ତେହରାନ୍,୩ା୩: ଇରାନ ଗପ୍ତରେ ଏହାର ଭୂତଳ ଅସ୍ତ୍ର ଭଣ୍ଡାର ଏବଂ ସୁଡ଼ଙ୍ଗରେ ବିପୁଳ ଅସ୍ତ୍ରଶସ୍ତ୍ର ମହଜୁଦ ରଖିଛି। ସୋମବାର ଇରାନ ସେନା(ଆଇଆର୍ଜିସି) ପକ୍ଷରୁ ଏହାର ଏକ ଭିଡିଓ ଫୁଟେଜ୍ ଜାରି କରାଯାଇଛି। ଏହି ଫୁଟେଜ୍ରେ ଅନେକ ଶହ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମହଜୁଦ ରହିଥିବା ଦେଖାଯାଇଛି। ଆମେରିକା ଦୀର୍ଘସୂତ୍ରୀ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଥିଲାବେଳେ ଇରାନ ମଧ୍ୟ ଏଥିପାଇଁ ପ୍ରସ୍ତୁତ ବୋଲି ଆଇଆର୍ଜିସି ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଦେଶରେ ଆମେରିକାର ୫୦୦ ଠିକଣାରେ ଇରାନ ଆକ୍ରମଣ କରିସାରିଛି। ଏଥିରେ ୭୦୦ ଡ୍ରୋନ୍ ଏବଂ ଅନେକ କ୍ଷେପଣାସ୍ତ୍ର ପ୍ରୟୋଗ କରାଯାଇଛି ବୋଲି ଆଇଆର୍ଜିସି ପକ୍ଷରୁ କୁହାଯାଇଛି।

