ଲଞ୍ଚହେଲା iPhone 16: ପ୍ରଥମ ଥର ପାଇଁ ଶୁକ୍ରବାର ବଦଳରେ ସୋମବାର ଥିଲା  ଲଞ୍ଚିଂ ଇଭେଣ୍ଟ: ପଛରେ ରହିଛି ଏହି ବଡ଼କାରଣ  

ନୂଆଦିଲ୍ଲୀ,୧୦।୯: ଭାରତରେ iPhone 16 ଓ iPhone 16 Plus ଲଞ୍ଚ ହୋଇଛି। ଏଥିସହ କମ୍ପାନୀ iPhone 16 ପ୍ରୋ ଓ ଆପଲ ୱାଚ ସିରିଜ ୧୦ବି ଲଞ୍ଚ କରିଛି। ତେବେ ନୂଆ iPhone 16 ମଡେଲ ସମ୍ପୂର୍ଣ୍ଣ ନୂଆ A18 ଚିପ ସେଟ ଭଳି କାମ କରିବ। ଏଥିରେ ନୂଆ ଫିଚର ବଟନ  ମଧ୍ୟ ସାମିଲ କରାଯାଇଛି। ତେବେ ପ୍ରଥମ ଥର ପାଇଁ ଶୁକ୍ରବାର ପରିବର୍ତ୍ତେ ଆପଲ ସୋମବାର ଲଞ୍ଚିଂ ଇଭେଣ୍ଚ ରଖିଛି। ଏହାର ପଛରେ କ’ଣ ବଡ଼ କାରଣ ଜାଣନ୍ତୁ।
କାହିଁକି  ଶୁକ୍ରବାର ପରିବର୍ତ୍ତେ ସୋମବାର ?
ଏହି ବଡ଼ ରିବର୍ତ୍ତନ ପଛର ମୁଖ୍ୟ କାରଣ ହେଉଛି ଏକ କୋର୍ଟ ମାମଲା । ଆପଲ ଏବଂ ଆୟର୍ଲାଣ୍ଡ ମିଳିତ ଭାବେ ୨୦୦୪ ଏବଂ ୨୦୧୪ ମଧ୍ୟରେ ୧୦୦ ବିଲିୟନ ଡଲାରରୁ ଅଧିକ ଟିକସ ଫାଙ୍କିବା ପାଇଁ ଏକାଠି କାମ କରିଥିଲେ।ଏହି ମାମଲା ୨୦୧୬ ମସିହାରେ ଆରମ୍ଭ ହୋଇଥିଲା ।  ପରେ ଜରିମାନା ଲାଗୁ କରାଯାଇଥିଲା । ମାତ୍ର ଏହାର ଶୁଣାଣି ସେପ୍ଟେମୱର ୧୦ରେ ଅଛି । ଯଦି ଏହା ଆପଲ ବିପକ୍ଷରେ ଯାଏ ତେବେ ଏହା ବିକ୍ରି ଉପରେ ପ୍ରଭାବ ପକାଇପାରେ। ତେଣୁ କମ୍ପାନୀ ପକ୍ଷରୁ ସୋମବାର କାର୍ୟ୍ୟକ୍ରମ ରଖାଯାଇଥିଲା।
ଆପଲ iPhone 16 ସିରିଜର ଲଞ୍ଚ ତାରିଖ ପରିବର୍ତ୍ତନ କରିବାର ଆଉ ଏକ କାରଣ ଅଛି । ବାସ୍ତବରେ, ଆମେରିକାର ପ୍ରଥମ ରାଷ୍ଟ୍ରପତି ବିତର୍କ ସେପ୍ଟେମ୍ବର ୧୦ରେ ଆମେରିକାରେ ଅନୁଷ୍ଠିତ ହେବାକୁ ଯାଉଛି, ଯାହା କମଲା ହାରିସ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହେବ । ଏଭଳି ପରିସ୍ଥିତିରେ ଆପଲ ଲଞ୍ଚ ଇଭେଣ୍ଟ କମ ମିଡିଆ କଭରେଜ ପାଇଥାନ୍ତା । ତେଣୁ କମ୍ପାନୀ ସେପ୍ଟେମ୍ବର ୯କୁ ଲଞ୍ଚ ତାରିଖ ଭାବରେ ବାଛିଥିଲା ।
ଅନ୍ୟପକ୍ଷେ ଆପଲ iPhone 16ର ୧୨୮ ଜିବି ବେସ୍‌ର  ଦାମ ପ୍ରାୟ ୬୭ହଜାର ଟଙ୍କା ରହିଛି। ସେହିପରି ୨୫୬ ଜିବି ଓ ୫୧୨ ଜିବି ଷ୍ଟୋରେଜ ଭ୍ୟାରିଆଣ୍ଟ ବି ପ୍ରଦର୍ଶିତ କରିଛି। iPhone 16 Plusର ବେସ ୧୨୮ଜିବି ଭାରିଆଣ୍ଟର ଦାମ ୭୫.୫୦୦ଟଙ୍କାରୁ ଆରମ୍ଭ ହେଉଛି। ଏହାକୁ ଭି ବେନିଲା ମଡେଲ ସହ ୫୧୨ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ ଉପଲବ୍ଧ ରହିଛି। ଏହି ନୂଆ ମଡେଲକୁ ଆସନ୍ତା ୧୩ ସେପ୍ଟେମୱରରୁ ଆଗୁଆ ଅର୍ଡର କରିପାରିବେ ଯାହାର ସେଲ ୨୦ ସେପ୍ଟେମ୍ବରୁ ଆରମ୍ଭ ହେବ।
iPhone 16 ଓ iPhone 16 Plusର ନୂଆ ଫିଚରର୍ସ
iPhone 16 ଓ iPhone 16 Plus ଉଭୟ iOS 18 ରେ ଚାଲିଥାଏ। iPhone 16 ରେ 6.1ଇଞ୍ଚ ସୁପର ରେଟିନା XDR OLED ଡିସପ୍ଲେ ରହିଛି। ଯାହାକି ଆପଲର ସିରେମିକ ସିଲ୍ଡ ପ୍ରୋଟେକ୍ସନ, ଡାଏନାମିକ ଆଇଲ୍ୟାଣ୍ଡ ଓ ୨୦୦୦ ନିଟ୍ସ ପର୍ଯ୍ୟନ୍ତ ପିକ ବ୍ରାଇଟେନ୍ସ ଲେବଲର ସପୋର୍ଟ କରିପାରେ। ସେହିପରି ଓ iPhone 16 Plusରେ ବ ୬.୭ଇଞ୍ଚ ସୁପର ରେଟିନା XDR OLED ଡିସପ୍ଲେ ରହିଛି। ଯାହା ବେନିଲା ମଡେଲ୍ର ସମାନ ଡିସପ୍ଲେ ଫିଚର୍ସ ସହ ଆସୁଛି।
କେବଳ ସେତିକି ନୁହେଁ, ଡିସପେ ବାଦ୍‌ ପ୍ଲସ ମଡେଲର ଅନ୍ୟ ସହୁ ସ୍ପେସିଫିକେଶନ ବେନିଲା ମଡେଲ ସହ ସମାନ ରହିଛି। ଦୁଇଟି ଯାକ ଆଇଫେନ ମଡେଲ ସଂପୂର୍ଣ୍ଣ ନୂଆ ଆକ୍ଟା-କୋର୍‌-A18 ଚିପ୍‌ ସେଟରୁ କମ ଦରରେ ମିଳୁଛି। ଏଥିରେ କମ୍ପାନୀ ଦ୍ୱାରା ଏଆଇ ସିଷ୍ଟମକୁ ସାମିଲ କରାଯାଇଛି। iPhone 16

Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କାକୁଡ଼ି, ବଢ଼ିବ…

କାକୁଡ଼ିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ…

ଭିକ୍ଷା ମାଗି ଜମା କରିଥିଲେ ଲକ୍ଷ ଲକ୍ଷ ଟଙ୍କା; ଘରୁ ମିଳିଲା ୩୦ରୁ ଅଧିକ ବସ୍ତା ନୋଟ୍, ଗଣିଗଣି ସବୁ ହାଲିଆ

ବେଙ୍ଗାଲୁରୁ,୨୪ା୮: କର୍ନାଟକରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସାରା ଜୀବନ ଭିକ୍ଷା ମାଗି ଜୀବନ ବିତାଇଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ମିଳିଛି…

ବର୍ଷା ଋତୁରେ ଖାଦ୍ୟ ସୁରକ୍ଷା

ବର୍ଷା ଋତୁ ଗରମରୁ ମୁକ୍ତି ଆଣିଥାଏ, କିନ୍ତୁ ବର୍ଦ୍ଧିତ ଆର୍ଦ୍ରତା ଯୋଗୁ ଖାଦ୍ୟ ନଷ୍ଟ ହେବାର ଆଶଙ୍କା ବୃଦ୍ଧି କରିଥାଏ। ତା’ସହ ଖାଦ୍ୟଜନିତ ରୋଗ ସୃଷ୍ଟି କରିବାରେ…

ଟ୍ରେନ୍‌ରେ ପିଟିହୋଇ ମହିଳା ଗୁରୁତର

ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍‌ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri