନ,୨୧।୬: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଶନିବାର (ଜୁନ ୨୦, ୨୦୨୬) ତିନୋଟି ଭାରତୀୟ ଅଶୋଧିତ ତୈଳ ସୁପରଟ୍ୟାଙ୍କର୍‌ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ପାର କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri