କଟକ,୧୨।୧୨( ଶିଳ୍ପା ପ୍ରିୟଦର୍ଶିନୀ): ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ଅବ୍ୟବସ୍ଥା ଲାଗି ରହିଛି। ଏଠାରେ ଥିବା ଟିକେଟ କାଉଣ୍ଟରରେ ଟିକେଟ ଖଣ୍ଡିଏ ପାଇଁ ଡାକ୍ତର ଦେଖାଇବାକୁ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଏକ ପ୍ରକାର କସରତ କରୁଛନ୍ତି। ଟିକେଟ ପାଇଁ ରାତି ଅଧରୁ ମେଡିକାଲ ପରିସରରେ ଧାଡ଼ିରେ ରୋଗୀ ଓ ସମ୍ପର୍କୀୟଙ୍କ ପରିବର୍ତ୍ତେ ପାଣି ବୋତଲ ଜଗି ରହୁଥିବା ଦେଖିବାକୁ ମିଳୁଛି। ରାଜ୍ୟରେ ଶୀତ ଲହରି ଜାରି ରହିଥିବା ବେଳେ ଚିକିତ୍ସା ପାଇଁ ରୋଗୀ ଶୀତ କାକରରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସୂଚନାନୁଯାୟୀ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ବହିଃ ବିଭାଗରେ ରୋଗୀ ଡାକ୍ତରଙ୍କୁ ଦେଖାଇବା ପୂର୍ବରୁ ନିୟମ ମୁତାବକ ଟିକେଟ କରିବା ବାଧ୍ୟତାମୂଳକ ରହିଛି। ଏଠାରେ ନିଶ୍ଚେତକ ଚିକିତ୍ସା (ଆନେସ୍ଥେସିଓଲୋଜି), ଦନ୍ତ ଅସ୍ତ୍ର ଚିକିତ୍ସା(ଡେଣ୍ଟାଲ ସର୍ଜରି), ସ୍ତ୍ରୀ ଓ ପ୍ରସୂତି କର୍କଟ ରୋଗ ଚିକିତ୍ସା( ଗାଇନୋକୋଲୋଜି ଅଙ୍କୋଲୋଜି), ମୁଣ୍ଡ ଗଳା କର୍କଟ ରୋଗ ଚିକିତ୍ସା (ହେଡ୍ ନେକ୍ ଅଙ୍କୋଲୋଜି), ଭେଷଜ ଭୌତିକ ଚିକିତ୍ସା (ମେଡିକାଲ ଫିଜିକ୍), ନି ନିଦାନ ବିଭାଗ (ପାଥୋଲୋଜି), ବିକିରଣ ପଦ୍ଧତିରେ ରୋଗ ନିରୂପଣ (ରେଡିଓ ଡାଇଗ୍ଲୋସିସ), ବିକି ବିକିରଣ କର୍କଟ ରୋଗ ଚିକିତ୍ସା (ରେଡିଏଶନ ଅଙ୍କୋ କାଁଲୋଜି), ଅସ୍ତ୍ରୋପଚାର କର୍କଟ ରୋଗ ଚିକିତ୍ସା(ସର୍ଜିକାଲ ଅଙ୍କୋଲୋଜି) ଆଦି ବିଭାଗ ରହିଛି ।
ଏହି ବିଭାଗରେ ରେ ରୋଗୀ ଡାକ୍ତର ଦେଖାଇବା ପାଇଁ ଟିକେଟ କରିଥାନ୍ତି ଏବଂ ଏଥିପାଇଁ ୪ଟି କାଉଣ୍ଟର ବ୍ୟବସ୍ଥା କରାଯାଇଛି। ହେଲେ ଏଠାରେ ଡାକ୍ତର ଦେଖାଇବା ପାଇଁ ରୋଗୀ ରାତିଅଧର ଧରୁ ଟିକେଟ କାଉଣ୍ଟର ନିକଟରେ ଧାଡ଼ି ଦେଉଛନ୍ତି। ଅଧିକ ସମୟ ଧାଡ଼ିରେ ଛିଡ଼ା ନ ହୋଇ ପାରିବାରୁ ରୋଗୀ ଓ ସମ୍ପର୍କୀୟ ପାଣି ବୋତଲ ଏଠାରେ ଧାଡ଼ି କରି ଥୋଉଥିବା ଦେଖିବାକୁ ମିଳିଛି। ତେବେ ରାଜ୍ୟ ବାହାର ଅଞ୍ଚଳରୁ ଚିକିତ୍ସା ପାଇଁ ରୋଗୀ ଧାଇଁ ଆସୁଥିବାବେଳେ ମେଡିକାଲରେ ଏପରି ଅବ୍ୟବସ୍ଥା ଦେଖି ରୋଗୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ଏନେଇ ମେଡିକାଲକୁ ଲକୁ ଆସିଥିବା ସୋନପୁର ଅଞ୍ଚଳର ବିଣା ସାହୁ ଓ କୋଲକାତା ମେଦିନୀପୁର ଅଞ୍ଚଳର ନାରୁ ଗୋପାଳ ଗିରି କହିଛନ୍ତି, ରୋଗର ଚିକିତ୍ସା ପାଇଁ ଦୂରରୁ ଆସୁଛୁ, ହେଲେ ଏଠାରେ ଟିକେଟ କାଟିବାକୁ ରାତି ଅନିଦ୍ରା ହୋଇ ପଡ଼ିରହୁଛୁ। ଧାଡ଼ିରେ ଛିଡ଼ା ନ ହୋଇ ପାରିବାରୁ ଏହାର ବିକଳ୍ପ ନ ପାଇ ବୋତଲଗୁଡ଼ିକୁ ଧାଡ଼ିରେ ରଖୁଛୁ। ବ୍ୟବସ୍ଥା ଏଠାରେ ଠିକ୍ ନାହିଁ ଏବଂ ସମସ୍ତ ବ୍ୟବସ୍ଥାରେ ସୁଧାର ଆଣିବାର ବହୁ ଆବଶ୍ୟକତା ରହିଛି ବୋଲି ସେମାନେ କହିଛନ୍ତି। ଅନ୍ୟପଟେ ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ନୀହାରିକା ପଣ୍ଡା କହିଛନ୍ତି ଯେ, ପ୍ରାୟତଃ ରୋଗୀ ଟିକେଟ ପାଇଁ ଏଠାରେ ଧାଡ଼ିରେ ଛିଡ଼ା ହୁଅନ୍ତି ନାହିଁ । ରୋଗୀଙ୍କ ପାଇଁ ଆବଶ୍ୟକ ମୁତାବକ ଟିକେଟ କାଉଣ୍ଟରର ବ୍ୟବସ୍ଥା କରାଯାଇଛି। ଯଦିଓ ଏଭଳି କିଛି ସ୍ଥିତି ଉପୁଜିଛି, ସେ ନେଇ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି।