IPL 2025: ମ୍ୟାଚ୍‌ ମଝିରେ ଭୟଙ୍କର ରାଗିଗଲେ ବିରାଟ କୋହଲି: ଭାଇରାଲ ହେଉଛି ଭିଡିଓ

ବେଙ୍ଗାଲୁରୁ,୧୧।୪: IPL 2025ରେ, RCB ନିଜ ଘରୋଇ ଗ୍ରାଉଣ୍ଡରେ ଏକ ଶୋଚନୀୟ ପରାଜୟ ବରଣ କରିଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୬ ଉଇକେଟରେ ପରାସ୍ତ କରିଛି। ୧୬୪ ରନର ଟାର୍ଗେଟକୁ ରୋକିବାକୁ ବେଙ୍ଗାଲୁରୁ ଓହ୍ଲାଇଥିଲା ଏବଂ ଜବାବରେ ସେମାନଙ୍କର ଆରମ୍ଭ ମଧ୍ୟ ଭଲ ଥିଲା କାରଣ ଦିଲ୍ଲୀ ୩୦ ରନ ସ୍କୋରରେ ୩ ଉଇକେଟ ହରାଇଥିଲା। କିନ୍ତୁ କେଏଲ ରାହୁଲଙ୍କ ୯୩ ରନର ଅପରାଜିତ ଇନିଂସ ଆରସିବି ଦଳ ପାଇଁ ମୁଣ୍ଡବିନ୍ଧା ସାବ୍ୟସ୍ତ ହୋଇଥିଲା। ଏହି ପରାଜୟ ପରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ବିରାଟ କୋହଲି ଦିନେଶ କାର୍ତ୍ତିକଙ୍କ ସହ ରାଗି କଥା ହେଉଥିବାର ଦେଖାଯାଉଛି। ଏହା ଦ୍ୱାରା ଆରସିବି ଦଳ ଭିତରେ ସବୁକିଛି ଠିକ ନ ଥିବା ଗୁଜବ ଉଠୁଛି।

ଏହି ଭିଡିଓଟି ଦିଲ୍ଲୀ କ୍ୟାପିଟାଲ୍ସର ଇନିଂସର ୧୬ତମ ଓଭରର। କେଏଲ ରାହୁଲ ଆକ୍ରମଣାତ୍ମକ ଢଙ୍ଗରେ ସଟ ମାରିବା ଆରମ୍ଭ କରିଥିଲେ, ତା’ପରେ କୋହଲି ଆରସିବି ବ୍ୟାଟିଂ କୋଚ ଦିନେଶ କାର୍ତ୍ତିକଙ୍କ ସହ ରାଗିକି କଥା ହେଉଥିବାର ଦେଖାଯାଇଥିଲା। ଏହି ଭିଡିଓରୁ ଅନୁମାନ କରାଯାଉଛି କୋହଲି ବେଙ୍ଗାଲୁରୁ ଅଧିନାୟକ ରଜତ ପଟିଦାରଙ୍କ ଉପରେ ଖୁସି ନାହାନ୍ତି। ହିନ୍ଦୀ କମେଣ୍ଟ୍ରି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ଏବଂ ବୀରେନ୍ଦ୍ର ସେହ୍ବାଗ କହିଥିଲେ ,ଯଦି ବିରାଟ କୌଣସି ନିଷ୍ପତ୍ତିରେ ଅସନ୍ତୁଷ୍ଟ, ତେବେ ସେ ଏ ବିଷୟରେ ଅଧିନାୟକ ପଟିଦାରଙ୍କ ସହ କଥା ହେବା ଉଚିତ।

ଏହି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସର ବିଜୟର ହିରୋ ସାଜିଥିଲେ କେଏଲ ରାହୁଲ। ସେ ୫୩ ବଲ୍‌ରେ ୯୩ ରନ୍‌ର ଏକ ଚମତ୍କାର ଇନିଂସ ଖେଳିଥିଲେ। ସେ ୭ ଚୌକା ଏବଂ ୬ ଛକା ମଧ୍ୟ ମାରିଥିଲେ। ରାହୁଲ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳି ୧୯୫ ରନ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri