Posted inଖେଳ

ମେଗା ଅକ୍ସନ ପୂର୍ବରୁ ବିସିସିଆଇ ସମ୍ମୁଖରେ ବଡ଼ ଦାବି ରଖିଲେ ସମସ୍ତ ଦଳ, ହୋଇପାରେ ହଙ୍ଗାମା !

ନୂଆଦିଲ୍ଲୀ,୨୪।୭: ଆଇପିଏଲ୍‌ ୨୦୨୫କୁ ଆହୁରି ଅନେକ ମାସ ଥିଲେ ହେଁ ଏବେଠାରୁ ଫ୍ରାଞ୍ଚାଇଜଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଲେଣି। ନୂଆ ସିଜନ ପୂର୍ବରୁ ପୁଣିଥରେ ମେଗା ଅକ୍ସନ ହେବାକୁ ଯାଉଛି। ଏମିତିରେ ସମସ୍ତ ୧୦ ଟିମ୍‌ ପୁଣିଥରେ ନୂଆ ରୂପରେ ନଜର ଆସିବାକୁ ଥିବା ବେଳେ ବିସିସିଆଇ ସମ୍ମୁଖରେ ବଡ଼ ଦାବି କରିଛନ୍ତି।

ସମସ୍ତ ଟିମ୍‌ର ଦାବି ମୁତାବକ, ପ୍ରତି ୫ ବର୍ଷରେ ଥରେ ମେଗା ଅକ୍ସନ କରାଯିବା ଉଚିତ। ମେଗା ଅକ୍ସନ ପୂର୍ବରୁ ୪ ନଚେତ ୬ ଖେଳାଳିଙ୍କୁ ରିଟେନ କରିବାର ଅନୁମତି ମିଳିବା ଆବଶ୍ୟକ। ସେହିଭଳି ତୃତୀୟ ଦାବିରେ ୮ ଖେଳାଳିଙ୍କୁ ଦଳରେ ସାମିଲ କରିବା ଲାଗି ଆର୍‌ଟିଏମ୍‌(ରାଇଟ୍‌ ଟୁ ମ୍ୟାଚ୍‌) ବିକଳ୍ପ ମିଳିବା ଆବଶ୍ୟକ ବୋଲି କୁହାଯାଇଛି।

୫ ବର୍ଷରେ ମେଗା ଅକ୍ସନ ହେଲେ ଟିମ୍‌ଗୁଡ଼ିକୁ ଯୁବ କ୍ରିକେଟର ଖୋଜିବାକୁ ସମୟ ମିଳିବ। ଏହାଛଡ଼ା ଖେଳାଳିଙ୍କ ଉପରେ କରାଯାଇଥିବା ନିବେଶର ଲାଭ ଟିମ୍‌ ପାଇବେ। କାରଣ ବର୍ତ୍ତମାନ ସରେ ୩ ବର୍ଷ ଧରି ଖେଳାଳିଙ୍କୁ ପ୍ରସ୍ତୁତ କରିବା ପରେ ଅନ୍ୟ ଦଳକୁ ଚାଲିଯିବାର ଭୟ ଫ୍ରାଞ୍ଚାଇଜମାନଙ୍କ ପାଖରେ ରହିଛି।

ଦଳଗୁଡ଼ିକ ରାଇଟ୍‌ ଟୁ ମ୍ୟାଚ୍‌ ବିକଳ୍ପ ଚାହୁଁଛନ୍ତି। ଏହାଦ୍ୱାରା ଖେଳାଳିଙ୍କ ମାର୍କେଟ ପ୍ରାଇସ୍‌ ଉପରେ ତାଙ୍କୁ ରିଟେନ କରି ଦଳରେ ରଖିହେବ। ଏମିତିରେ ଖେଳାଳିଙ୍କୁ କ୍ଷତି ନ ହେବା ସହ ଦୀର୍ଘ ସମୟ ଧରି ସେମାନେ କୋର୍‌ ଟିମ୍‌ରେ ବଜାୟ ରହିପାରିବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ରୋଗୀସେବା ବ୍ୟାହତ: ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ନ ମିଳିବାରୁ ବୁର୍ଲା ସ୍ଥାନାନ୍ତର

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ)- ରାଜ୍ୟରେ ଡାକ୍ତରମାନଙ୍କ ବିଭିନ୍ନ ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ଯୋଗୁ ସାଧାରଣ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଡାକ୍ତରଖାନା ଗୁଡ଼ିକରେ ରୋଗୀସେବା ତଥା…

୪୦ ବର୍ଷ ପରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ଇଣ୍ଡୋନେସିଆରୁ ଅଷ୍ଟ୍ରେଲିଆ ଯାଏ ଦେଖିବାକୁ ମିଳିବ… 

ନୂଆଦିଲ୍ଲୀ,୩।୪: ବିଶ୍ୱର ବଦଳୁଥିବା ଭୂ-ରାଜନୈତିକ ସମୀକରଣ ମଧ୍ୟରେ ଭାରତ ନିଜର ବୈଦେଶିକ ନୀତି ଏବଂ ବାଣିଜ୍ୟିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ…

ଯୌତୁକ ପାଇଁ ନିର୍ଯ୍ୟାତନା ପରେ  ସ୍ତ୍ରୀଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା ଉଦ୍ୟମ: ସ୍ବାମୀ ଗଲେ ଜେଲ 

ଦିଗପହଣ୍ଡି,୩|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଶୁଣ୍ଡିପଲ୍ଲୀ ଗ୍ରାମର ବର୍ଷା ସିଂ(୨୦)ଙ୍କୁ ଯୌତୁକ ପାଇଁ ଶ୍ବଶୁର ଘର ଲୋକେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri