IPL 2025: ରୋଚକ ସ୍ଥିତିରେ ଅରେଞ୍ଜ-ପର୍ପଲ କ୍ୟାପ୍‌ ରେସ୍‌, ପଛରେ ପଡ଼ିଲେ ସୂର୍ଯ୍ୟ କୁମାର

=ନୂଆଦିଲ୍ଳୀ,୩।୫: IPL 2025ରେ ପ୍ରତ୍ୟେକ ମ୍ୟାଚ ସହିତ ଅରେଞ୍ଜ କ୍ୟାପ ଏବଂ ପର୍ପଲ କ୍ୟାପ ପାଇଁ ଦୌଡ଼ ରୋମାଞ୍ଚକର ହେବାରେ ଲାଗିଛି। ଏହି ଲିଗର ୫୧ତମ ମ୍ୟାଚ ଶେଷ ହେବା ପରେ, ଅରେଞ୍ଜ ଏବଂ ପର୍ପଲ କ୍ୟାପ ତାଲିକାରେ ପୁଣି ଥରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏହି ମ୍ୟାଚ୍‌ରେ ଗୁଜରାଟ ବ୍ୟାଟ୍ସମ୍ୟାନ ସାଇ ସୁଦର୍ଶନ ହାଇଦ୍ରାବାଦ ବିପକ୍ଷରେ ୪୮ ରନର ଇନିଂସ ଖେଳି ସୂର୍ଯ୍ୟ କୁମାରଙ୍କୁ ପଛରେ ପକାଇ ଅରେଞ୍ଜ କ୍ୟାପ ଅଧିକାର କରିଥିଲେ।

ହାଇଦ୍ରାବାଦ ବିପକ୍ଷ ଏହି ମ୍ୟାଚ୍‌ରେ ଗୁଜରାଟର ବୋଲର ପ୍ରସିଦ୍ଧ କ୍ରିଷ୍ଣା ୨ଟି ଉଇକେଟ ନେଇ ପର୍ପଲ କ୍ୟାପ ରେସ୍‌ରେ ସର୍ବାଗ୍ରେ ଅଛନ୍ତି। ଜୋଶ ହାଜେଲଉଡଙ୍କୁ ସେ ପଛରେ ପକାଇଦେଇଛନ୍ତି। ବିରାଟ କୋହଲି ଏବେ ଅରେଞ୍ଜ କ୍ୟାପ ଦାବିଦାରଙ୍କ ତାଲିକାରେ ତଳକୁ ଖସି ଯାଇଛନ୍ତି। ହାଇଦ୍ରାବାଦ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିବା ଶୁବମନ ଗିଲ (୭୬ ରନ) ଏବଂ ଜସ ବଟଲର୍‌ (୬୪ ରନ) ତାଙ୍କଠାରୁ ଆଗରେ ଅଛନ୍ତି।

ସାଇ ସୁଦର୍ଶନ ଏହି ସିଜିନରେ ୫୦୦ ରନ ପୂରଣ କରିବାରେ ପ୍ରଥମ ବ୍ୟାଟସମ୍ୟାନ ହୋଇଥିଲେ ଏବଂ ୧୦ ମ୍ୟାଚରେ ୫୦୪ ରନ କରି ସେ ଅରେଞ୍ଜ କ୍ୟାପ ଜିତିଥିଲେ। ସେ ସୂର୍ଯ୍ୟକୁମାରଙ୍କୁ ପଛରେ ପକାଇ ଦେଇଛନ୍ତି ଯିଏ ୧୧ଟି ମ୍ୟାଚ୍‌ରେ ୪୭୫ ରନ କରିଛନ୍ତି। ବିରାଟ କୋହଲି ବର୍ତ୍ତମାନ ୧୦ଟି ମ୍ୟାଚ୍‌ରେ ୪୪୩ ରନ କରି ତାଲିକାର ୫ମ ସ୍ଥାନରେ ପହଞ୍ଚିଛନ୍ତି। ଜୋସ ବଟଲର୍‌ ୧୦ଟି ମ୍ୟାଚ୍‌ରେ ୪୭୦ ରନ ସଂଗ୍ରହ କରି ତୃତୀୟ ସ୍ଥାନରେ ଥିବା ବେଳେ ଶୁବମନ ଗିଲ ୧୦ଟି ମ୍ୟାଚ୍‌ରେ ୪୬୫ ରନ ସହିତ ଚତୁର୍ଥ ସ୍ଥାନରେ ଅଛନ୍ତି।

ହାଇଦ୍ରାବାଦ ବିପକ୍ଷରେ ୨ ଉଇକେଟ ନେଇ ପ୍ରସିଦ୍ଧ କ୍ରିଷ୍ଣା ଜୋଶ ହାଜେଲଉଡଙ୍କୁ ପଛରେ ପକାଇ ଦେଇଥିଲେ। ପ୍ରସିଦ୍ଧ ଏପର୍ଯ୍ୟନ୍ତ ଖେଳାଯାଇଥିବା ୧୦ଟି ମ୍ୟାଚ୍‌ରେ ୧୯ଟି ଉଇକେଟ ନେଇଥିବା ବେଳେ ଜୋଶ ୧୦ଟି ମ୍ୟାଚ୍‌ରେ ୧୮ଟି ଉଇକେଟ ନେଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଟ୍ରେଣ୍ଟ ବୋଲ୍ଟ ୧୧ଟି ମ୍ୟାଚ୍‌ରେ ୧୬ଟି ଉଇକେଟ ସହିତ ତୃତୀୟ ସ୍ଥାନରେ ଥିବା ବେଳେ ନୁର ଅହମ୍ମଦ ଚତୁର୍ଥ ଏବଂ ଖଲିଲ ଅହମ୍ମଦ ପଞ୍ଚମ ସ୍ଥାନରେ ଅଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?