Posted inଖେଳ

ଆଇପିଏଲ ୨୦୨୦ ଉଦ୍‌ଘାଟନୀ:  ମୁମ୍ବାଇକୁ ମାତ୍‌ ଦେଲା ଚେନ୍ନାଇ

ଆବୁଧାବି, ୨୦।୯- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୩ତମ ସଂସ୍କରଣ ଶନିବାର ସ୍ଥାନୀୟ ଶେଖ ଜାୟେଦ ଷ୍ଟାଡିୟମରେ ଆରମ୍ଭ ହୋଇଛି। କରୋନା ଭାଇରସ ସଂକ୍ରମଣ ଯୋଗୁ ୟୁନାଇlଟଡ ଆରବ ଏମିରେଟ୍ସ(ୟୁଏଇ)ରେ ହେଉଥିବା ଏହି ହାଇ ପ୍ରୋଫାଇଲ୍‌ ଲିଗ୍‌ର ଉଦ୍‌ଘାଟନୀ ମ୍ୟାଚରେ ଗତଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ମାତ୍‌ ଦେଇଛି ଚେନ୍ନାଇ ସୁପରକିଙ୍ଗ୍ସ। ୨୦୧୯ ଆଇପିଏଲ ଫାଇନାଲରେ ମୁମ୍ବାଇ ମାତ୍ର ୧ ରନରେ ଚେନ୍ନାଇକୁ ପରାସ୍ତ କରି ଟାଇଟଲ ଜିତିଥିଲା। ପ୍ରଥମ ମ୍ୟାଚରେ ବିଜୟୀ ହୋଇ ଏହାର ମଧୁର ପ୍ରତିଶୋଧ ନେଇଛି ମହେନ୍ଦ୍ର ସିଂ ଧୋନୀଙ୍କ ସୁପରକିଙ୍ଗ୍ସ। ମୁମ୍ବାଇ ପକ୍ଷରୁ ଧାର୍ଯ୍ୟ ୧୬୩ ରନର ବିଜୟ ଲକ୍ଷ୍ୟର ପିଛା କରି ଚେନ୍ନାଇ ୧୯.୨ ଓଭରରେ ୫ ଉଇକେଟ ୧୬୬ ରନ ସଂଗ୍ରହ କରି ନେଇଥିଲା।
ଚେନ୍ନାଇ ୨ ଓଭରରେ ମାତ୍ର ୬ ରନରେ ୨ଟି ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଶେନ ଓ୍ବାଟସନ ୪ ଓ ମୁରଲୀ ବିଜୟ ମାତ୍ର ୧ ରନ କରିବାକୁ ସକ୍ଷମ ହୋଇଥିଲେ। ମାତ୍ର ଫାଫ୍‌ ଡୁପ୍ଲେସି ଓ ଅମ୍ବାତି ରାୟୁଡ଼ୁ ଚମତ୍କାର ବ୍ୟାଟିଂ କରି ଦଳକୁ ଲକ୍ଷ୍ୟ ପଥରେ ଆଗେଇ ନେଇଥିଲେ। ଧୂଆଁଧାର ବ୍ୟାଟିଂ କରି ଆକ୍ରମଣର ମଙ୍ଗ ଧରିଥିଲେ ରାୟୁଡ଼ୁ। ସେ ୪୮ ବଲ୍‌ର ସମ୍ମୁଖୀନ ହୋଇ ୬ ଚୌକା ଓ ୩ ଛକା ସହାୟତାରେ ୭୧ ରନ କରି ଆଉଟ ହୋଇଥିଲେ। ରାୟୁଡ଼ୁ ଓ ଡୁପ୍ଲେସିଙ୍କ ୩ୟ ଉଇକେଟ ଯୋଡ଼ିରେ ୧୧୫ ରନ ସଂଗୃହୀତ ହୋଇଥିଲା। ରବୀନ୍ଦ୍ର ଜାଡେଜା ୫ ବଲ୍‌ରୁ ୧୦ ରନ କରି ଆଉଟ ହୋଇଥିଲେ ହେଁ ସାମ୍‌ କୁରାନ ୬ ବଲ୍‌ରୁ ୧୮(୧ ଚୌକା, ୨ ଛକା) ରନ କରି ମ୍ୟାଚକୁ ଚେନ୍ନାଇ ନିୟନ୍ତ୍ରଣକୁ ନେଇ ଆସିଥିଲେ। ଡୁପ୍ଲେସି ୫୮(୪୪ ବଲ, ୬ ଚୌକା) ଓ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କୌଣସି ରନ ନ କରି ଅପରାଜିତ ରହିଥିଲେ।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିଲା ମୁମ୍ବାଇ। ଚେନ୍ନାଇ ପକ୍ଷରୁ ପ୍ରଥମ ଓଭର ବୋଲିଂ କରିଥିଲେ ଦୀପକ ଚହର ଏବଂ ମୁମ୍ବାଇ ପକ୍ଷରୁ ଷ୍ଟ୍ରାଇକ୍‌ ନେଇଥିଲେ ଅଧିନାୟକ ରୋହିତ ଶର୍ମା। ଟୁର୍ନାମେଣ୍ଟ ଇତିହାସରେ ଏକମାତ୍ର ବୋଲରଭାବେ ଚହର କ୍ରମାଗତ ୩ ସିଜନରେ ପ୍ରଥମ ଓଭର ବୋଲିଂ ପାଇଥିଲେ। ତେବେ ଏଠାରେ ତାଙ୍କ ପ୍ରଥମ ବଲ୍‌କୁ ଚୌକାରେ ପରିଣତ କରି ଆଇପିଏଲ୍‌-୧୩ର ଶୁଭାରମ୍ଭ କରିଥିଲେ ରୋହିତ। ରୋହିତଙ୍କ ତୁଳନାରେ ଅନ୍ୟତମ ଓପନର ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି’କକ୍‌ ବିସ୍ଫୋରକ ବ୍ୟାଟିଂ କରିଥିଲେ। ୪ର୍ଥ ଓଭରରେ ଲୁନ୍‌ଗି ଏନ୍‌ଗିଡି ୧୮ ରନ ବ୍ୟୟ କରିବାରୁ ମୁମ୍ବାଇ ସ୍କୋର ୪୫ରେ ପହଞ୍ଚତ୍ ଯାଇଥିଲା। ରଣନୀତିରେ ପରିବର୍ତ୍ତନ କରି ମହେନ୍ଦ୍ର ସିଂ ଧୋନୀ ଅଭିଜ୍ଞ ସ୍ପିନର ପୀୟୂଷ ଚାଓ୍ବଲାଙ୍କୁ ବୋଲିଂ ଦାୟିତ୍ୱ ଦେଇଥିଲେ। ଏହା କାମ ଦେଇଥିଲା। ଚାଓ୍ବଲା ନିଜ ପ୍ରଥମ ଓଭରର ୪ର୍ଥ ବଲ୍‌ରେ ରୋହିତଙ୍କୁ ଆଉଟ କରି ଚେନ୍ନାଇକୁ ବ୍ରେକ୍‌ ଥ୍ରୁ ଦେଇଥିଲେ। ଏହା ପରବର୍ତ୍ତୀ ଓଭରର ପ୍ରଥମ ବଲ୍‌ରେ ଡି’କକ୍‌ଙ୍କୁ ସାମ୍‌ କୁରାନ ପ୍ୟାଭିଲିୟନ ପଠାଇବାରୁ ମୁମ୍ବାଇ ରନ ହାରରେ କିଛିଟା ଅଙ୍କୁଶ ଲାଗିଥିଲା। ୧୦ ବଲ୍‌ରୁ ରୋହିତ ୧୨(୨ ଚୌକା) ଓ ୨୦ ବଲ୍‌ରୁ ଡି’କକ୍‌ ଦ୍ରୁତ ୩୩(୫ ଚୌକା) ରନ କରିଥିଲେ। ଓପନିଂ ଯୋଡ଼ିରେ ଦୁହେଁ ୨୮ ବଲ୍‌ରୁ ୪୬ ରନ ସଂଗ୍ରହ କରିଥିଲେ। ସୂର୍ଯ୍ୟ କୁମାର ଯାଦବ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିପାରି ନ ଥିଲେ। ସେ ୧୬ ବଲ୍‌ରୁ ୧୭ (୨ ଚୌକା)ରନ କରିଥିବାବେଳେ ଚହରଙ୍କ ଶିକାର ହୋଇଥିଲେ। ଲଙ୍ଗଅନ୍‌ରେ ଫିଲ୍ଡିଂ ଅବସରରେ ଫାଫ୍‌ ଡୁପ୍ଲେସି ୨ଟି ଅତି ଚମତ୍କାର କ୍ୟାଚ୍‌ ନେଇ ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୌରଭ ତିଓ୍ବାରୀ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିସ୍ମିତ କରିଥିଲେ। ୧୫ତମ ଓଭରରେ ବୋଲିଂ କରିଥିବା ରବୀନ୍ଦ୍ର ଜାଡେଜାଙ୍କ ପ୍ରଥମ ବଲ୍‌ରେ ତିଓ୍ବାରୀ ଏକ ବଡ଼ ଶଟ୍‌ ଖେଳିବାକୁ ଯାଇ ଡୁପ୍ଲେସିଙ୍କ ବୁଦ୍ଧିମତ୍ତା ଆଗରେ ହାର ମାନିଥିଲେ। ବାଉଣ୍ଡାରୀ ନିକଟରେ ଫିଲ୍ଡିଂ କରୁଥିବା ଡୁପ୍ଲେସି ବଲ୍‌କୁ ଧରିବାପରେ ନିୟନ୍ତ୍ରଣ ରଖିପାରି ନ ଥିଲେ। ଫଳରେ ସେ କ୍ୟାଚ ଧରିବାପରେ ବଲ୍‌କୁ ଉପରକୁ ଫୋପାଡ଼ି ଦେଇ ବାଉଣ୍ଡାରୀ ବାହାରକୁ ଚାଲି ଯାଇଥିଲେ। ତତ୍‌କ୍ଷଣାତ ଭିତରକୁ ଆସି କ୍ୟାଚକୁ ଧରି ନେଇଥିଲେ। ସେହି ଓଭରର ୫ମ ବଲ୍‌ରେ ହାର୍ଦ୍ଦିକ ମଧ୍ୟ ସମାନ ସ୍ଥାନରେ ଡୁପ୍ଲେସିଙ୍କ ହାତରେ ଧରା ପଡ଼ିଥିଲେ। ୩୧ ବଲ୍‌ ଖେଳିଥିବା ତିଓ୍ବାରୀ ୩ ଚୌକା ଓ ୧ ଛକା ସହାୟତାରେ ୪୨ ଏବଂ ହାର୍ଦ୍ଦିକ ୧୦ ବଲ୍‌ରୁ ୨ ଛକା ସହ ୧୪ ରନ ସ୍କୋର କରିଥିଲେ। କୃନାଲ ପାଣ୍ଡ୍ୟାଙ୍କୁ ମାତ୍ର ୩ ରନରେ ଆଉଟ କରି ପ୍ରଥମ ସଫଳତା ପାଇଥିଲେ ଏନ୍‌ଗିଡି। ଡେଥ୍‌ ଓଭରଗୁଡ଼ିକରେ ଚେନ୍ନାଇ ବୋଲରମାନେ ଚମତ୍କାର ବୋଲିଂ କରିବାରୁ ମୁମ୍ବାଇ ଇନିଂସ ୨୦ ଓଭରରେ ୧୬୨/୯ରେ ସୀମିତ ରହିଥିଲା। ଏକଦା ୨୦୦ ସ୍କୋର ଅତିକ୍ରମ ଆଶା ସୃଷ୍ଟି କରିଥିଲେ ହେଁ ଶେଷ ୬ ଓଭରରେ ୪୧ ରନ କରି ୬ ଉଇକେଟ ହରାଇଥିଲା ଏହି ଡିଫେଣ୍ଡିଂ ଚାମ୍ପିୟନ। ଚେନ୍ନାଇ ବୋଲରଙ୍କ ମଧ୍ୟରେ ଏନ୍‌ଗିଡି ସର୍ବାଧିକ ୩ଟି, ଚହର ଓ ଜାଡେଜା ୨ଟି ଲେଖାଏ ଏବଂ ସାମ୍‌ କୁରାନ ଓ ଚାଓ୍ବଲା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

RCBକୁ ପଛରେ ପକାଇ ମହାରେକର୍ଡ କଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୪।୪: ଚେନ୍ନାଇ ସୁପର କିଙ୍ଗସ IPLରେ ଏପରି ଏକ ସଫଳତା ହାସଲ କରିଛି ଯାହା ପୂର୍ବରୁ ଅନ୍ୟ କୌଣସି ଦଳ କରିପାରି ନାହିଁ। ଚେନ୍ନାଇ ଏବେ ଇଣ୍ଡିଆନ…

ପଡ଼ିଆକୁ ହାତ ମିଳାଇବାକୁ ଆସିଥିଲେ ନେହେରା, ହେଲେ ଏମିତି କଲେ ବୈଭବ ସୂର୍ଯ୍ୟବଂଶୀ ଭିଡ଼ିଓ ଦେଖିଲେ ମନ ଖୁସି ହୋଇଯିବ

ନୂଆଦିଲ୍ଲୀ,୪।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗରେ ଏକ ଚମତ୍କାର ଆରମ୍ଭ କରିଥିବା ବୈଭବ ସୂର୍ଯ୍ୟବଂଶୀ ଶନିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ମଇଦାନକୁ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri