Posted inଖେଳ

IPL 2025: ପ୍ରିତୀ ଜିଣ୍ଟାଙ୍କୁ ନିଜ ପୁଅର ଭିଡିଓ ଦେଖାଇଲେ ବିରାଟ କୋହଲି, ହସି ପକାଇଲେ ଅଭିନେତ୍ରୀ, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୨୨।୪: ରବିବାର ଅନୁଷ୍ଠିତ IPL 2025 ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗସକୁ ୭ ୱିକେଟରେ ପରାସ୍ତ କରି ପୂର୍ବ ପରାଜୟର ପ୍ରତିଶୋଧ ନେଇଛି। ମୁଲାନପୁରରେ ଅନୁଷ୍ଠିତ ଏହି ମ୍ୟାଚରେ ବିରାଟ କୋହଲି ୫୪ ବଲରେ ଅପରାଜିତ ୭୩ ରନ କରିଥିଲେ, ଯାହା ପାଇଁ ତାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ମନୋନୀତ କରାଯାଇଥିଲା। ମ୍ୟାଚ ପରେ, ପଞ୍ଜାବର ସମସ୍ତ ଖେଳାଳି ବିରାଟ କୋହଲିଙ୍କୁ ଭେଟିଥିଲେ, ଏହି ସମୟରେ ଦଳର ମାଲିକାଣୀ ପ୍ରୀତି ଜିଣ୍ଟା ମଧ୍ୟ କୋହଲିଙ୍କୁ ଅଭିନନ୍ଦନ ଜଣାଇବାକୁ ପହଞ୍ଚିଥିଲେ।
ପ୍ରୀତି ଜିଣ୍ଟା ବିରାଟ କୋହଲିଙ୍କ ପାଖରେ ପହଞ୍ଚିବା ମାତ୍ରେ କୋହଲି ତାଙ୍କ ସହ ହାତ ମିଳାଇଥିଲେ ଏବଂ ତା’ପରେ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଏହି ବୈଠକର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ସମୟରେ କୋହଲି ପ୍ରୀତି ଜିଣ୍ଟାଙ୍କୁ ତାଙ୍କ ଫୋନରେ ଥିବା ତାଙ୍କ ପିଲାମାନେ ଅକାୟ କୋହଲି ଏବଂ ଭାମିକା କୋହଲିଙ୍କ ଫଟୋ ଦେଖାଇଲେ। ପିଲାମାନଙ୍କ ଫଟୋ ଦେଖିବା ପରେ ପ୍ରୀତି ହସୁଥିବାର ଦେଖାଯାଇଥିଲା।
୧୫୮ ରନର ଟାର୍ଗେଟକୁ ପିଛା କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏହି ମ୍ୟାଚ ୭ ୱିକେଟରେ ଜିତିଥିଲା। କୋହଲି ୫୪ ବଲରେ ଅପରାଜିତ ୭୩ ରନ କରିଥିଲେ, ଏହି ଇନିଂସରେ କୋହଲି ୧ ଛକା ଏବଂ ୭ ଚୌକା ମାରିଥିଲେ। ତାଙ୍କ ବ୍ୟତୀତ ଦେବଦତ୍ତ ପାଡିକ୍କାଲ ମଧ୍ୟ ଏକ ଚମତ୍କାର ଇନିଂସ ଖେଳିଥିଲେ, ସେ ୩୫ ବଲରେ ୪ଟି ଛକା ଏବଂ ୫ଟି ଚୌକା ସହାୟତାରେ ୬୧ ରନ କରିଥିଲେ। ଏହାର ଦୁଇ ଦିନ ପୂର୍ବରୁ, ଉଭୟ ଦଳ ବେଙ୍ଗାଲୁରୁରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ପଞ୍ଜାବ ବେଙ୍ଗାଲୁରୁକୁ ପରାସ୍ତ କରିଥିଲା।
ବିରାଟ କୋହଲି ଡିସେମ୍ବର ୨୦୧୭ରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଥିଲେ। ଜାନୁଆରୀ ୨୦୧୧ରେ ଅନୁଷ୍କା ଏକ ଝିଅ (ଭାମିକା କୋହଲି)କୁ ଜନ୍ମ ଦେଇଥିଲେ। ଗତ ବର୍ଷ ଫେବୃଆରୀ ୧୫ ତାରିଖରେ ଅନୁଷ୍କା ଏକ ପୁଅ (ଅକାୟ କୋହଲି)ଙ୍କୁ ଜନ୍ମ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?