Posted inଖେଳ

ଜୁଲାଇ ୨୨ ଯାଏ ଆଇଓଏକୁ ମହଲତ

ନୂଆଦିଲ୍ଲୀ,୯ା୭(ପି.ଟି.): ଏସିଆନ ଗେମ୍ସ ଓ ବିଶ୍ୱ କୁସ୍ତି ଚାମ୍ପିୟନଶିପ୍‌ର ଟ୍ରାଏଲ୍ସକୁ ନେଇ ଭାରତୀୟ ଅଲିମ୍ପିକ୍ସ ଆସୋସିଏଶନ (ଆଇଓଏ) ଦ୍ୱାରା ନିଯୁକ୍ତ ଆଡ୍‌ହକ ପ୍ୟାନେଲକୁ ଏକ ସପ୍ତାହର ମହଲତ ଦେଇଛି ଅଲିମ୍ପିକ୍‌ କାଉନ୍‌ସିଲ୍‌ ଅଫ୍‌ ଏସିଆ(ଓସିଏ)। ପୂର୍ବରୁ ଜୁଲାଇ ୧୫ ତାରିଖ ଟ୍ରାଏଲ୍ସ ପାଇଁ ନିର୍ଦ୍ଧାରଣ କରାଯାଇଥିଲା। ଆନ୍ଦୋଳନରତ ରେସ୍‌ଲରମାନଙ୍କୁ ସମୟ ଦେବା ପାଇଁ ରେସଲିଂ ଟ୍ରାଏଲ୍ସକୁ ଘୁଞ୍ଚାଇବା ଲାଗି ଦାବି କରାଯାଉଥିବା ବେଳେ ଅଲିମ୍ପିକ୍‌ କାଉନ୍‌ସିଲ୍‌ ଅଫ୍‌ ଏସିଆ(ଓସିଏ) ଏହାକୁ ବିରୋଧ କରୁଥିଲା। ତେବେ ଆଇଓଏ ସଭାପତି ପିଟି ଉଷାଙ୍କ ଅନୁରୋଧ ପରେ ପୂର୍ବ ନିର୍ଦ୍ଧାରିତ ଜୁଲାଇ ୧୫ ତାରିଖ ପରିବର୍ତ୍ତେ ଜୁଲାଇ ୨୩ ସୁଦ୍ଧା ଚୂଡାନ୍ତ ନାମ ତାଲିକା ପଠାଇବା ପାଇଁ ଓସିଏ କହିଛି।ଏପରି ରିହାତି ସାଧାରଣତଃ ପ୍ରଦାନ କରାଯାଇନଥାଏ। ତେବେ ବ୍ୟାଙ୍କକ୍‌ରେ ଓସିଏର ସାଧାରଣ ବୈଠକରେ ଆଇଓଏ ସଭାପତି ପିଟି ଉଷା, ବରିଷ୍ଠ ଉପ ସଭାପତି ଅଜୟ ପଟେଲ ଓ ଯୁଗ୍ମ ସଚିବ କଲ୍ୟାଣ ଚୌବେ ଯୋଗ ଦେଇଥିଲେ। ସେମାନଙ୍କ ଅନୁରୋଧ କ୍ରମେ ଓସିଏ ଏକ ସପ୍ତାହ ଅଧିକ ଦେବାକୁ ନିଷ୍ପତ୍ତି ନେଇଛି। ଆଇଓଏ ପକ୍ଷରୁ ଏହି ଅବଧିକୁ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରାଯିବାକୁ ପ୍ରୟାସ କରାଯାଇଥିଲେ ହେଁ
ଆନ୍ଦୋଳନରତ ରେସ୍‌ଲର ମାନଙ୍କୁ ସୁଯୋଗ ଦେବା ପାଇଁ ଆଇଓଏ ଏହି ପ୍ରୟାସ କରିଥିଲା। ମଙ୍ଗଳବାର ଆଡ୍‌ହକ ପ୍ୟାନେଲର ବୈଠକ ବସିଥିଲେ ମଧ୍ୟ କୌଣସି ନିଷ୍ପତ୍ତି ଆସି ନ ଥିଲା। ପୂର୍ବରୁ ରେସ୍‌ଲରମାନଙ୍କୁ ଏକ ଓ୍ବାନ୍‌ ବାଉଟ୍‌ ସୁଯୋଗ ଦେବା ପାଇଁ ବାଜଓ୍ବା ନିଷ୍ପତ୍ତି ନେଇଥିଲେ। ଯାହାକୁ ସମସ୍ତେ ବିରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ଟି-୨୦ ବିଶ୍ଵକପ୍ ପୂର୍ବରୁ ପାକିସ୍ତାନକୁ ନିର୍ଧୂମ ଛେଚିଲା ଭାରତ; ୮ ୱିକେଟରେ ଜିତିଲା ମହିଳା ଦଳ

ବ୍ୟାଙ୍କକ୍,୧୫।୨: କଲମ୍ବୋରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇଭୋଲଟେଜ୍ ପୁରୁଷ ଟି-୨୦ ବିଶ୍ଵକପ୍ ମ୍ୟାଚ୍ ପୂର୍ବରୁ, ବ୍ୟାଙ୍କକରେ ଭାରତୀୟ ମହିଳା ‘ଏ’ ଦଳ ପାକିସ୍ତାନକୁ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri