ଇରାନ ବିକ୍ଷୋଭ ମୃତ୍ୟୁସଂଖ୍ୟା ୨,୦୦୦

ତେହରାନ,୧୪ା୧: ଇରାନରେ ୨ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଧରି ସରକାର ବିରୋଧୀ ବିକ୍ଷୋଭ ଲାଗିରହିଥିବାବେଳେ ଏହାକୁ ଦମନ କରିବାକୁ ବଳ ପ୍ରୟୋଗ କରାଯାଉଛି। ବିକ୍ଷୋଭ ବେଳେ ସଂଘର୍ଷରେ ୨,୦୦୦ ଲୋକଙ୍କ ମୃତ୍ୟୁ ଘଟିଲାଣି। ମୃତକଙ୍କ ମଧ୍ୟରେ କେତେଜଣ ସୁରକ୍ଷା କର୍ମୀ ଥିବା ଏହାର ଜଣେ ଅଫିସର କହିଛନ୍ତି। ବିକ୍ଷୋଭକୁ ଦମନ କରିବାକୁ ବଳପ୍ରୟୋଗ କରାଯାଉଥିବା ନେଇ ଇରାନ କର୍ତ୍ତୃପକ୍ଷ ପ୍ରଥମ ଥର ସ୍ବୀକାର କରିଛନ୍ତି। ଉଭୟ ବିକ୍ଷୋଭକାରୀ ଏବଂ ସୈନ୍ୟଙ୍କ ମୃତ୍ୟୁ ପଛରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା ଇରାନ ଅଧିକାରୀମାନେ କହିଛନ୍ତି। ଇରାନର ସୁପ୍ରିମ ଲିଡର ଆୟାତୋଲା ଅଲି ଖାମେନେଇ ବିକ୍ଷୋଭକାରୀଙ୍କ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି। ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ଏବଂ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ସଂଗୃହୀତ ତଥ୍ୟ ଆଧାରରେ ଇରାନ ଇଣ୍ଟରନ୍ୟାଶନାଲ ଏହି ରିପୋର୍ଟ କରିଛି। ସରକାରଙ୍କ ସମସ୍ତ ୩ ବିଭାଗ ମୁଖ୍ୟଙ୍କ ସ୍ବୀକୃତି ଏବଂ ଅନୁମୋଦନ କ୍ରମେ ସୁପ୍ରିମ ଲିଡର ଖାମେନେଇ ବିକ୍ଷୋଭକାରୀଙ୍କ ଉପରେ ଜୀବନ୍ତ ଗୁଳିଚାଳନା କରିବାକୁ ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ ଏବଂ ବାସିଜ ମିଲିସିଆ ପ୍ରାଇମେରିକୁ ନିର୍ଦ୍ଦେଶ ଦେଇଥିବା ରିପୋର୍ଟରେ କୁହାଯାଇଛି।
ଇରାନ ସରକାର ୩ ବର୍ଷ ହେଲା ସର୍ବବୃହତ୍‌ ଆଭ୍ୟନ୍ତରୀଣ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଆସୁଛନ୍ତି। ଗତବର୍ଷ ଇସ୍ରାଏଲ ଓ ଆମେରିକା ମଧ୍ୟରେ ସଂଘର୍ଷ ପରେ ଅନ୍ତର୍ଜାତୀୟ ଚାପ ବଢ଼ିଛି। ଫଳରେ ଗୁରୁତର ଆର୍ଥତ୍କ ସଙ୍କଟର ସମ୍ମୁଖୀନ ହୋଇଥିବା ଇରାନରେ ନାଗରିକ ଅଶାନ୍ତି ବୃଦ୍ଧି ପାଇଛି। ୧୯୭୯ ଇସ୍‌ଲାମୀୟ ବିପ୍ଳବଠାରୁ ଦେଶକୁ ଶାସନ କରିଆସୁଥିବା ଇରାନର ଧର୍ମୀୟ କର୍ତ୍ତୃପକ୍ଷ ଆନ୍ଦୋଳନ ପ୍ରତି ଦ୍ୱୈତ ଆଭିମୁଖ୍ୟ ଆପଣାଇବାକୁ ଉଦ୍ୟମ କରୁଛନ୍ତି। ଆର୍ଥତ୍କ ସମସ୍ୟାକୁ ନେଇ ହେଉଥିବା ଆନ୍ଦୋଳନକୁ ସରକାର ବୈଧ କହୁଥିବାବେଳେ ବିକ୍ଷୋଭକୁ ଦମନ କରିବା ପାଇଁ ବଳ ପ୍ରୟୋଗ କରୁଛନ୍ତି। ଅପରପକ୍ଷରେ ଆମେରିକା ଏବଂ ଇସ୍ରାଏଲ୍‌ ଅଶାନ୍ତି ସୃଷ୍ଟି କରାଉଥିବା ସରକାର ଅଭିଯୋଗ କରିଛନ୍ତି। ଅଜଣା ଆତଙ୍କବାଦୀ ବିକ୍ଷୋଭକୁ ହାଇଜାକ୍‌ କରୁଥିବା ସରକାର କହିଛନ୍ତି। ଶତାଧିକ ଲୋକଙ୍କୁ ହତ୍ୟା କରାଯାଇଥିବାବେଳେ ଅନେକ ହଜାରଙ୍କୁ ଗିରଫ କରାଗଲାଣି ବୋଲି ପୂର୍ବରୁ ଏକ ଅଧିକାର ସଂଗଠନ କହିଥିଲା। କିଛିଦିନ ହେଲା ଇଣ୍ଟରନେଟ୍‌ ସଂଯୋଗ ବନ୍ଦ ରହିବା ସହ ଯୋଗାଯୋଗ କଟକଣା ଯୋଗୁ ସୁରକ୍ଷା ବଳର ଦମନମୂଳକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବାହାରକୁ ଖବର ଆସିପାରୁନାହିଁ। ବିକ୍ଷୋଭକାରୀ ଏବଂ ସୁରକ୍ଷା ବଳ ମଧ୍ୟରେ ସପ୍ତାହେ ହେଲା ରାତିବେଳା ହେଉଥିବା ସଂଘର୍ଷ ଭଡିଓରୁ ଦେଖିବାକୁ ମିଳିଛି। ଗୁଳିମାଡ଼ ସହ ହିଂସାତ୍ମକ ସଂଘର୍ଷ ଓ ପୋଡ଼ାଜଳା ଦେଖାଯାଇଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସେମିଫାଇନାଲରେ ଭାରତ ପାଇଁ ଘାତକ ହେବେ ଏହି ୫ ଇଂଲଣ୍ଡ ଖେଳାଳି! ଭାରତଠୁ ଛଡାଇନେଇପାରନ୍ତି ଫାଇନାଲ ଟିକେଟ୍‌

ନୂଆଦିଲ୍ଲୀ,୪।୩: ବିଶ୍ୱର କୌଣସି ଦଳ ଲଗାତାର ଦୁଇଥର ଟି-୨୦ ବିଶ୍ୱକପ ଜିତି ନାହିଁ। ଭାରତୀୟ କ୍ରିକେଟ ଦଳ ଏହାକୁ ହାସଲ କରିବା ଏବଂ ଇତିହାସ ସୃଷ୍ଟି କରିବାଠାରୁ…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ଅଫର୍‌ ଦେଲା ରୁଷିଆ, ଯାରା ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୪।୩: ଉପସାଗରୀୟ ଦେଶଗୁଡ଼ିକରେ ଯୁଦ୍ଧ ଭଳି ପରିସ୍ଥିତି ବିଶ୍ୱ ଶକ୍ତି ଯୋଗାଣକୁ ବିପଦରେ ପକାଇଛି। ଏହି ସଙ୍କଟ ସମୟରେ, ଭାରତର ଦୀର୍ଘକାଳୀନ ଏବଂ ବିଶ୍ୱସ୍ତ ବନ୍ଧୁ, ରୁଷିଆ…

ବାଇକ୍‌ଙ୍କୁ ଧକ୍କା ଦେଇ ଚାଲି ଗଲା ଅଜଣା ଗାଡ଼ି, ଆରୋହୀଙ୍କ ମୃତ୍ୟୁ ପରେ ବଢିଲା ଉତ୍ତେଜନା, ବହୁ ସଂଖ୍ୟକ…

ବଲାଙ୍ଗୀର, ୩।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସଦର ବ୍ଲକ କୁସଙ୍ଗ ନିକଟ ସାଲେକଦମଠାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମଙ୍ଗଳବାର ସାରେ ମୃତ୍ୟୁ…

ସୁରେଶ ପୂଜାରୀ ଅସୁସ୍ଥ: ଛାତିରେ ଯନ୍ତ୍ରଣା ପରେ ଆଇସିୟୁରେ ଭର୍ତ୍ତି…

ଭୁବନେଶ୍ୱର,୩।୩: ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ । ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱର ଏମ୍ସ…

ଦିଲୀପ ରାୟଙ୍କୁ ସମର୍ଥନ କରିବ କି ସିପିଆଇଏମ୍‌, ପ୍ରେସମିଟ୍‌ କରି କହିଲେ…

ଭୁବନେଶ୍ୱର,୩।୩: ରାଜ୍ୟ ସଭା ନିର୍ବାଚନ ପାଇଁ ଓଡ଼ିଶା ରାଜନୀତି ସରଗରମ ରହିଛି। ଓଡ଼ିଶା ୪ ରାଜ୍ୟ ସଭା ଆସନରେ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ୱାଚନ ହେବାକୁ ଯାଉଛି।…

ଯୌତୁକ ପାଇଁ ୫ ମାସର ଗର୍ଭବତୀଙ୍କୁ ହତ୍ୟା ଅଭିଯୋଗ: ବାପା ସକାଳେ ହୋଇଥିଲେ କଥା, ଅପରାହ୍ନରେ ପହଞ୍ଚିଲା ମୃତ୍ୟୁ ଖବର…

ଧର୍ମଶାଳା,୩।୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଗଲଗଲିଶଙ୍ଖ ଗାଁରେ ବଧୁହତ୍ୟା ଅଭିଯୋଗ। ସେ ୫ମାସର ଗର୍ଭବତୀ ଥିଲେ। ତେବେ ତାଙ୍କୁ ଶାଶୁଘର ଲୋକେ…

ସାମନବାଡ଼ି ଛାତ୍ରାବାସରୁ ୧୦ ଛାତ୍ର ଫେରାର, ଏଯାଏ ମିଳୁନି ପତ୍ତା, ଚିନ୍ତାରେ ଅଭିଭାବକ; ଅଧିକାରୀଙ୍କ… 

ଦାରିଙ୍ଗବାଡି, ୩।୩ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଅଧୀନ ସାମନବାଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରାବାସରୁ  ମଙ୍ଗଳବାର ମଧ୍ୟାହ୍ନ…

ଶିକ୍ଷକ ନାଁରେ କଳଙ୍କ:  ଭୟ ଦେଖାଇ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର ବଳାତ୍କାର, ଉଠାଇ ନେଲା ପୋଲିସ

ଫୁଲବାଣୀ, ୩ା୩(ରାକେଶ କୁମାର ରାଉତ)-କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ଗୋଛାପଡା ଥାନା ଅଞ୍ଚଳ କଟ୍ରିଙ୍ଗିଆରେ ଥିବା ଏକ ବିଦ୍ୟାଳୟରେ ଜଣେ ଶିକ୍ଷକ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri