ଆଇଆର୍‌ଡିଏଆଇ ସ୍ବାସ୍ଥ୍ୟବୀମା ସମ୍ପର୍କିତ ମାଷ୍ଟର ସର୍କୁଲାର ଜାରି,ବୀମାଧାରୀଙ୍କ ସ୍ବାର୍ଥ ପ୍ରତି ବିଶେଷ ଧ୍ୟାନ

ଭୁବନେଶ୍ୱର,୩୦।୫(ଅନୁରାଧା ମହାରଣା): ବୀମା ନିୟାମକ ଆଇଆର୍‌ଡିଏଆଇ ସ୍ବାସ୍ଥ୍ୟବୀମା ସମ୍ବନ୍ଧରେ ଏକ ମାଷ୍ଟର ସର୍କୁଲାର ଜାରି କରିଛି। ଏହି ସର୍କୁଲାରରେ ବୀମାଧାରୀଙ୍କ ସ୍ବାର୍ଥ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ସର୍କୁଲାର ଅନୁସାରେ ଯଦି ପଲିସି ଧାରକ ବର୍ଷ ସାରା କୌଣସି ଔଷଧ ଗ୍ରହଣ କରିନାହାନ୍ତି। ତେବେ ବୀମା କମ୍ପାନୀ ତାଙ୍କୁ ନୋ କ୍ଲେମ୍‌ ବୋନସ ଦେଇପାରିବ। ନୋ କ୍ଲେମ୍‌ ବୋନସ ବାବଦକୁ ସ୍ବାସ୍ଥ୍ୟବୀମା କମ୍ପାନୀ ବୀମାରାଶି ବୃଦ୍ଧି କରିପାରେ କିମ୍ବା ପ୍ରିମିୟମରେ ରିହାତି ଦେଇପାରେ। ଏଥିରେ କୁହାଯାଇଛି ଯେ ୧୦୦% କ୍ୟାଶ୍‌ଲେସ୍‌ କ୍ଲେମ୍‌ ସମ୍ପର୍କର ଉଲ୍ଲେଖ ରହିଛି। ଯଦି କୌଣସି ପଲିସିଧାରୀ ତାଙ୍କ ସ୍ବାସ୍ଥ୍ୟବୀମା ପଲିସି ବାତିଲ କରନ୍ତି, ତେବେ ବୀମା କମ୍ପାନୀ ଅପ୍ରତ୍ୟାଶିତ ପଲିସି ଅବଧି ପାଇଁ ପ୍ରିମିୟମ ଫେରସ୍ତ କରିବା ଉଚିତ। ଗତ ବର୍ଷ କ୍ଲେମ୍‌ ନେଇଥିବା ବ୍ୟକ୍ତିଙ୍କୁ ବୀମା କମ୍ପାନୀ ପଲିସି ନବୀକରଣ କରିବାକୁ ମନାକରିପାରିବ ନାହିଁ। ଯଦି ପଲିସିଧାରୀ ବୀମା ରାଶି ବୃଦ୍ଧି କରିନାହାନ୍ତି ତେବେ ପଲିସି ନବୀକରଣ କରିବାବେଳେ ସ୍ବାସ୍ଥ୍ୟବୀମା କମ୍ପାନୀ ଅଣ୍ଡରରାଇଟିଂ ଦେବେ ନାହିଁ। ଯଦି କୌଣସି ପଲିସିଧାରୀଙ୍କ ପାଖରେ ଏକାଧିକ ସ୍ବାସ୍ଥ୍ୟବୀମା ପଲିସି ଥାଏ, ତେବେ କେଉଁ ପଲିସିରୁ ଏହି କ୍ଲେମ୍‌କୁ ଗ୍ରହଣ କରାଯିବ ତାହା ପଲିସିଧାରାୀ ତାହା ଚୟନ କରିପାରିବେ।

ସେହିପରି ସ୍ବାସ୍ଥ୍ୟବୀମା ପଲିସି ନେବାବେଳେ ଗ୍ରାହକଙ୍କର ଚିକିତ୍ସା ଅବସ୍ଥା ଅନୁଯାୟୀ ଉତ୍ପାଦ ବାଛିବା କିମ୍ବା ଯୋଗ କିମ୍ବା ଅପ୍‌ଡେଟ୍‌ କରିବାର ସ୍ବାଧୀନତା ରହିଛି। ପଲିସି ନେବା ସମୟରେ ବୀମା କମ୍ପାନୀ ଗ୍ରାହକଙ୍କୁ ଏକ ଗ୍ରାହକ ସୂଚନାପତ୍ର ଦେବେ ଯେଉଁଥିରେ ପଲିସିରେ କ’ଣ ଅନ୍ତର୍ଭୁକ୍ତ ହୋଇଛି ଏବଂ କ’ଣ ନାହିଁ ତାହା ସ୍ପଷ୍ଟ ଶବ୍ଦରେ ବ୍ୟାଖ୍ୟା କରାଯିବ। ଅନ୍ୟପଟେ ବୀମା କମ୍ପାନୀଗୁଡ଼ିକ ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ଉତ୍ପାଦ ବିକଳ୍ପ ପ୍ରଦାନ କରିବେ ଯାହା ସେମାନଙ୍କ ବୟସ, ସ୍ବାସ୍ଥ୍ୟାବସ୍ଥା, ଡାକ୍ତରଖାନା ପସନ୍ଦ ଅନୁରୂପ ହୋଇଥିବା ଆବଶ୍ୟକ। କମ୍ପାନୀଗୁଡ଼ିକ ଗ୍ରାହକଙ୍କୁ ଟେକ୍ନୋଲୋଜି ସେବା ପ୍ରଦାନ କରିବା ଉଚିତ। ଏହାଦ୍ୱାରା ଅନ୍‌ ବୋର୍ଡିଂ, ଜରିମାନା ଏବଂ ନବୀକରଣ ଭଳି ସମସ୍ତ ସେବା ପଲିସି ଧାରକଙ୍କ ପାଇଁ ସହଜ ହୋଇପାରିବ। ପ୍ରତ୍ୟେକ ସ୍ବାସ୍ଥ୍ୟବୀମା କମ୍ପାନୀ ୧୦୦% କ୍ୟାଶ୍‌ଲେସ୍‌ କ୍ଲେମ୍‌ ପ୍ରଦାନ କରିବାକୁ ଯଥାସମ୍ଭବ ଚେଷ୍ଟା କରିବା ଉଚିତ ବୋଲି ଦର୍ଶାଯାଇଛି। କମ୍ପାନୀଗୁଡ଼ିକ କ୍ୟାଶ୍‌ଲେସ୍‌ ପ୍ରାଧିକରଣ ଅନୁରୋଧକୁ ୧ ଘଣ୍ଟା ମଧ୍ୟରେ ଏବଂ ୩ ଘଣ୍ଟା ମଧ୍ୟରେ ଡିସ୍‌ଚାର୍ଜ ସମୟରେ ଚୂଡ଼ାନ୍ତ ପ୍ରାଧିକରଣ ସମାଧାନ କରିବାକୁ ପରାମର୍ଶ ଦିଆଯାଇଛି। ପ୍ରତ୍ୟେକ ବୀମା ଗୋଷ୍ଠୀକୁ ଧ୍ୟାନରେ ରଖି ବୀମା କମ୍ପାନୀ ହସ୍ପିଟାଲ କିମ୍ବା ସ୍ବାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ସହ ଯୋଡ଼ିହେବା ଉଚିତ। ବୀମା କମ୍ପାନୀର ୱେବ୍‌ସାଇଟ୍‌ରେ କେଉଁ ଡାକ୍ତରଖାନା ସହ ଟାଇ ଅପ୍‌ ଅଛି ସେ ସମ୍ବନ୍ଧରେ ଏକ ସ୍ପଷ୍ଟ ତାଲିକା ରହିବା ଜରୁରୀ । ବୀମା କମ୍ପାନୀ ଏହାର ୱେବ୍‌ସାଇଟରେ ସ୍ପଷ୍ଟ କରିବା ଉଚିତ ଯେ ଯଦି ଡାକ୍ତରଖାନା ତା’ର ବାହାରେ ଅଛି ତେବେ ପଲିସିଧାରୀ କିପରି କ୍ଲେମ୍‌ କରିପାରିବେ। ବୀମା କମ୍ପାନୀ ଦାବି ସମୀକ୍ଷା କମିଟିର ଅନୁମୋଦନ ବିନା କୌଣସି କ୍ଲେମ୍‌କୁ ପ୍ରତ୍ୟାଖ୍ୟାନ କରିବ ନାହିଁ। କମ୍ପାନୀଗୁଡ଼ିକ ପଳିସିଧାରୀଙ୍କଠାରୁ ନୁହେଁ ବରଂ ଟିପିଏ କିମ୍ବା ହସ୍ପିଟାଲରୁ କ୍ଲେମ୍‌ ସମାଧାନ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ ସଂଗ୍ରହ କରିବେ। ଯଦି ସ୍ବାସ୍ଥ୍ୟବୀମା କମ୍ପାନୀ ଓମ୍ବୁଡ୍ସମ୍ୟାନ୍‌ଙ୍କ ନିଷ୍ପତ୍ତି ପରେ ଏହି ଦାବିକୁ ସମାଧାନ ନ କରନ୍ତି, ତେବେ ଦୈନିକ ୫୦୦୦ ଟଙ୍କା ଜରିମାନା ଆଦାୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri