ଏହି କ୍ରିକେଟର୍‌ଙ୍କ ହୃଦୟ ଭାଙ୍ଗିଲେ ଧୋନୀ

ମୁମ୍ବାଇ,୧୦।୩: ଚଳିତବର୍ଷ ଆଇପିଏଲ୍‌ ସ୍ବତନ୍ତ୍ର, କାରଣ ଏଥର ୧୦ଟି ଦଳ ଖେଳୁଛନ୍ତି। ଅନ୍ୟପକ୍ଷରେ ଏମଏସ ଧୋନୀ ଏବଂ ବିରାଟ କୋହଲି ଅଧିନାୟକ ଭାବେ ନୁହେଁ, ବ୍ୟାଟ୍ସମ୍ୟାନ ଭାବରେ ଖେଳୁଛନ୍ତି। ଧୋନୀ ଚଳିତ ସିଜିନ ଆରମ୍ଭ ପୂର୍ବରୁ ମଧ୍ୟ ଅଧିନାୟକତ୍ୱ ଛାଡିବାକୁ ନିଷ୍ପତ୍ତି ନେଇଥିଲେ।ଏହି ନିଷ୍ପତ୍ତି ପ୍ରତ୍ୟେକ କ୍ରିକେଟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। କେବଳ ପ୍ରଶଂସକଙ୍କୁ ନୁହେଁ, ବଡ ଖେଳାଳି ମଧ୍ୟ ଧୋନୀଙ୍କ ଏହି ନିଷ୍ପତ୍ତିରେ ଚକିତ ହୋଇପଡିଥିଲେ।
ଚଳିତ ସିଜିନ୍‌ ପାଇଁ ଆଇପିଏଲରେ ସିଏସ୍‌କେ ପାଇଁ ଖେଳୁଥିବା ନ୍ୟୁଜିଲାଣ୍ଡର ଖେଳାଳି ଡେଭନ କନଓ୍ବେଙ୍କୁ ଦଳରେ ସାମିଲ କରିଛି। ସେ ଧୋନୀଙ୍କ ଜଣେ ବଡ଼ ପ୍ରଶଂସକ। ଧୋନୀଙ୍କ ଅଧିନାୟକତ୍ୱରେ ଖେଳିବା କନୱେଙ୍କର ଏକ ସ୍ବପ୍ନ ଥିଲା, କିନ୍ତୁ ଏହି ସ୍ବପ୍ନ ତାଙ୍କର ଅଧୁରା ରହିଛି। ଧୋନୀ ଅଧିନାୟକ ପଦରୁ ଇସ୍ତଫା ଦେବା ନେଇ କନୱେଙ୍କ ହୃଦୟ ଭାଙ୍ଗିଯାଇଛି। ସିଏସକେର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରାଯାଇଛି। ଏହି ଭିଡିଓରେ କନୱେ ତାଙ୍କ ହୃଦୟ କଥା କହୁଥିବାର ଦେଖାଯାଇଛି। କନୱେ କହିଛନ୍ତି, ମୁଁ ସବୁବେଳେ ଧୋନୀଙ୍କ ଅଧିନାୟକତ୍ୱରେ ଖେଳିବାକୁ ଚାହୁଁଥିଲି। ସେ ଜଣେ ମହାନ ଅଧିନାୟକ ଏବଂ ମୁଁ ତାଙ୍କ କଥା ହୋଇଥିଲି। ମୁଁ କହିଲି, ସତରେ କ’ଣ ତୁମେ ଆଉ ଗୋଟିଏ ସିଜିନ୍‌ ଅଧିନାୟିକତ୍ୱ କରିବାକୁ ଚାହୁନାହଁ। ଜବାବରେ ଧୋନୀ କହିଥିଲେ,ମୁଁ ଅଧିନାୟିକତ୍ୱ କରିବା ନାହିଁ, କିନ୍ତୁ ସବୁବେଳେ ପାଖାପାଖି ରହିବି।
ଆଇପିଏଲ ୨୦୨୨ର ପ୍ରଥମ ମ୍ୟାଚ ଚେନ୍ନାଇ ଏବଂ କୋଲକାତା ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଧୋନୀ ଏକ ଚମତ୍କାର ଇନିଂସ ଖେଳିଥିଲେ। ଧୋନୀ ଏହି ମ୍ୟାଚରେ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୨୮ ଇନିଂସ ଏବଂ ୩ ସିଜିନ ପରେ ଅର୍ଦ୍ଧଶତକ ହାସଲ କରିବାରେ ସଫଳ ହୋଇଥିଲେ। ମାହି ୭ ଚୌକା ଓ ଗୋଟିଏ ଛକା ସହାୟତାରେ ୩୮ ବଲରେ ୫୦ ରନ ସଂଗ୍ରହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri