Posted inଖେଳ

ଆଇପିଏଲ-୨୦୨୦: ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ

ଦୁବାଇ, ୧୧।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୩ତମ ସଂସ୍କରଣରେ ବାଜି ମାରିଛି ମୁମ୍ବାଇ ଇଣ୍ଡିଆନ୍ସ। ଉଭୟ ବୋଲିଂ ଓ ବ୍ୟାଟିଂରେ ଚମତ୍କାରିତା ଦେଖାଇ ଏହି ଦଳ ମଙ୍ଗଳବାର ଅନୁଷ୍ଠିତ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଉଇକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୨୦ ଓଭରରେ ୭ ଉଇକେଟ ହରାଇ ୧୫୬ ରନ କରିଥିଲା। ୧୫୭ ରନର ବିଜୟ ଲକ୍ଷ୍ୟକୁ ମୁମ୍ବାଇ ୧୮.୪ ଓଭରରେ ୫ ଉଇକେଟ ହରାଇ ହାସଲ କରି ନେଇଥିଲା। ଟୁର୍ନାମେଣ୍ଟ ଇତିହାସରେ ସବୁଠାରୁ ସଫଳ ଦଳଭାବେ ମୁମ୍ବାଇ ଏହାକୁ ମିଶାଇ ମୋଟ ୫ ଥର ଚାମ୍ପିୟନ ହୋଇଛି। ପୂର୍ବରୁ ଦଳ ୨୦୧୩, ୨୦୧୫, ୨୦୧୭ ଓ ୨୦୧୯ରେ ଟାଇଟଲ ହାସଲ କରିଥିଲା। ଅନ୍ୟପକ୍ଷରେ ପୂର୍ବରୁ କେବେହେଲେ ଫାଇନାଲରେ ପ୍ରବେଶ କରି ନ ଥିବା ଦିଲ୍ଲୀ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଛି। କୋଭିଡ-୧୯ର କରାଳ କାୟା ମଧ୍ୟରେ ପ୍ରତିଯୋଗିତା ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ସଫଳତାର ସହ ଶେଷ ହୋଇଛି।
ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା। ପ୍ରଥମ ଓଭର ବୋଲିଂ କରିଥିବା ଟ୍ରେଣ୍ଟ ବୋଲ୍ଟ ପ୍ରଥମ ବଲ୍‌ରେ ମାର୍କୁସ ଷ୍ଟୋଇନିସଙ୍କୁ ଆଉଟ କରି ଦିଲ୍ଲୀକୁ ଶକ୍ତ ଝଟ୍‌କା ଦେଇଥିଲେ। ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ କ୍ୱାଲିଫାୟର-୨ରେ ଦିଲ୍ଲୀକୁ ଭଲ ଆରମ୍ଭ ଦେଇଥିବା ଷ୍ଟୋଇନିସ ଏଠାରେ ଖାତା ଖୋଲିବା ପୂର୍ବରୁ ଉଇକେଟ କିପର କ୍ୱିଣ୍ଟନ ଡି’କକ୍‌ଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏହାକୁ ମିଶାଇ ଚଳିତ ସଂସ୍କରଣର ପ୍ରଥମ ଓଭରରେ ଦିଲ୍ଲୀର ଉଇକେଟ ପତନ ସଂଖ୍ୟା ୧୦ରେ ପହଞ୍ଚତ୍ଥିଲା। କେବଳ ସେତିକି ନୁହେଁ, ବୋଲ୍ଡ ନିଜ ଦ୍ୱିତୀୟ ଓଭରର ୪ର୍ଥ ବଲ୍‌ରେ ଅଜିଙ୍କ୍ୟ ରାହାନେ(୨ ରନ)ଙ୍କୁ କଟ୍‌ ବିହାଇଣ୍ଡ କରି ବିପକ୍ଷ ଦଳର ଚିନ୍ତା ବଢ଼ାଇ ଦେଇଥିଲେ। ଶକ୍ତିଶାଳୀ ମୁମ୍ବାଇକୁ ଟକ୍କର ଦେବାକୁ ହେଲେ ଫର୍ମରେ ଥିବା ଶିଖର ଧାଓ୍ବନଙ୍କ ବ୍ୟାଟ୍‌ରୁ ଏକ ବଡ଼ ସ୍କୋର ଆଶା କରାଯାଉଥିଲା। ମାତ୍ର ଧାଓ୍ବନ ଏଠାରେ ମାତ୍ର ୧୪(୧୩ ବଲ, ୩ ଚୌକା) ରନ କରି ଜୟନ୍ତ ଯାଦବଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହେବାରୁ ଦିଲ୍ଲୀର ବଡ଼ ସ୍କୋର ଆଶା ମଉଳିଯାଇଥିଲା। ୩.୩ ଓଭର ବେଳକୁ ସ୍କୋର ୨୨/୩ ହୋଇ ଯାଇଥିଲା। ଅଧିନାୟକ ଶ୍ରେୟାସ ଆୟାର ଓ ରିଷଭ ପନ୍ତ ସତର୍କତାର ସହ ବ୍ୟାଟିଂ କରି ୧୪ତମ ଓଭରର ପ୍ରଥମ ବଲ୍‌ରେ ଦଳୀୟ ସ୍କୋରକୁ ୧୦୦ରେ ପହଞ୍ଚାଇଥିଲେ। ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଦୁଇ ଖେଳାଳି ହାସଲ କରିଥିଲେ ଅର୍ଦ୍ଧଶତକ। ୪ର୍ଥ ଉଇକେଟରେ ୯୬ ରନର ଭାଗୀଦାରି ପରେ ରିଷଭ ଆଉଟ ହୋଇଥିଲେ। ୧୫ତମ ଓଭରର ଶେଷ ବଲ୍‌ରେ ସେ ନାଥାନ କୁଲ୍ଟର ନିଲଙ୍କୁ ବଡ଼ ଶଟ୍‌ ଖେଳିବାକୁ ଯାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାଚ ଦେଇଥିଲେ। ୩୮ଟି ବଲ୍‌ ଖେଳିଥିବା ପନ୍ତ ୪ ଚୌକା ଓ ୨ ଛକା ସହ ୫୬ ରନ ସ୍କୋର କରିଥିଲେ। ଶିମରନ ହେଟମେର (୫), ଅକ୍ଷର ପଟେଲ(୯) ଓ କାଗିଶୋ ରାବାଡ଼ା(୦) ଶୀଘ୍ର ଆଉଟ ହେବାରୁ ଦିଲ୍ଲୀ ବଡ଼ ସ୍କୋର କରିପାରି ନ ଥିଲା। ଆୟାର ୬୫(୫୦ ବଲ, ୬ ଚୌକା, ୨ ଛକା) ରନରେ ଅପରାଜିତ ରହି ଦଳୀୟ ସ୍କୋରକୁ ୨୦ ଓଭରରେ ୧୫୬/୭ରେ ପହଞ୍ଚାଇଥିଲେ। ଆଇପିଏଲର ଫାଇନାଲରେ କୌଣସି ଦଳର ଅଧିନାୟକଭାବେ ଏହା ଦ୍ୱିତୀୟ ସର୍ବାଧିକ ସ୍କୋର। ୨୦୧୬ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୬୯ ରନ କରି ଡେଭିଡ ଓ୍ବାର୍ନର ଏହି ତାଲିକାର ଶୀର୍ଷରେ ଅଛନ୍ତି। ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୩ଟି, ନାଥାନ କୁଲ୍ଟର ନିଲ ୨ଟି ଓ ଜୟନ୍ତ ଯାଦବ ଗୋଟିଏ ଉଇକେଟ ନେଇଥିଲେ।
୨୦୦ତମ ମ୍ୟାଚରେ ରୋହିତ ରାଜ୍‌
ଏଠାରେ କ୍ୟାରିୟରର ୨୦୦ତମ ଆଇପିଏଲ ମ୍ୟାଚ ଖେଳିଥିଲେ ରୋହିତ। ବଡ଼ ଟାର୍ଗେଟ ନ ଥିବାରୁ ମୁମ୍ବାଇ ବିନା ଚାପରେ ଇନିଂସ ଆରମ୍ଭ କରିଥିଲା। ଦୁଇ ଓପନର ରୋହିତ ଓ କ୍ୱିଣ୍ଟନ ଡି’କକ୍‌ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲେ। ରବିଚନ୍ଦ୍ରନ ଅଶ୍ୱିନଙ୍କ ପ୍ରଥମ ଓଭରରେ ଛକା ମାରି ରୋହିତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଓପନିଂ ଯୋଡ଼ିରେ ୨୫ ବଲ୍‌ରୁ ୪୫ ରନ ସଂଗ୍ରହ ପରେ ଡି’କକ୍‌ ଆଉଟ ହୋଇଥିଲେ। ସେ ୧୨ ବଲ୍‌ରୁ ୩ ଚୌକା ଓ ୧ ଛକା ସହ ୨୦ ରନ କରିଥିବାବେଳେ ମାର୍କୁସ ଷ୍ଟୋଇନ୍ସଙ୍କ ବଲ୍‌ରେ ଉଇକେଟ କିପର ପନ୍ତଙ୍କୁ କ୍ୟାଚ ଦେଇଥିଲେ। ପାଓ୍ବାରପ୍ଲେ ୬ ଓଭରରେ ୬୧ ରନ ସଂଗ୍ରହ କରି ସହଜ ବିଜୟ ପାଇଁ ପଥ ପରିଷ୍କାର କରିଥିଲା ମୁମ୍ବାଇ। ଦ୍ୱିତୀୟ ଉଇକେଟରେ ୪୫ ରନର ଭାଗୀଦାରି ପରେ ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ ରନ ଆଉଟ ହୋଇଥିଲେ। ପରୋକ୍ଷରେ କହିବାକୁ ଗଲେ ସେ ରୋହିତଙ୍କ ପାଇଁ ନିଜ ଉଇକେଟ ଉତ୍ସର୍ଗ କରିଥିଲେ। ସେ ୨୦ ବଲ୍‌ ଖେଳି ୧୯(୧ ଚୌକା, ୧ ଛକା) ରନ କରିଥିଲେ। ସୂର୍ଯ୍ୟକୁମାରଙ୍କ ଉତ୍ସର୍ଗକୁ ବେକାର ହେବାକୁ ଦେଇ ନ ଥିଲେ ରୋହିତ। ଦ୍ରୁତ ଅର୍ଦ୍ଧଶତକ ସହ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ସେ ଖେଳିଥିଲେ ଅଧିନାୟକ ଇନିଂସ। ହାମଷ୍ଟ୍ରିଙ୍ଗ୍‌ ଇଞ୍ଜୁରିରୁ ମୁକୁଳିଥିବା ରୋହିତ ୫୧ଟି ବଲ୍‌ର ସମ୍ମୁଖୀନ ହୋଇ ୫ ଚୌକା ଓ ୪ ଛକା ସହାୟତାରେ ସର୍ବାଧିକ ୬୮ ରନ ସ୍କୋର କରିଥିଲେ। ଆଉଟ ହେବା ପୂର୍ବରୁ ସେ ଇଶାନ କିଶନଙ୍କ ସହ ୩ୟ ଉଇକେଟରେ ୪୭ ରନ ଯୋଗ କରି ଦଳକୁ ବିଜୟର ନିକଟତର କରାଇଥିଲେ। କିରନ ପୋଲାର୍ଡ ୯ ଓ ହାର୍ଦ୍ଦିକ ପାଣ୍ଡ୍ୟା ୩ ରନରେ ଆଉଟ ହୋଇଥିଲେ ହେଁ ତାହା ଦଳର ବିଜୟକୁ ପ୍ରଭାବିତ କରିପାରି ନ ଥିଲା। ବିଜୟ ସୂଚକ ରନ ସହ ଇଶାନ କିଶନ ୩୩(୧୯ ବଲ, ୩ ଚୌକା, ୧ ଛକା) ରନରେ ଅପରାଜିତ ରହି ଔପଚାରିକତା ପୂରଣ କରିଥିଲେ। ଦିଲ୍ଲୀ ପକ୍ଷରୁ ଏନରିଚ୍‌ ନର୍ଜେ ୨ଟି ଏବଂ କାଗିଶୋ ରାବାଡ଼ା ଓ ମାର୍କୁସ ଷ୍ଟୋଇନିସ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୫୬/୭ (ଆୟାର-୬୫*, ପନ୍ତ-୫୬, ବୋଲ୍ଟ-୩/୩୦, କୁଲ୍ଟର ନିଲ-୨/୨୯, ଜୟନ୍ତ-୧/୨୫)। ମୁମ୍ବାଇ ଇଣ୍ଡିଆନ୍ସ ୧୮.୪ ଓଭରରେ ୧୫୭/୫ (ରୋହିତ-୬୮, କିଶନ-୩୩*, ନର୍ଜେ-୨/୨୫, ଷ୍ଟୋଇନିସ-୧/୨୩, ରାବାଡ଼ା-୧/୩୨)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri