ଚାଇନାରେ ଲାଗୁ ହେଲା ଅଜବ ନିୟମ, ଦାଢି ବଢିଲେ ହେବ ଜେଲ୍‌

ବେଜିଂ,୯।୯: ଚାଇନା ନିଜର ଏକଛତ୍ରବାଦୀ ମନୋଭାବ ପାଇଁ ଜଣାଶୁଣା। ଦେଶରେ ବିଭିନ୍ନ ପ୍ରକାର ଅଜବ ନିୟମ ଲାଗୁ କରି ଶୃଙ୍ଖଳା ବ୍ୟବସ୍ଥାକୁ କଡାକଡି କରିବାକୁ ଚାହୁଁଛି ଚାଇନା। ଆମେରିକୀୟ ଟେକ୍‌ କମ୍ପାନୀ ବ୍ୟତୀତ ବିଦେଶୀ କମ୍ପାନୀଗୁଡ଼ିକୁ ଟାର୍ଗେଟ କରିଛି ଚାଇନା। ଚାଇନା ଦେଶରେ ନିର୍ଦ୍ଦେଶ ଜାରି କରିଛି ଯେ, ସରକାରୀ ଏଜେନ୍ସିରେ କାର୍ଯ୍ୟ କରୁଥିବା ଲୋକମାନେ ଆପଲ କିମ୍ବା ବିଦେଶୀ କମ୍ପାନୀର ଫୋନ ବ୍ୟବହାର କରିବେ ନାହିଁ। ସେହି ଫୋନ୍‌ଗୁଡିକୁ ଅଫିସ ଆଣିବା ପାଇଁ ମଧ୍ୟ ବାରଣ କରାଯାଇଛି। କେବଳ ଏତିକି ନୁହେଁ, ଚାଟ ଗ୍ରୁପ ଏବଂ ମିଟିଂ ପାଇଁ ବିଦେଶୀ କମ୍ପାନୀର ପ୍ଲାଟଫର୍ମ ବ୍ୟବହାର ନ କରିବାକୁ କୁହାଯାଇଛି। ଜିନପିଙ୍ଗଙ୍କ ଏକଛତ୍ରବାଦୀ ଶାସନ ଅଧୀନରେ କେଉଁ ଅଦ୍ଭୁତ ନିୟମ କାର୍ଯ୍ୟକାରୀ ହୋଇଛି ଜାଣନ୍ତୁ।

ଆଇଫୋନ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଚାଇନାରେ ପୋଷାକ ସମ୍ବନ୍ଧରେ ଏକ ଅଜବ ନିୟମ ପ୍ରଣୟନ କରିବାକୁ ପ୍ରସ୍ତୁତି ଚାଲିଛି। ନୂଆ ବିଲ୍‌ରୁ ଏହା ସ୍ପଷ୍ଟ ହୋଇଛି ଯେ, ସରକାରଙ୍କର ଭାବନାକୁ ଆଘାତ ଦେଉଥିବ ପୋଷାକ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଯଦି ସେହି ପୋଷାକ କାହାର ଭାବନାକୁ ଆଘାତ କରେ, ତେବେ ଅଭିଯୁକ୍ତଙ୍କୁ ଜରିମାନା ଓ ଜେଲ ଦଣ୍ଡ ମିଳିବ।

ଦାଢି ରଖିବାକୁ ସବୁ ପୁରୁଷଙ୍କୁ ଭଲ ଲାଗେ। କିନ୍ତୁ ଚାଇନାରେ ଦାଢି ରଖିଲେ ଜେଲ ହୋଇପାରେ। ଅର୍ଥାତ୍‌ ଦାଢି ବଢିଲେ ୬ ବର୍ଷ ଜେଲ ଦଣ୍ଡାଦେଶ ଭୋଗିବାକୁ ପଡିବ। ଏହି କାରଣରୁ ଇସଲାମରେ ବିଶ୍ୱାସ କରୁଥିବା ଲୋକଙ୍କ ପାଇଁ ଚାଇନାରେ ରହିବା କଷ୍ଟକର ହୋଇପଡୁଛି। ଚାଇନାରେ ମୁସଲମାନମାନଙ୍କର ସ୍ବାଧୀନତା ଏବଂ ଅଧିକାରକୁ ନେଇ କ୍ରମାଗତ ଭାବେ ପ୍ରଶ୍ନ ଉଠିଛି।
ବିଶେଷକରି ଚାଇନାର ଜିନଜିଆଙ୍ଗରେ ଏହି ନିୟମ କଡାକଡି ଭାବେ କାର୍ଯ୍ୟକାରୀ ହୋଇଛି କାରଣ ସେଠାରେ ମୁସଲମାନମାନଙ୍କ ସଂଖ୍ୟା ଅଧିକ। ବିବିସି ରିପୋର୍ଟ ଅନୁଯାୟୀ ଚାଇନା ସରକାରଙ୍କ ଏହି ନିୟମ ଇସଲାମ ବିରୋଧୀ ବୋଲି କୁହାଯାଉଛି।

ଚାଇନାବାସୀ କଣ ଦେଖିବେ ଏବଂ କଣ କରିବେ ନାହିଁ ତାହା ମଧ୍ୟ ଏଠାରେ ସରକାର ସ୍ଥିର କରିଛନ୍ତି। ଯଦି କୌଣସି ବ୍ୟକ୍ତି ଦେଶରେ ନିଷିଦ୍ଧ ହୋଇଥିବା କଣ୍ଟେଣ୍ଟ ବା ବିଷୟବସ୍ତୁ ଦେଖନ୍ତି, ତେବେ ସେ ଦଣ୍ଡ ଭୋଗବେ। ଆଡଲ୍ଟ କଣ୍ଟେଣ୍ଟ ୧୮ବର୍ଷରୁ କମ୍‌ ନାବାଳକଙ୍କୁ ଦେଖିବା ପାଇଁ ମନା କରାଯାଇଥାଏ। କିନ୍ତୁ ଚାଇନାରେ ଅଜବ ନିୟମ ପ୍ରଣୟନ ହୋଇଛି। କୌଣସି ବ୍ୟକ୍ତି ମୋବାଇଲରେ ଆଡଲ୍ଟ କଣ୍ଟେଣ୍ଟ ଦେଖିଲେ ସେ ତିନି ବର୍ଷ ଯାଏଁ ଜେଲଦଣ୍ଡ ଭୋଗିବେ।

ଜସ୍ମିନ ଫୁଲ ଓ ନାମ ଉପରେ ଚାଇନା ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଏହି ନାମକୁ ଇଣ୍ଟରନେଟ୍‌ରେ ମଧ୍ୟ କେହି ସର୍ଚ୍ଚ କରିପାରିବେ ନାହିଁ। ବେଜିଂ ସମେତ ଦେଶର ଅନେକ ସହରର ବଜାରରେ ଏହି ଫୁଲକୁ ବେଆଇନ ଘୋଷଣା କରାଯାଇଛି। ଟ୍ୟୁନିସିଆ-ଜସ୍ମିନ ବିପ୍ଳବ ପରେ ଚାଇନା ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଚାଇନା କମ୍ପାନୀଗୁଡିକ ଅନ୍ୟ ଦେଶରେ ଭିଡିଓ ଗେମ ଲଞ୍ଚ କରି ବହୁ ଅର୍ଥ ଉପାର୍ଜନ କରୁଛନ୍ତି। କିନ୍ତୁ ଏହାକୁ ନିଜ ଦେଶରେ ନିଷିଦ୍ଧ କରିଛନ୍ତି। କେବଳ ଏତିକି ନୁହେଁ, ଦେଶରେ ସ୍ଥାନାନ୍ତରଣକୁ ନେଇ କଡା ନିୟମ ରହିଛି। କୌଣସି ବ୍ୟକ୍ତି ସରକାରଙ୍କୁ ସୂଚନା ନ ଦେଇ ଦୀର୍ଘ ସମୟ ଧରି ଦେଶର ଅନ୍ୟ ଏକ ସ୍ଥାନରେ ରହିପାରିବେ ନାହିଁ। ଯଦି କୌଣସି ବ୍ୟକ୍ତି ସେହି ଅଞ୍ଚଳରେ ସ୍ଥାୟୀ ବାସିନ୍ଦା ନ ହୋଇ ମଧ୍ୟ ଦୀର୍ଘ ଦିନ ଯାଏଁ ରହୁଛନ୍ତି ତେବେ ତାଙ୍କୁ ଏକ ଅସ୍ଥାୟୀ ବାସିନ୍ଦା ଅନୁମତି ପତ୍ର ରଖିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri