ଇରାନ ବିକ୍ଷୋଭ ମୃତ୍ୟୁସଂଖ୍ୟା ୨,୦୦୦

ତେହରାନ,୧୪ା୧: ଇରାନରେ ୨ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଧରି ସରକାର ବିରୋଧୀ ବିକ୍ଷୋଭ ଲାଗିରହିଥିବାବେଳେ ଏହାକୁ ଦମନ କରିବାକୁ ବଳ ପ୍ରୟୋଗ କରାଯାଉଛି। ବିକ୍ଷୋଭ ବେଳେ ସଂଘର୍ଷରେ ୨,୦୦୦ ଲୋକଙ୍କ ମୃତ୍ୟୁ ଘଟିଲାଣି। ମୃତକଙ୍କ ମଧ୍ୟରେ କେତେଜଣ ସୁରକ୍ଷା କର୍ମୀ ଥିବା ଏହାର ଜଣେ ଅଫିସର କହିଛନ୍ତି। ବିକ୍ଷୋଭକୁ ଦମନ କରିବାକୁ ବଳପ୍ରୟୋଗ କରାଯାଉଥିବା ନେଇ ଇରାନ କର୍ତ୍ତୃପକ୍ଷ ପ୍ରଥମ ଥର ସ୍ବୀକାର କରିଛନ୍ତି। ଉଭୟ ବିକ୍ଷୋଭକାରୀ ଏବଂ ସୈନ୍ୟଙ୍କ ମୃତ୍ୟୁ ପଛରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା ଇରାନ ଅଧିକାରୀମାନେ କହିଛନ୍ତି। ଇରାନର ସୁପ୍ରିମ ଲିଡର ଆୟାତୋଲା ଅଲି ଖାମେନେଇ ବିକ୍ଷୋଭକାରୀଙ୍କ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି। ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ଏବଂ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ସଂଗୃହୀତ ତଥ୍ୟ ଆଧାରରେ ଇରାନ ଇଣ୍ଟରନ୍ୟାଶନାଲ ଏହି ରିପୋର୍ଟ କରିଛି। ସରକାରଙ୍କ ସମସ୍ତ ୩ ବିଭାଗ ମୁଖ୍ୟଙ୍କ ସ୍ବୀକୃତି ଏବଂ ଅନୁମୋଦନ କ୍ରମେ ସୁପ୍ରିମ ଲିଡର ଖାମେନେଇ ବିକ୍ଷୋଭକାରୀଙ୍କ ଉପରେ ଜୀବନ୍ତ ଗୁଳିଚାଳନା କରିବାକୁ ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ ଏବଂ ବାସିଜ ମିଲିସିଆ ପ୍ରାଇମେରିକୁ ନିର୍ଦ୍ଦେଶ ଦେଇଥିବା ରିପୋର୍ଟରେ କୁହାଯାଇଛି।
ଇରାନ ସରକାର ୩ ବର୍ଷ ହେଲା ସର୍ବବୃହତ୍‌ ଆଭ୍ୟନ୍ତରୀଣ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଆସୁଛନ୍ତି। ଗତବର୍ଷ ଇସ୍ରାଏଲ ଓ ଆମେରିକା ମଧ୍ୟରେ ସଂଘର୍ଷ ପରେ ଅନ୍ତର୍ଜାତୀୟ ଚାପ ବଢ଼ିଛି। ଫଳରେ ଗୁରୁତର ଆର୍ଥତ୍କ ସଙ୍କଟର ସମ୍ମୁଖୀନ ହୋଇଥିବା ଇରାନରେ ନାଗରିକ ଅଶାନ୍ତି ବୃଦ୍ଧି ପାଇଛି। ୧୯୭୯ ଇସ୍‌ଲାମୀୟ ବିପ୍ଳବଠାରୁ ଦେଶକୁ ଶାସନ କରିଆସୁଥିବା ଇରାନର ଧର୍ମୀୟ କର୍ତ୍ତୃପକ୍ଷ ଆନ୍ଦୋଳନ ପ୍ରତି ଦ୍ୱୈତ ଆଭିମୁଖ୍ୟ ଆପଣାଇବାକୁ ଉଦ୍ୟମ କରୁଛନ୍ତି। ଆର୍ଥତ୍କ ସମସ୍ୟାକୁ ନେଇ ହେଉଥିବା ଆନ୍ଦୋଳନକୁ ସରକାର ବୈଧ କହୁଥିବାବେଳେ ବିକ୍ଷୋଭକୁ ଦମନ କରିବା ପାଇଁ ବଳ ପ୍ରୟୋଗ କରୁଛନ୍ତି। ଅପରପକ୍ଷରେ ଆମେରିକା ଏବଂ ଇସ୍ରାଏଲ୍‌ ଅଶାନ୍ତି ସୃଷ୍ଟି କରାଉଥିବା ସରକାର ଅଭିଯୋଗ କରିଛନ୍ତି। ଅଜଣା ଆତଙ୍କବାଦୀ ବିକ୍ଷୋଭକୁ ହାଇଜାକ୍‌ କରୁଥିବା ସରକାର କହିଛନ୍ତି। ଶତାଧିକ ଲୋକଙ୍କୁ ହତ୍ୟା କରାଯାଇଥିବାବେଳେ ଅନେକ ହଜାରଙ୍କୁ ଗିରଫ କରାଗଲାଣି ବୋଲି ପୂର୍ବରୁ ଏକ ଅଧିକାର ସଂଗଠନ କହିଥିଲା। କିଛିଦିନ ହେଲା ଇଣ୍ଟରନେଟ୍‌ ସଂଯୋଗ ବନ୍ଦ ରହିବା ସହ ଯୋଗାଯୋଗ କଟକଣା ଯୋଗୁ ସୁରକ୍ଷା ବଳର ଦମନମୂଳକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବାହାରକୁ ଖବର ଆସିପାରୁନାହିଁ। ବିକ୍ଷୋଭକାରୀ ଏବଂ ସୁରକ୍ଷା ବଳ ମଧ୍ୟରେ ସପ୍ତାହେ ହେଲା ରାତିବେଳା ହେଉଥିବା ସଂଘର୍ଷ ଭଡିଓରୁ ଦେଖିବାକୁ ମିଳିଛି। ଗୁଳିମାଡ଼ ସହ ହିଂସାତ୍ମକ ସଂଘର୍ଷ ଓ ପୋଡ଼ାଜଳା ଦେଖାଯାଇଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

୩୫ ହଜାର ବିକ୍ରି ହୋଇଥିଲେ ଶିଶୁ କନ୍ୟା: ଉଦ୍ଧାର ପରେ ଘଟିଲା…

ଭଦ୍ରକ,୧୪।୧(ସନାତନ ରାଉତ):ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ବୟବନାପୁର ଗ୍ରାମରେ ବିକ୍ରି ହୋଇଥିବା ଶିଶୁ କନ୍ୟାକୁ ମଙ୍ଗଳବାର ରାତିରେ ଉଦ୍ଧାର କରାଯାଇଛି l ଏନେଇ ଶିଶୁ କନ୍ୟାର...

ଗଞ୍ଜେଇ ଗାଡି ସନ୍ଦେହରେ ଗୋଡାଉଥିଲା ପୋଲିସ, ଫେରାର୍‌ ମାରିବାବେଳେ ୨ ଜଣଙ୍କୁ ପିଟିଦେଲା କାର୍‌

ମାଧପୁର,୧୪।୧( ମନୋଜ କୁମାର ପ୍ରଧାନ): ଗଞ୍ଜେଇ ଗାଡି ସନ୍ଦେହରେ ପୋଲିସ ଗୋଡାଉଥିବା ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଠମଲ୍ଲିକ କିଆକଟା ଥାନା...

ବଡ଼ ରେକର୍ଡ ଅପେକ୍ଷାରେ ବିରାଟ କୋହଲି: ଆଜି ଭାଙ୍ଗିପାରନ୍ତି….

ନୂଆଦିଲ୍ଲୀ,୧୪।୧: ଫୁଲ୍‌ ଫର୍ମରେ ଥିବା ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଏକ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇପାରନ୍ତି। କୋହଲି ଗତ ୫...

ମକର ସଂକ୍ରାନ୍ତିରେ ଘରକୁ ଆଣନ୍ତୁ ଏହି ୫ ଜିନିଷ: କଟିବ ବାସ୍ତୁ ଦୋଷ, ଚମକି ଉଠିବ ଭାଗ୍ୟ…

ମକର ସଂକ୍ରାନ୍ତି ପର୍ବ ସୂର୍ଯ୍ୟଙ୍କ ଉତ୍ତର ଦିଗକୁ ଗତିକୁ ଚିହ୍ନିତ କରେ। ଏହି ଦିନକୁ ନୂତନ ଆରମ୍ଭ, ସକାରାତ୍ମକ ଶକ୍ତି ଏବଂ ଜୀବନରେ ଶୁଭ ପରିବର୍ତ୍ତନର...

ଗୌତମ ଗମ୍ଭୀରଙ୍କ ସହ କଥା ହୁଅନ୍ତି ନାହିଁ ବିରାଟ କୋହଲି? ଡ୍ରେସିଂ ରୁମର ରାଜ୍‌ ଖୋଲିଲେ ବ୍ୟାଟିଂ କୋଚ

ନୂଆଦିଲ୍ଲୀ,୧୪।୧: ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଷ୍ଟାର ଖେଳାଳି ବିରାଟ କୋହଲିଙ୍କ ମଧ୍ୟରେ ସବୁକିଛି ଠିକ ନାହିଁ। ସେମାନେ ପରସ୍ପରକୁ ଆଦୌ...

ଇକୋ ରିଟ୍ରିଟ ସହ ହିଲଭିୟୁ ପାର୍କ ବୁଲିଲେ ମୁଖ୍ୟ ଶାସନ ସଚିବ: ପ୍ରଶଂସାରେ ପୋତିଲେ

ଦାରିଙ୍ଗବାଡି, ୧୪/୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ଓଡିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବୁଧବାର ସକାଳ ଗସ୍ତ କରିଛନ୍ତି। ସେ ପ୍ରଥମେ...

ଚଳନ୍ତା ଟ୍ରେନ ଉପରେ ଖସିପଡ଼ିଲା କ୍ରେନ, ୨୨ ମୃତ ୩୦ରୁ ଅଧିକ ଆହତ

ବ୍ୟାଙ୍କକ,୧୪।୧: ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ଏକ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ କହିଛି ଯେ ଏହି...

କାଳୀଜାଈଙ୍କ ପୀଠରେ ମକର ମେଳା: ଭକ୍ତଙ୍କ ପ୍ରବଳ ଭିଡ଼

କୃଷ୍ଣପ୍ରସାଦ,୧୪।୧(କୈଳାଶ ଚନ୍ଦ୍ର ପଟ୍ଟନାୟକ):ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଳୀଜାଈଙ୍କ ପୀଠରେ ମକର ମେଳା ଆରମ୍ଭ ହୋଇଛି। ଏହି ମେଳାକୁ ପାରିକୁଦ ରାଜସାହେବ ଉଦଘାଟିତ କରିଥାନ୍ତି। ମତ୍ସ୍ୟଜୀବୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri