ମୋହନା,୨୫।୩( ମନ୍ମଥ ମିଶ୍ର ): ଆଇପିଏସ ରାକେଶ କୁମାର ସାହୁଙ୍କ ନିଆରା ପ୍ରୟାସ, ମହିଳା ନିର୍ଯାତନା ରୋକିବା ପାଇଁ ମହିଳାଙ୍କୁ ସଚେତନ କରାଯାଇଛି। ଦିନକୁ ଦିନ ମହିଳା ଓ ଶିଶୁ ନିର୍ଯାତନା ରାଜ୍ୟରେ ବଢ଼ିବାରେ ଲାଗିଛି । ଯାହା ଫଳରେ ବୁଧବାର ନିଜେ ଆଇପିଏସ ରାକେଶ କୁମାର ସାହୁ ଉଦୟଗିରୀ ବ୍ଲକ ରାମଗିରି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ମହିଳା ଓ ଶିଶୁ ନିର୍ଯାତନାକୁ କିଭଳି ରୋକା ଯାଇ ପାରିବ ତାହା ମହିଳା ମାନଙ୍କୁ ସଚେତନ କରାଇଥିଲେ। କିଭଳି ଭାବେ ଛୋଟ ଛୋଟ ଶିଶୁ ମାନଙ୍କୁ ପ୍ରଲୋଭନ ଦେଖାଇ କିଛି ଖଳ ପ୍ରକୃତିର ଲୋକ ବଳାତ୍କାର କରି ହତ୍ୟା କରୁଛନ୍ତି ତାହା ସ୍ବତନ୍ତ୍ର ମହିଳା ମାନଙ୍କୁ ସଚେତନ କରାଇଥିଲେ। ଏପଟେ ଘାରୋଇ ହିଂସା, ସ୍ବାମୀ ମଦ୍ୟପାନ କରିବା ପରେ ସ୍ତ୍ରୀଙ୍କୁ ମାରପିଟ ସହ କିଭଳି ସମାଜ ସଭ୍ୟରେ ମହିଳାମାନେ ସୁରକ୍ଷିତ ଭାବେ ରହି ପାରିବେ ତାହା ଉପରେ ମହିଳା ମାନଙ୍କ ସହ ଆଲୋଚନା କରିଥିଲେ। ବଳାତ୍କାର ବା କିଛି ଦୁର୍ଘଟଣା ଘଟେ ତା ହେଲେ ନିକଟସ୍ଥ ପୋଲିସ ଷ୍ଟେଶନରେ ଅଭିଯୋଗ ତୁରନ୍ତ କରିବା ପାଇଁ ନିବେଦନ କରିଥିଲେ। ଯଦି ପୋଲିସ ଷ୍ଟେଶନ ଯାଇ ପାରିବେ ନାହିଁ ତା ହେଲେ ୧୦୯୮ ବା ଜରୁରୀକାଳୀନ ସେବା ୧୧୨ରେ ଯୋଗାଯୋଗ କରିବା ପାଇଁ କହିଥିଲେ। ସଚେତନ କାର୍ଯ୍ୟକ୍ରମରେ ଶିକ୍ଷକ, ଶିକ୍ଷୟିତ୍ରୀ,ସରପଞ୍ଚ,ସମିତିସଭ୍ୟ ଓ୍ବାଡମେମ୍ବର , ମହିଳାଙ୍କ ସହ ରାମଗିରି ପୋଲିସ ଉପସ୍ଥିତ ରହିଥିଲେ।

