Posted inଜାତୀୟ

ଭାରତୀୟଙ୍କର ନିଜ ସରକାର ଉପରେ ଭରସା ଅଧିକ: ରିପୋର୍ଟ

ନୂଆଦିଲ୍ଲୀ,୩୦ ।୫: ବର୍ତ୍ତମାନ ସମୟରେ ଯେତେବେଳେ ଅଧିକାଂଶ ଦେଶର ଜନତା ନିଜ ସରକାରକୁ ଅବିଶ୍ୱାସ କରୁଛନ୍ତି ସେତିକିବେଳେ ଭାରତୀୟଙ୍କର ନିଜ ସରକାର ଉପରେ ସମ୍ପୂର୍ଣ୍ଣ ଭରସା ରହିଛି ବୋଲି ଏକ ରିପୋର୍ଟରୁ ଜଣାପଡିଛି । ଏହି ମାମଲାରେ ଭାରତ ଆମେରିକା, ବ୍ରିଟେନ, କାନାଡା ଓ ଜାପାନ ଭଳି ବିକଶିତ ଦେଶକୁ ପଛରେ ପକାଇ ଦେଇଛି । ଏହି ଦାବି ଫ୍ରାନ୍ସର ମାର୍କେଟ ରିସର୍ଚ୍ଚ ଓ କନସଲ୍ଟିଂ ଫର୍ମ ଇସପୋସ ତା’ର ବିଶ୍ୱ ବିଶ୍ୱସନୀୟତା ରିପୋର୍ଟରେ କହିଛି ।
ରିପୋର୍ଟରେ କୁହାଯାଇଛି ସରକାରଙ୍କ ଉପରେ ଅବିଶ୍ୱନୀୟତା କିଛି ନୂଆ କଥା ନୁହେଁ । ହେଲେ ଏଥିରେ ଅନିଶ୍ଚିତତାରେ ଥିବା ସମୟରେ ଶାସକ ଦଳକୁ ଚ୍ୟାଲେଞ୍ଜ ଏବଂ ଅସ୍ଥିର କରିବା ପାଇଁ ଆନ୍ଦୋଳନ ସୃଷ୍ଟି କରେ । ସେଥିପାଇଁ ସରକାର ଓ ସରକାରୀ ଅନୁଷ୍ଠାନ ଉପରେ ଜନସାଧାରଣଙ୍କ ବିଶ୍ୱାସକୁ ମାପ କରାଯାଏ । ଏହି ସର୍ଭେ ପାଇଁ ଜୁନ ୨୫ରୁ ଜୁଲାଇ ୯, ୨୦୨୧ ମଧ୍ୟରେ ୨୭ଟି ଦେଶରୁ ୨୦ ହଜାର ଲୋକଙ୍କର ଅନଲାଇନରେ ସାକ୍ଷାତ୍‌କାର ନିଆଯାଇଥିଲା । ଏଥିରେ ୧୬-୭୫ ବର୍ଷ ବୟସର ଲୋକେ ସାମିଲ ଥିଲେ ।
ରିପୋର୍ଟରେ ଚାଇନାର ମିଡିଆ, କର୍ପୋରେଶନ ଉପରେ ବିଶ୍ୱାସର ଅଙ୍କ ରହିଛି । ହେଲେ ସରକାର ଓ ଯୋଜନା ଉପରେ ଥିବା ତଥ୍ୟକୁ ଲୁଚାଇ ଦିଆଯାଇଛି । ଏହା ଚାଇନା ସରକାରଙ୍କ ଦାଦାଗିରି ବୋଲି କୁହାଯାଉଛି । ତେବେ ଭାରତର ୪୮ ପ୍ରତିଶତ ଜନତା ସରକାର ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରନ୍ତି । ଏହା ଅନ୍ୟ ଦେଶ ତୁଳନାରେ ସର୍ବାଧିକ ।


Enter your email to get our daily news in your inbox.

All Right Reserved By Dharitri.Com

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ସୋମବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

ବିବାଦ ପରେ ମୁହଁ ଖୋଲିଲେ ପୂର୍ବତନ ସେନାମୁଖ୍ୟ: ”ଏହା ହିଁ ବହିର…”

ନୂଆଦିଲ୍ଲୀ,୧୦।୨: ନିଜର ଅପ୍ରକାଶିତ ବହିକୁ ନେଇ ବିବାଦ ଜୋର ଧରିବା ପରେ ମୁହଁ ଖୋଲିଛନ୍ତି ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍.ଏମ୍. ନରଭାଣେ। ତାଙ୍କର ଏହି ଆତ୍ମଜୀବନୀ…

ଅନ୍ୟ ରାଜ୍ୟରେ ପ୍ରେମକରି ବିବାହ ପଡ଼ିଲା ମହଙ୍ଗା: ସ୍ତ୍ରୀ ଦୁଇ ଛୁଆଙ୍କୁ ନେଇ ପଳାଇଲେ, ଅନ୍ତିମ ସତ୍କାର ପାଇଁ ବି ଆସିଲେନି…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମର କାହ୍ନୁ ଡାକୁଆ (୪୦) ସୋମବାର ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ମତ୍ୟୁପରେ…

ବଢିଗଲା ଦାମ୍‌! ସିଗାରେଟ ପ୍ୟାକେଟର ଦାମ ୪୦୦, ପାନ ମସଲାର ଦାମ ହେଲା ୨୦୦ଟଙ୍କା?

ନୂଆଦିଲ୍ଲୀ,୧୦।୨: ଏହା ସତ୍ୟ ଯେ, ଫେବୃଆରୀ ୧, ୨୦୨୬ ରୁ ସରକାର ପାପ ସାମଗ୍ରୀ ଉପରେ ସମ୍ପୂର୍ଣ୍ଣ ଟିକସ ଢାଞ୍ଚାକୁ ପରିବର୍ତ୍ତନ କରିଛନ୍ତି, ଯାହା ଫଳରେ ମୂଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri