ଗଞ୍ଜାମ,୨୪।୧(ବିଦ୍ୟାଧର ସାହୁ): ଗଞ୍ଜାମ ତହସିଲ ଅନ୍ତର୍ଗତ ସ୍ଥାନୀୟ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ଏନେଇ ଜିଲାପାଳଙ୍କୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଲିଖିତ ଅବଗତ କରାଯାଇଛି। ଆରଆଇ, ଅମିନ, ସୁପରଭାଇଜର ଓ ଅନ୍ୟାନ୍ୟ କର୍ମଚାରୀ ରହିଥିବା ବେଳେ ଜଣେ ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ଅଭିଯୋଗ ହେଉଛି।

