Posted inଖେଳ

ଆଜିଠୁ ଆଇପିଏଲ୍‌ ମହାସମର: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ଉଦ୍‌ଘାଟନୀ ମ୍ୟାଚ୍‌

କୋଲକାତା, ୨୧।୩ (ପିଟି.):ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୮ଶ ସଂସ୍କରଣ। ଗତଥରର ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ (କେକେଆର) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଅନୁଷ୍ଠିତ ହେବ। ନୂଆ ନିୟମ ଲାଗୁ ହେବାକୁ ଯାଉଥିବାବେଳେ ଦୁଇ ଦଳରେ ନୂଆ ଅଧିନାୟକଙ୍କୁ ଦେଖିବାକୁ ମିଳିବ। ଅଜିଙ୍କ୍ୟ ରାହାନେ କେକେଆର ଓ ରଜତ ପଟିଦାର ଆରସିବି ଦଳର ନେତୃତ୍ୱ ନେବେ। କୋଭିଡ୍‌-୧୯ ମହାମାରୀଠାରୁ ଆଇପିଏଲ୍‌ରେ ସାଲିଭା(ଛେପ/ଲାଳ) ବ୍ୟବହାରକୁ ନିଷିଦ୍ଧ କରାଯାଇଥିଲା। ମାତ୍ର ଗୁରୁବାର ଅନୁଷ୍ଠିତ ଅଧିନାୟକଙ୍କ ବୈଠକରେ ଆଲୋଚନା ହେବାପରେ ଏହାକୁ ଉଠାଇ ଦିଆଯାଇଛି। ଫଳରେ ବୋଲରଙ୍କୁ କିଛି ପରିମାଣରେ ଫାଇଦା ମିଳିବ ବୋଲି ଆଶା କରାଯାଉଛି। ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ୨୦୨୨ଠାରୁ ସାଲିଭା ବ୍ୟବହାରକୁ ନିଷିଦ୍ଧ କରିଛି। ମାତ୍ର ଆଇପିଏଲ୍‌ ନିଜସ୍ବ ନିୟମରେ ପରିଚାଳିତ ହେଉଥିବାରୁ ଏହି ନିୟମକୁ ଉଠାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି।
ଲିଗ୍‌ର ଏହି ୧୮ଶ ସିଜନରେ ଆହୁରି ମଧ୍ୟ କେତେକ ନୂଆ ନିୟମ ଲାଗୁ କରାଯିବ। କାକରର ପ୍ରଭାବକୁ ରୋକିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ସନ୍ଧ୍ୟାରେ ଆରମ୍ଭ ହେଉଥିବା ମ୍ୟାଚର ଦ୍ୱିତୀୟ ଇନିଂସର ୧୧ତମ ଓଭରରେ ନୂଆ ବଲ୍‌ ବ୍ୟବହାର ହୋଇପାରିବ। ଏହା ଫଳରେ ହାଇସ୍କୋରିଂ ମ୍ୟାଚ ଟ୍ରେଣ୍ଡ ବଳବତ୍ତର ରହିବ। ମାତ୍ର ଅପରାହ୍ନ ମ୍ୟାଚରେ ଏହି ନିୟମ ଲାଗୁ ହେବନାହିଁ।
ଆଇପିଏଲ୍‌ ୨୦୨୫ରେ ୭ଟି ଦଳରେ ନୂଆ ଅଧିନାୟକଙ୍କୁ ଦେଖିବାକୁ ମିଳିବ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ବିରାଟ କୋହଲିଙ୍କ ଉପସ୍ଥିତି ସତ୍ତ୍ୱେ ଏପର୍ଯ୍ୟନ୍ତ ଭାରତ ପାଇଁ ଗୋଟିଏ ହେଲେ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ସୁଯୋଗ ପାଇ ନ ଥିବା ରଜତ ପଟିଦାର ଆରସିବି ଦଳର ନେତୃତ୍ୱ ନେବାକୁ ଯାଉଛନ୍ତି। ସେହିପରି ଲୋକେଶ ରାହୁଲ ସାମିଲ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଅକ୍ଷର ପଟେଲଙ୍କୁ ଅଧିନାୟକ କରାଯାଇଛି। ୨୦୨୪ରେ କେକେଆରକୁ ଚାମ୍ପିୟନ କରାଇଥିବା ଶ୍ରେୟସ ଆୟର ଏବେ ପଞ୍ଜାବ କିଙ୍ଗ୍ସର ନେତୃତ୍ୱ ନେବାକୁ ଯାଉଥିବାବେଳେ ଅଜିଙ୍କ୍ୟ ରାହାନେଙ୍କୁ ନାଇଟ ରାଇଡର୍ସ ଦାୟିତ୍ୱ ଦିଆଯାଇଛି।
ଉଦ୍‌ଘାଟନୀ ମ୍ୟାଚରେ କେକେଆର ଓ ଆରସିବି ହେଉଛନ୍ତି ପୁରୁଣା ପ୍ରତିଦ୍ୱନ୍ଦ୍ୱୀ। ୧୭ ବର୍ଷ ତଳେ ୨୦୦୮ରେ ସର୍ବପ୍ରଥମ ଆଇପିଏଲ୍‌ର ଉଦ୍‌ଘାଟନୀରେ ଏହି ଦୁଇଦଳ ପରସ୍ପରକୁ ଭେଟିଥିଲେ। ବ୍ରେଣ୍ଡନ ମ୍ୟାକକୁଲମଙ୍କୁ ବିସ୍ଫୋରକ ୧୫୮ ରନ ସହାୟତାରେ ବୃହତ୍‌ ସ୍କୋର କରିଥିବା କେକେଆର ଏହି ମ୍ୟାଚକୁ ୧୪୦ ରନରେ ଜିତି ନେଇଥିଲା। ସେବେଠାରୁ ଦେଖିବାକୁ ଗଲେ କେକେଆର ୩ ଥର ଟାଇଟଲ ଜିତି ସାରିଥିବାବେଳେ ଆରସିବି ଏବେ ମଧ୍ୟ ଟ୍ରଫି ଅପେକ୍ଷାରେ ରହିଛି। ରାହାନେଙ୍କ ନେତୃତ୍ୱରେ କେକେଆର ଏଥର ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ ରହିଛି। ଭାରତକୁ ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସ୍ପିନର ବରୁଣ ଚକ୍ରବର୍ତ୍ତୀ ଓ ବିରାଟ କୋହଲିଙ୍କ ମଧ୍ୟରେ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ। ୩୬ ବର୍ଷରେ ମଧ୍ୟ ସୁନୀଲ ନାରିନ କେକେଆର୍‌ର ମ୍ୟାଚ ବିଜେତା ସାବ୍ୟସ୍ତ ହେବା ଦକ୍ଷତା ରଖିଛନ୍ତି।
ଆରସିବି କଥା ଦେଖିବାକୁ ଗଲେ ଟପ୍‌ ଅର୍ଡରରେ ଫିଲ୍‌ ସଲ୍ଟ ଓ କୋହଲି ରହିଥିବାବେଳେ ଜୀତଶେ ଶର୍ମା ଓ ଲିଆମ ଲିଭିଂଷ୍ଟୋନ ଫିନିଶର ଭୂମିକା ତୁଲାଇବେ। ମାତ୍ର ଦଳର ବୋଲିଂ ବିଭାଗ ଅତ୍ୟନ୍ତ ଦୁର୍ବଳ ମନେ ହେଉଛି। ଭେଟେରାନ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଓ ଜୋଶ ହାଜେଲଉଡ୍‌ ଇଡେନର ସ୍ପିନ୍‌ ଫ୍ରେଣ୍ଡଲି ପିଚ୍‌ରେ କିପରି ପ୍ରଭାବୀ ରହୁଛନ୍ତି ତା’ ଉପରେ ନଜର ରହିବ।

ଆଇପିଏଲ୍‌-୧୮
(ଆଜିର ମ୍ୟାଚ)
କେକେଆର ବନାମ ଆରସିବି
ସ୍ଥାନ: କୋଲକାତା
ସମୟ: ସନ୍ଧ୍ୟା ୭ଟା ୩୦
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟଓ୍ବର୍କ, ଜିଓହଟଷ୍ଟାର

ସମ୍ଭାବ୍ୟ କେକେଆର ଏକାଦଶ: ସୁନୀଲ ନାରିନ, କ୍ୱିଣ୍ଟନ ଡି’କକ୍‌, ଅଜିଙ୍କ୍ୟ ରାହାନେ (ଅଧିନାୟକ), ଅଙ୍ଗକ୍ରିଶ ରଘୁବଂଶୀ, ଭେଙ୍କଟେଶ ଆୟର, ରିଙ୍କୁ ସିଂ, ଆନ୍ଦ୍ରେ ରସେଲ, ରମଣଦୀପ ସିଂ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ, ସ୍ପେନସର ଜନସନ/ଏନରିଚ ନର୍ଜେ, ବୈଭବ ଆରୋରା।
ସମ୍ଭାବ୍ୟ ଆରସିବି ଦଳ: ଫିଲ୍‌ ସଲ୍ଟ, ବିରାଟ କୋହଲି, ଦେବଦତ୍ତ ପଡିକଲ, ରଜତ ପଟିଦାର (ଅଧିନାୟକ), ଲିଆମ ଲିଭିଂଷ୍ଟୋନ, ଜୀତେଶ ଶର୍ମା, ଟିମ୍‌ ଡାଭିଡ, କୃନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଜୋଶ ହାଜେଲଉଡ, ୟଶ ଦୟାଲ, ସ୍ବପ୍ନିଲ ସିଂ/ମୋହିତ ରାଠି/ରସିଖ ସଲାମ।

 


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri