ଚାଇନାରେ ଲାଗୁ ହେଲା ଅଜବ ନିୟମ, ଦାଢି ବଢିଲେ ହେବ ଜେଲ୍‌

ବେଜିଂ,୯।୯: ଚାଇନା ନିଜର ଏକଛତ୍ରବାଦୀ ମନୋଭାବ ପାଇଁ ଜଣାଶୁଣା। ଦେଶରେ ବିଭିନ୍ନ ପ୍ରକାର ଅଜବ ନିୟମ ଲାଗୁ କରି ଶୃଙ୍ଖଳା ବ୍ୟବସ୍ଥାକୁ କଡାକଡି କରିବାକୁ ଚାହୁଁଛି ଚାଇନା। ଆମେରିକୀୟ ଟେକ୍‌ କମ୍ପାନୀ ବ୍ୟତୀତ ବିଦେଶୀ କମ୍ପାନୀଗୁଡ଼ିକୁ ଟାର୍ଗେଟ କରିଛି ଚାଇନା। ଚାଇନା ଦେଶରେ ନିର୍ଦ୍ଦେଶ ଜାରି କରିଛି ଯେ, ସରକାରୀ ଏଜେନ୍ସିରେ କାର୍ଯ୍ୟ କରୁଥିବା ଲୋକମାନେ ଆପଲ କିମ୍ବା ବିଦେଶୀ କମ୍ପାନୀର ଫୋନ ବ୍ୟବହାର କରିବେ ନାହିଁ। ସେହି ଫୋନ୍‌ଗୁଡିକୁ ଅଫିସ ଆଣିବା ପାଇଁ ମଧ୍ୟ ବାରଣ କରାଯାଇଛି। କେବଳ ଏତିକି ନୁହେଁ, ଚାଟ ଗ୍ରୁପ ଏବଂ ମିଟିଂ ପାଇଁ ବିଦେଶୀ କମ୍ପାନୀର ପ୍ଲାଟଫର୍ମ ବ୍ୟବହାର ନ କରିବାକୁ କୁହାଯାଇଛି। ଜିନପିଙ୍ଗଙ୍କ ଏକଛତ୍ରବାଦୀ ଶାସନ ଅଧୀନରେ କେଉଁ ଅଦ୍ଭୁତ ନିୟମ କାର୍ଯ୍ୟକାରୀ ହୋଇଛି ଜାଣନ୍ତୁ।

ଆଇଫୋନ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଚାଇନାରେ ପୋଷାକ ସମ୍ବନ୍ଧରେ ଏକ ଅଜବ ନିୟମ ପ୍ରଣୟନ କରିବାକୁ ପ୍ରସ୍ତୁତି ଚାଲିଛି। ନୂଆ ବିଲ୍‌ରୁ ଏହା ସ୍ପଷ୍ଟ ହୋଇଛି ଯେ, ସରକାରଙ୍କର ଭାବନାକୁ ଆଘାତ ଦେଉଥିବ ପୋଷାକ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଯଦି ସେହି ପୋଷାକ କାହାର ଭାବନାକୁ ଆଘାତ କରେ, ତେବେ ଅଭିଯୁକ୍ତଙ୍କୁ ଜରିମାନା ଓ ଜେଲ ଦଣ୍ଡ ମିଳିବ।

ଦାଢି ରଖିବାକୁ ସବୁ ପୁରୁଷଙ୍କୁ ଭଲ ଲାଗେ। କିନ୍ତୁ ଚାଇନାରେ ଦାଢି ରଖିଲେ ଜେଲ ହୋଇପାରେ। ଅର୍ଥାତ୍‌ ଦାଢି ବଢିଲେ ୬ ବର୍ଷ ଜେଲ ଦଣ୍ଡାଦେଶ ଭୋଗିବାକୁ ପଡିବ। ଏହି କାରଣରୁ ଇସଲାମରେ ବିଶ୍ୱାସ କରୁଥିବା ଲୋକଙ୍କ ପାଇଁ ଚାଇନାରେ ରହିବା କଷ୍ଟକର ହୋଇପଡୁଛି। ଚାଇନାରେ ମୁସଲମାନମାନଙ୍କର ସ୍ବାଧୀନତା ଏବଂ ଅଧିକାରକୁ ନେଇ କ୍ରମାଗତ ଭାବେ ପ୍ରଶ୍ନ ଉଠିଛି।
ବିଶେଷକରି ଚାଇନାର ଜିନଜିଆଙ୍ଗରେ ଏହି ନିୟମ କଡାକଡି ଭାବେ କାର୍ଯ୍ୟକାରୀ ହୋଇଛି କାରଣ ସେଠାରେ ମୁସଲମାନମାନଙ୍କ ସଂଖ୍ୟା ଅଧିକ। ବିବିସି ରିପୋର୍ଟ ଅନୁଯାୟୀ ଚାଇନା ସରକାରଙ୍କ ଏହି ନିୟମ ଇସଲାମ ବିରୋଧୀ ବୋଲି କୁହାଯାଉଛି।

ଚାଇନାବାସୀ କଣ ଦେଖିବେ ଏବଂ କଣ କରିବେ ନାହିଁ ତାହା ମଧ୍ୟ ଏଠାରେ ସରକାର ସ୍ଥିର କରିଛନ୍ତି। ଯଦି କୌଣସି ବ୍ୟକ୍ତି ଦେଶରେ ନିଷିଦ୍ଧ ହୋଇଥିବା କଣ୍ଟେଣ୍ଟ ବା ବିଷୟବସ୍ତୁ ଦେଖନ୍ତି, ତେବେ ସେ ଦଣ୍ଡ ଭୋଗବେ। ଆଡଲ୍ଟ କଣ୍ଟେଣ୍ଟ ୧୮ବର୍ଷରୁ କମ୍‌ ନାବାଳକଙ୍କୁ ଦେଖିବା ପାଇଁ ମନା କରାଯାଇଥାଏ। କିନ୍ତୁ ଚାଇନାରେ ଅଜବ ନିୟମ ପ୍ରଣୟନ ହୋଇଛି। କୌଣସି ବ୍ୟକ୍ତି ମୋବାଇଲରେ ଆଡଲ୍ଟ କଣ୍ଟେଣ୍ଟ ଦେଖିଲେ ସେ ତିନି ବର୍ଷ ଯାଏଁ ଜେଲଦଣ୍ଡ ଭୋଗିବେ।

ଜସ୍ମିନ ଫୁଲ ଓ ନାମ ଉପରେ ଚାଇନା ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଏହି ନାମକୁ ଇଣ୍ଟରନେଟ୍‌ରେ ମଧ୍ୟ କେହି ସର୍ଚ୍ଚ କରିପାରିବେ ନାହିଁ। ବେଜିଂ ସମେତ ଦେଶର ଅନେକ ସହରର ବଜାରରେ ଏହି ଫୁଲକୁ ବେଆଇନ ଘୋଷଣା କରାଯାଇଛି। ଟ୍ୟୁନିସିଆ-ଜସ୍ମିନ ବିପ୍ଳବ ପରେ ଚାଇନା ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଚାଇନା କମ୍ପାନୀଗୁଡିକ ଅନ୍ୟ ଦେଶରେ ଭିଡିଓ ଗେମ ଲଞ୍ଚ କରି ବହୁ ଅର୍ଥ ଉପାର୍ଜନ କରୁଛନ୍ତି। କିନ୍ତୁ ଏହାକୁ ନିଜ ଦେଶରେ ନିଷିଦ୍ଧ କରିଛନ୍ତି। କେବଳ ଏତିକି ନୁହେଁ, ଦେଶରେ ସ୍ଥାନାନ୍ତରଣକୁ ନେଇ କଡା ନିୟମ ରହିଛି। କୌଣସି ବ୍ୟକ୍ତି ସରକାରଙ୍କୁ ସୂଚନା ନ ଦେଇ ଦୀର୍ଘ ସମୟ ଧରି ଦେଶର ଅନ୍ୟ ଏକ ସ୍ଥାନରେ ରହିପାରିବେ ନାହିଁ। ଯଦି କୌଣସି ବ୍ୟକ୍ତି ସେହି ଅଞ୍ଚଳରେ ସ୍ଥାୟୀ ବାସିନ୍ଦା ନ ହୋଇ ମଧ୍ୟ ଦୀର୍ଘ ଦିନ ଯାଏଁ ରହୁଛନ୍ତି ତେବେ ତାଙ୍କୁ ଏକ ଅସ୍ଥାୟୀ ବାସିନ୍ଦା ଅନୁମତି ପତ୍ର ରଖିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ ସେନା ନେବେ ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ? ଇରାନୀ ସେନାରେ ଭର୍ତ୍ତି ହେଲେଣି ୧୨ ବର୍ଷ ବୟସ୍କ ପିଲା!

ତେହରାନ୍‌,୨୭।୩: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏକ ନୂତନ ପଦକ୍ଷେପ ଅଧୀନରେ ସୁରକ୍ଷା ଏବଂ ଯୁଦ୍ଧ ସହାୟତା କାର୍ଯ୍ୟ ପାଇଁ ସର୍ବନିମ୍ନ ବୟସ ସୀମାକୁ…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

ସରପଞ୍ଚ, ସମିତି ସଭ୍ୟଙ୍କ ପ୍ରତିନିଧିଙ୍କୁ ଅଟକ ପ୍ରତିବାଦ: ଧାରଣାରେ ବସିଲେ ପୂର୍ବତନ ଏମପି

ଲୋଇସିଂହା,୨୭।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ରାମପୁର ଗ୍ରାମରେ ରାମନବମୀ ଉପଲକ୍ଷେ ଅନୁଷ୍ଠିତ ଷୋହଳ ପ୍ରହର ନାମ ଯଜ୍ଞରେ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ଯୋଗଦାନ…

ରାମଲଲାଙ୍କ ‘ସୂର୍ଯ୍ୟ ତିଳକ’ ଦେଖି ଭାବପ୍ରବଣ ହୋଇପଡ଼ିଲେ ମୋଦି: ଭିଡିଓ ଦେଖିଲେ ହୋଇଯିବେ ଅଭିଭୂତ

ନୂଆଦିଲ୍ଲୀ,୨୭।୩: ରାମଙ୍କ ନଗରୀ ଅଯୋଧ୍ୟାରେ ରାମ ନବମୀ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଇଛି। ରାମଲଲାଙ୍କ ଜନ୍ମବାର୍ଷିକୀ ପାଳନ ପାଇଁ ବହୁ ସଂଖ୍ୟକ ଭକ୍ତ ଏକାଠି ହୋଇଥିଲେ।…

ବିହାରରୁ ବଡ଼ ଖବର! ଏହି ତାରିଖରେ ବିଧାନ ପରିଷଦରୁ ଇସ୍ତଫା ଦେବେ ନୀତିଶ କୁମାର

ପାଟନା,୨୭।୩: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାର ବିଧାନସଭା ପରିଷଦ (MLC) ର ସଦସ୍ୟତାରୁ ଇସ୍ତଫା ଦେବେ । ସୂତ୍ର ଅନୁଯାୟୀ, ନୀତିଶ କୁମାର ମାର୍ଚ୍ଚ  ୩୦ରେ…

ରାମନବମୀରେ ନନ୍ଦପୁର ଚଳଚଞ୍ଚଳ: ରାମ-ସୀତାଙ୍କ ବିବାହ ନୀତି ପରେ…

ନନ୍ଦପୁର,୨୭ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳ ରାମନବମୀ ପାଳନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି। ନନ୍ଦପୁର ଗଉଡ଼ ସାହି ସ୍ଥିତ ଐତିହାସିକ ରାମମନ୍ଦିର ଓ ରାମଲୀଳା…

ରାପର-ସିଙ୍ଗରଙ୍କ ହାତରେ ଦେଶର ଶାସନ ଭାର

କାଠମାଣ୍ଡୁ,୨୭।୩: ଆଜି ନେପାଳୀ ରାଜନୀତିରେ ଏକ ଐତିହାସିକ ମୁହୂର୍ତ୍ତ ପ୍ରକାଶ ପାଇଛି। ବାଲେନ ଶାହ – ଜଣେ ରାପର୍‌ ଇଞ୍ଜିନିୟର – ଶୁକ୍ରବାର ନେପାଳର ପ୍ରଧାନମନ୍ତ୍ରୀ ଭାବରେ…

ସଠିକ୍ ହିସାବ ଦେଇପାରିଲେନି SDO, ବାନ୍ଧିଲା ଭିଜିଲାନ୍ସ

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲା ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri