Posted inଖେଳ

ଆଇପିଏଲ ୨୦୨୦ ଉଦ୍‌ଘାଟନୀ:  ମୁମ୍ବାଇକୁ ମାତ୍‌ ଦେଲା ଚେନ୍ନାଇ

ଆବୁଧାବି, ୨୦।୯- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୩ତମ ସଂସ୍କରଣ ଶନିବାର ସ୍ଥାନୀୟ ଶେଖ ଜାୟେଦ ଷ୍ଟାଡିୟମରେ ଆରମ୍ଭ ହୋଇଛି। କରୋନା ଭାଇରସ ସଂକ୍ରମଣ ଯୋଗୁ ୟୁନାଇlଟଡ ଆରବ ଏମିରେଟ୍ସ(ୟୁଏଇ)ରେ ହେଉଥିବା ଏହି ହାଇ ପ୍ରୋଫାଇଲ୍‌ ଲିଗ୍‌ର ଉଦ୍‌ଘାଟନୀ ମ୍ୟାଚରେ ଗତଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ମାତ୍‌ ଦେଇଛି ଚେନ୍ନାଇ ସୁପରକିଙ୍ଗ୍ସ। ୨୦୧୯ ଆଇପିଏଲ ଫାଇନାଲରେ ମୁମ୍ବାଇ ମାତ୍ର ୧ ରନରେ ଚେନ୍ନାଇକୁ ପରାସ୍ତ କରି ଟାଇଟଲ ଜିତିଥିଲା। ପ୍ରଥମ ମ୍ୟାଚରେ ବିଜୟୀ ହୋଇ ଏହାର ମଧୁର ପ୍ରତିଶୋଧ ନେଇଛି ମହେନ୍ଦ୍ର ସିଂ ଧୋନୀଙ୍କ ସୁପରକିଙ୍ଗ୍ସ। ମୁମ୍ବାଇ ପକ୍ଷରୁ ଧାର୍ଯ୍ୟ ୧୬୩ ରନର ବିଜୟ ଲକ୍ଷ୍ୟର ପିଛା କରି ଚେନ୍ନାଇ ୧୯.୨ ଓଭରରେ ୫ ଉଇକେଟ ୧୬୬ ରନ ସଂଗ୍ରହ କରି ନେଇଥିଲା।
ଚେନ୍ନାଇ ୨ ଓଭରରେ ମାତ୍ର ୬ ରନରେ ୨ଟି ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଶେନ ଓ୍ବାଟସନ ୪ ଓ ମୁରଲୀ ବିଜୟ ମାତ୍ର ୧ ରନ କରିବାକୁ ସକ୍ଷମ ହୋଇଥିଲେ। ମାତ୍ର ଫାଫ୍‌ ଡୁପ୍ଲେସି ଓ ଅମ୍ବାତି ରାୟୁଡ଼ୁ ଚମତ୍କାର ବ୍ୟାଟିଂ କରି ଦଳକୁ ଲକ୍ଷ୍ୟ ପଥରେ ଆଗେଇ ନେଇଥିଲେ। ଧୂଆଁଧାର ବ୍ୟାଟିଂ କରି ଆକ୍ରମଣର ମଙ୍ଗ ଧରିଥିଲେ ରାୟୁଡ଼ୁ। ସେ ୪୮ ବଲ୍‌ର ସମ୍ମୁଖୀନ ହୋଇ ୬ ଚୌକା ଓ ୩ ଛକା ସହାୟତାରେ ୭୧ ରନ କରି ଆଉଟ ହୋଇଥିଲେ। ରାୟୁଡ଼ୁ ଓ ଡୁପ୍ଲେସିଙ୍କ ୩ୟ ଉଇକେଟ ଯୋଡ଼ିରେ ୧୧୫ ରନ ସଂଗୃହୀତ ହୋଇଥିଲା। ରବୀନ୍ଦ୍ର ଜାଡେଜା ୫ ବଲ୍‌ରୁ ୧୦ ରନ କରି ଆଉଟ ହୋଇଥିଲେ ହେଁ ସାମ୍‌ କୁରାନ ୬ ବଲ୍‌ରୁ ୧୮(୧ ଚୌକା, ୨ ଛକା) ରନ କରି ମ୍ୟାଚକୁ ଚେନ୍ନାଇ ନିୟନ୍ତ୍ରଣକୁ ନେଇ ଆସିଥିଲେ। ଡୁପ୍ଲେସି ୫୮(୪୪ ବଲ, ୬ ଚୌକା) ଓ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କୌଣସି ରନ ନ କରି ଅପରାଜିତ ରହିଥିଲେ।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିଲା ମୁମ୍ବାଇ। ଚେନ୍ନାଇ ପକ୍ଷରୁ ପ୍ରଥମ ଓଭର ବୋଲିଂ କରିଥିଲେ ଦୀପକ ଚହର ଏବଂ ମୁମ୍ବାଇ ପକ୍ଷରୁ ଷ୍ଟ୍ରାଇକ୍‌ ନେଇଥିଲେ ଅଧିନାୟକ ରୋହିତ ଶର୍ମା। ଟୁର୍ନାମେଣ୍ଟ ଇତିହାସରେ ଏକମାତ୍ର ବୋଲରଭାବେ ଚହର କ୍ରମାଗତ ୩ ସିଜନରେ ପ୍ରଥମ ଓଭର ବୋଲିଂ ପାଇଥିଲେ। ତେବେ ଏଠାରେ ତାଙ୍କ ପ୍ରଥମ ବଲ୍‌କୁ ଚୌକାରେ ପରିଣତ କରି ଆଇପିଏଲ୍‌-୧୩ର ଶୁଭାରମ୍ଭ କରିଥିଲେ ରୋହିତ। ରୋହିତଙ୍କ ତୁଳନାରେ ଅନ୍ୟତମ ଓପନର ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି’କକ୍‌ ବିସ୍ଫୋରକ ବ୍ୟାଟିଂ କରିଥିଲେ। ୪ର୍ଥ ଓଭରରେ ଲୁନ୍‌ଗି ଏନ୍‌ଗିଡି ୧୮ ରନ ବ୍ୟୟ କରିବାରୁ ମୁମ୍ବାଇ ସ୍କୋର ୪୫ରେ ପହଞ୍ଚତ୍ ଯାଇଥିଲା। ରଣନୀତିରେ ପରିବର୍ତ୍ତନ କରି ମହେନ୍ଦ୍ର ସିଂ ଧୋନୀ ଅଭିଜ୍ଞ ସ୍ପିନର ପୀୟୂଷ ଚାଓ୍ବଲାଙ୍କୁ ବୋଲିଂ ଦାୟିତ୍ୱ ଦେଇଥିଲେ। ଏହା କାମ ଦେଇଥିଲା। ଚାଓ୍ବଲା ନିଜ ପ୍ରଥମ ଓଭରର ୪ର୍ଥ ବଲ୍‌ରେ ରୋହିତଙ୍କୁ ଆଉଟ କରି ଚେନ୍ନାଇକୁ ବ୍ରେକ୍‌ ଥ୍ରୁ ଦେଇଥିଲେ। ଏହା ପରବର୍ତ୍ତୀ ଓଭରର ପ୍ରଥମ ବଲ୍‌ରେ ଡି’କକ୍‌ଙ୍କୁ ସାମ୍‌ କୁରାନ ପ୍ୟାଭିଲିୟନ ପଠାଇବାରୁ ମୁମ୍ବାଇ ରନ ହାରରେ କିଛିଟା ଅଙ୍କୁଶ ଲାଗିଥିଲା। ୧୦ ବଲ୍‌ରୁ ରୋହିତ ୧୨(୨ ଚୌକା) ଓ ୨୦ ବଲ୍‌ରୁ ଡି’କକ୍‌ ଦ୍ରୁତ ୩୩(୫ ଚୌକା) ରନ କରିଥିଲେ। ଓପନିଂ ଯୋଡ଼ିରେ ଦୁହେଁ ୨୮ ବଲ୍‌ରୁ ୪୬ ରନ ସଂଗ୍ରହ କରିଥିଲେ। ସୂର୍ଯ୍ୟ କୁମାର ଯାଦବ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିପାରି ନ ଥିଲେ। ସେ ୧୬ ବଲ୍‌ରୁ ୧୭ (୨ ଚୌକା)ରନ କରିଥିବାବେଳେ ଚହରଙ୍କ ଶିକାର ହୋଇଥିଲେ। ଲଙ୍ଗଅନ୍‌ରେ ଫିଲ୍ଡିଂ ଅବସରରେ ଫାଫ୍‌ ଡୁପ୍ଲେସି ୨ଟି ଅତି ଚମତ୍କାର କ୍ୟାଚ୍‌ ନେଇ ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୌରଭ ତିଓ୍ବାରୀ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିସ୍ମିତ କରିଥିଲେ। ୧୫ତମ ଓଭରରେ ବୋଲିଂ କରିଥିବା ରବୀନ୍ଦ୍ର ଜାଡେଜାଙ୍କ ପ୍ରଥମ ବଲ୍‌ରେ ତିଓ୍ବାରୀ ଏକ ବଡ଼ ଶଟ୍‌ ଖେଳିବାକୁ ଯାଇ ଡୁପ୍ଲେସିଙ୍କ ବୁଦ୍ଧିମତ୍ତା ଆଗରେ ହାର ମାନିଥିଲେ। ବାଉଣ୍ଡାରୀ ନିକଟରେ ଫିଲ୍ଡିଂ କରୁଥିବା ଡୁପ୍ଲେସି ବଲ୍‌କୁ ଧରିବାପରେ ନିୟନ୍ତ୍ରଣ ରଖିପାରି ନ ଥିଲେ। ଫଳରେ ସେ କ୍ୟାଚ ଧରିବାପରେ ବଲ୍‌କୁ ଉପରକୁ ଫୋପାଡ଼ି ଦେଇ ବାଉଣ୍ଡାରୀ ବାହାରକୁ ଚାଲି ଯାଇଥିଲେ। ତତ୍‌କ୍ଷଣାତ ଭିତରକୁ ଆସି କ୍ୟାଚକୁ ଧରି ନେଇଥିଲେ। ସେହି ଓଭରର ୫ମ ବଲ୍‌ରେ ହାର୍ଦ୍ଦିକ ମଧ୍ୟ ସମାନ ସ୍ଥାନରେ ଡୁପ୍ଲେସିଙ୍କ ହାତରେ ଧରା ପଡ଼ିଥିଲେ। ୩୧ ବଲ୍‌ ଖେଳିଥିବା ତିଓ୍ବାରୀ ୩ ଚୌକା ଓ ୧ ଛକା ସହାୟତାରେ ୪୨ ଏବଂ ହାର୍ଦ୍ଦିକ ୧୦ ବଲ୍‌ରୁ ୨ ଛକା ସହ ୧୪ ରନ ସ୍କୋର କରିଥିଲେ। କୃନାଲ ପାଣ୍ଡ୍ୟାଙ୍କୁ ମାତ୍ର ୩ ରନରେ ଆଉଟ କରି ପ୍ରଥମ ସଫଳତା ପାଇଥିଲେ ଏନ୍‌ଗିଡି। ଡେଥ୍‌ ଓଭରଗୁଡ଼ିକରେ ଚେନ୍ନାଇ ବୋଲରମାନେ ଚମତ୍କାର ବୋଲିଂ କରିବାରୁ ମୁମ୍ବାଇ ଇନିଂସ ୨୦ ଓଭରରେ ୧୬୨/୯ରେ ସୀମିତ ରହିଥିଲା। ଏକଦା ୨୦୦ ସ୍କୋର ଅତିକ୍ରମ ଆଶା ସୃଷ୍ଟି କରିଥିଲେ ହେଁ ଶେଷ ୬ ଓଭରରେ ୪୧ ରନ କରି ୬ ଉଇକେଟ ହରାଇଥିଲା ଏହି ଡିଫେଣ୍ଡିଂ ଚାମ୍ପିୟନ। ଚେନ୍ନାଇ ବୋଲରଙ୍କ ମଧ୍ୟରେ ଏନ୍‌ଗିଡି ସର୍ବାଧିକ ୩ଟି, ଚହର ଓ ଜାଡେଜା ୨ଟି ଲେଖାଏ ଏବଂ ସାମ୍‌ କୁରାନ ଓ ଚାଓ୍ବଲା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri