Posted inଜାତୀୟ

IRCTC ଆଣୁଛି ନୂଆ ନିୟମ, ମିଳିବ ଏହି ସବୁ ସୁବିଧା

ନୂଆଦିଲ୍ଲୀ,୧୨।୧୨:  ଟ୍ରେନରେ ଯାତ୍ରା କରିବା ସମୟରେ ଆଉ ଖାଇବା ସମସ୍ୟା ଭୋଗିବାକୁ ପଡିବ ନାହିଁ । ଏଣିକି ଫ୍ଲାଇଟ ଭଳି ଖାଦ୍ୟର ମଜା ଟ୍ରେନରେ ମଧ୍ୟ ପାଇବେ ଯାତ୍ରୀ । ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ (IRCTC) ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ଆଣୁଛି ଯାହା ଆପଣଙ୍କ ଯାତ୍ରା ଅଭିଜ୍ଞତାକୁ ସମ୍ପୂର୍ଣ୍ଣ ରୂପ ଦେବ। ଟ୍ରେନର ଖାଦ୍ୟ ଏବେ କେବଳ ତାଜା ଏବଂ ସ୍ୱାଦିଷ୍ଟ ନୁହେଁ  ବରଂ ବିମାନ ପରି ପ୍ରିମିୟମ୍ ଗୁଣବତ୍ତାର ମଧ୍ୟ ହେବଲ । ଏହାକୁ ହାସଲ କରିବା ପାଇଁ, IRCTC ସମଗ୍ର ସିଷ୍ଟମକୁ ପୁନଃନିର୍ମାଣ କରୁଛି, ଏହି ପରିବର୍ତ୍ତନକୁ ପାରାଡାଇମ୍ ସିଫ୍ଟ ବୋଲି ନାମ ଦିଆଯାଇଛି ।

IRCTC ପ୍ରତିଦିନ ପ୍ରାୟ ୧.୬୫ ନିୟୁତ ଯାତ୍ରୀଙ୍କୁ ସେବା ପ୍ରଦାନ କରେ । ଏତେ ବଡ଼ ସ୍ତରରେ ଉନ୍ନତ ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ, ଖାଦ୍ୟ ପ୍ରସ୍ତୁତି ଏବଂ ପରିବେଷଣ ପ୍ରକ୍ରିୟାକୁ ଏବେ ସମ୍ପୂର୍ଣ୍ଣ ପୃଥକ କରାଯାଉଛି । ଏହାର ଅର୍ଥ ହେଉଛି ଖାଦ୍ୟ ବୃତ୍ତିଗତ F&B ଅପରେଟରମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯିବ ଏବଂ IRCTC ଦଳ ଦ୍ୱାରା ଯାତ୍ରୀମାନଙ୍କ ନିକଟରେ ପହଞ୍ଚାଯିବ ।

ଏହି ନୂତନ ବ୍ୟବସ୍ଥା ଅଧୀନରେ, ଦେଶବ୍ୟାପୀ ଅନେକ ପ୍ରସିଦ୍ଧ ରେଷ୍ଟୁରାଣ୍ଟ ଚେନ୍, ବିମାନ କ୍ୟାଟରିଂ କମ୍ପାନୀ ଏବଂ ଶିଳ୍ପ ରୋଷେଇ ଘର ଏବେ ଟ୍ରେନ୍ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ଏହା ନିଶ୍ଚିତ କରିବ ଯେ ଯାତ୍ରୀମାନଙ୍କୁ ପରିବେଷଣ କରାଯାଉଥିବା ଖାଦ୍ୟ ତାଜା, ଉଚ୍ଚମାନର ଏବଂ ସମ୍ପୂର୍ଣ୍ଣ ସ୍ୱଚ୍ଛ ।

ଯଦି ଦେଖିବା ବର୍ତ୍ତମାନ ଯାତ୍ରୀଙ୍କୁ କେବଳ କ୍ବାଲିଟି ଖାଦ୍ୟ ଦିଆଯାଉ ନାହିଁ ବରଂ ମେନ୍ୟୁରେ ସ୍ଥାନୀୟ ଖାଦ୍ୟକୁ ମଧ୍ୟ ସାମିଲ କରାଯାଇଛି । ଏହା ଦ୍ବାରା ଯାତ୍ରୀମାନଙ୍କର ଯାତ୍ରୀ ଆହୁରି ଆନନ୍ଦମୟ ହେବା ନେଇ ଆଶା ରଖାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri