ଲୋକଙ୍କ ଜୀବନ ସହ ଖେଳୁଛି ଆଇପିଏଲ୍‌: ଭୟରେ ଲୋକେ

ଭବାନୀପାଟଣା,୨୨ା୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳଜାରିଙ୍ଗରେ ଥିବା ଆଇପିଏଲ୍‌ (ଇଣ୍ଡିଆନ ପଟାସ୍‌ ଲିମିଟେଡ) କମ୍ପାନୀ ସ୍ଥାନୀୟ ଲୋକଙ୍କ ଜୀବନ ସହ ଖେଳୁଥିବା ଅଭିଯୋଗ ହୋଇଛି। ଅଞ୍ଚଳବାସୀ ଏହାର ପ୍ରତିବାଦ କରି ଆନ୍ଦୋଳନ କରିବା ପରେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଚେତୁ ନାହାନ୍ତି। ଏହାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରକାଶ ଯେ, ତଳଜାରିଙ୍ଗ ପଞ୍ଚାୟତରେ ଖମାର (ଜୋର) ନାଳ ପ୍ରବାହିତ ହେଉଛି। ଏହି ନାଳ ତଳଜାରିଙ୍ଗ ସମେତ ତଳ ଭାଗରେ ଥିବା ନାନ୍ଦୋଲ ପଞ୍ଚାୟତ ଓ ପରେ ଶଗଡା ନଦୀକୁ ସଂଯୋଗ କରୁଛି। ନାଳ ପାଣିକୁ ଦୀର୍ଘବର୍ଷ ଧରି ସ୍ଥାନୀୟ ଲୋକେ ଗାଧୋଇବା ସହ ଚାଷ କାମରେ ବ୍ୟବହାର କରୁଥିଲେ। ଗୃହପାଳିତ ପଶୁ ମଧ୍ୟ ଏହି ପାଣି ବ୍ୟବହାର କରୁଥିଲେ। ହେଲେ ଗତ କିଛିମାସ ହେଲା ଆଇପିଏଲ୍‌ କମ୍ପାନୀ ଇଥାନଲ ଉତ୍ପାଦନ କରୁଥିବା ସମୟରେ ବାହାରୁଥିବା ଦୂଷିତ କେମିକାଲ ମିଶା ପାଣିକୁ ନାଳରେ ଛାଡ଼ୁଥିବା ଅଭିଯୋଗ ହୋଇଛି। ଏହି ନାଳ ପାଣି ବ୍ୟବହାର କଲେ ଲୋକଙ୍କୁ ଚର୍ମ ରୋଗ ହୋଇଥିଲା। ପୂର୍ବରୁ ନାଳ ପାଣି ସଫା ଦିଶୁଥିବାବେଳେ ଏବେ ତାହାର ରଙ୍ଗ ପରିବର୍ତ୍ତନ ହୋଇ ପୋଚକା ଦେଶୀ ମଦ ଭଳି ଭାସୁଥିବା ସ୍ଥାନୀୟ ଲୋକଙ୍କଠାରୁ ଜଣାପଡିଛି। ଫଳରେ ସ୍ଥାନୀୟ ଲୋକେ ଭୟରେ ନାଳ ପାଣି ବ୍ୟବହାର କରୁନାହାନ୍ତି। ନାଳ ପାଣି ପିଇ କିଛି ଗାଈ, ଛେଳିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସେହିପରି କିଛିଦିନ ତଳେ ଜଣେ ନାବାଳକ ଛେଳି ଚରାଳି ଏହି ପାଣି ପିଇ ରୋଗଗ୍ରସ୍ତ ହୋଇ ଶେଷରେ ମୃତ୍ୟୁବରଣ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। ସେହିପରି କମ୍ପାନୀ ଇଥାନଲ ଉତ୍ପାଦନ କରୁଥିବା ସମୟରେ ବାହାରୁଥିବା ଦୂଷିତ ଗ୍ୟାସ ପୋଚକା ଗନ୍ଧରେ ଏବେ ଅଞ୍ଚଳ ଫାଟି ପଡୁଛି। ଦୈନିକ ଶତାଧିକ ମକା ଟ୍ରକ କାରଖାନାକୁ ଆସୁଥିବାରୁ ରାସ୍ତାରୁ ପିଚୁ ଉଠି ଖାଲଖମା ହୋଇଥିବା ଦେଖିବାକୁ ମିଳୁଛି। ଏହିପରି ବିଭିନ୍ନ ସମସ୍ୟାକୁ ନେଇ ଗତ ଅଗଷ୍ଟ ୧୨ରେ ଅଞ୍ଚଳବାସୀ କମ୍ପାନୀ ଫାଟକ ସମ୍ମୁଖରେ ଆନ୍ଦୋଳନ କରିଥିଲେ। ପରେ କମ୍ପାନୀ କର୍ତ୍ତୃପକ୍ଷ ଧାରଣାସ୍ଥଳକୁ ଆସି ଦୂଷିତ ପାଣି ଛଡା ନ ଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହା ସତ୍ତ୍ୱେ ଦୂଷିତ ପାଣି ନାଳରେ ଛାଡୁଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। ସ୍ଥାନୀୟ ଲୋକେ ଜିଲାପାଳଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଦୂଷିତ ବାଷ୍ପ ଯୋଗୁ କୁନି ଛାତ୍ରୀଛାତ୍ର, ବୟସ୍କ ଲୋକେ ଶ୍ବାସ ଜନିତ ସମସ୍ୟାର ଶିକାର ହେଉଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ଦୂଷିତ କେମିକାଲ ପାଣିକୁ ଷ୍ଟୋରେଜ କରି ରଖିବା ପାଇଁ ଏକ ପ୍ଲାଣ୍ଟ କରିବା କଥା। ହେଲେ ତାହା ନ କରି ସିଧାସଳଖ ନାଳକୁ ଦୂଷିତ ପାଣି ଛାଡି ଦେଉଛନ୍ତି। ଶିଘ୍ର ଏହାର ସମାଧାନ କରା ନ ଗଲେ ଆଗକୁ ଏକ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ତଳଜାରିଙ୍ଗ ସରପଞ୍ଚ କେ ସୁନୀଲ କୁମାର ପ୍ରକାଶ କରିଛନ୍ତି। ପ୍ରକାଶ ଯେ, ଗତ ୩ବର୍ଷ ତଳେ କମ୍ପାନୀ ହେବା ପୂର୍ବରୁ ଏଠାରେ ଥିବା ୧୬୦ ଏକର ଜମିରେ ତଳଜାରିଙ୍ଗ ଓ ନାନ୍ଦୋଳ ପଞ୍ଚାୟତର ୮୦ଟି ପରିବାର ସରକାରଙ୍କୁ ଖଜଣା ବାନ୍ଧି ପତରା ଜମିରେ ଚାଷ କରିଆସୁଥିଲେ। ହେଲେ ପୂର୍ବ ରାଜ୍ୟ ସରକାର ଏହି ଜମିରେ କାରଖାନା ବସାଇଥିଲେ। ଏ ନେଇ କମ୍ପାନୀର ପ୍ରକଳ୍ପ ମୁଖ୍ୟ ଦୁର୍ଗା ପ୍ରସାଦ ଦ୍ବିବେଦୀଙ୍କୁ ପଚାରିବାରୁ ଆମେ ନାଳରେ ଦୂଷିତ ପାଣି ସିଧାସଳଖ ଛାଡୁନାହୁଁ। ବେଳେ ବେଳେ ଓଭର ଫ୍ଲୋ ହେଲେ ଦୂଷିତ ପାଣି ବାହାରକୁ ଚାଲିଯାଉଛି ବୋଲି ସଫେଇ ଦେଇଥିଲେ। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ଦିଗପହଣ୍ଡିରେ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳା ଉଦଯାପିତ: ପ୍ରଭାବଶାଳୀ ଶିକ୍ଷାଦାନ ପାଇଁ…

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ…

ଚଷାନିମଖଣ୍ଡି ସରକାରୀ ହାଇସ୍କୁଲର ବାର୍ଷିକୋତ୍ସବ: ମନ ଜିଣିଲା ନାଟକ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚଷାନିମଖଣ୍ଡି ଗ୍ରାମ ସରକାରୀ ହାଇସ୍କୁଲ ପରିସରରେ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର…

ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ମରଣଯନ୍ତା: ଗଳା ଫାଶ ସାଜିଛି ‘ଲୁହା ଜାଲି’, ପ୍ରଶାସନ ନିଦାବିଷ୍ଣୁ

ଥୁଆମୂଳ ରାମପୁର, ୧୯।୩ (ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ମୁଖ୍ୟ ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ସୁରେଶ ରେଡ୍ଡି ହେଲେ ଭାଜପା ଯୁବ ମୋର୍ଚ୍ଚାର ରାଜ୍ୟ ସଂଯୋଜକ: ଛତ୍ରପୁର ଅଞ୍ଚଳରେ ଉତ୍ସାହ

ଛତ୍ରପୁର, ୧୯।୩ (ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି (ଭାଜପା) ଯୁବ ମୋର୍ଚ୍ଚାର ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଛତ୍ରପୁରର…

ଅକାଳରେ ଚାଲିଗଲା ସିଆର୍‌ପିଏଫ୍‌ ଯବାନଙ୍କ ଜୀବନ: ରାୟଗଡ଼ା ଚତୁର୍ଥ ବାଟାଲିୟନରେ ଶୋକର ଛାୟା

ରାୟଗଡ଼ା, ୧୯।୩ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ମ୍ୟାଲେରିଆର ପ୍ରାଦୁର୍ଭାବ ଜଣେ କର୍ତ୍ତବ୍ୟରତ ସିଆରପିଏଫ (CRPF) ଯବାନଙ୍କ ଜୀବନ ନେଇଛି। ମୃତ ଯବାନ ଜଣକ ହେଉଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri