ଗୋପାଳପୁର ମହୋତ୍ସବ ପାଇଁ ମା’ ତାରାତାରିଣୀଙ୍କୁ ନିମନ୍ତ୍ରଣ, ପ୍ରଥମଥର ପାଇଁ…

ପୁରୁଷୋତ୍ତମପୁର,୨୫/୧(ସବିତା ମିଶ୍ର): ଗୋପାଳପୁର ମହୋତ୍ସବକୁ ଆଉ ମାତ୍ର ଦୁଇ ଦିନ ବାକି ରହିଛି । ଗଞ୍ଜାମ ଜିଲାର ଗୋପାଳପୁର ଠାରେ ହେବାକୁଥିବା ବେଳାଭୂମି ମହୋତ୍ସବ ଲାଗି ପ୍ରଶାସନ ପକ୍ଷରୁ ପ୍ରଥମେ ଗଞ୍ଜାମର ଇଷ୍ଟଦେବୀ ମା ତାରାତାରିଣୀଙ୍କୁ ନିମନ୍ତ୍ରଣ କରାଯାଇଛି ।

ରବିବାର ପୁରୁଷୋତ୍ତମପୁର ତହସିଲଦାର ତଥା ମନ୍ଦିର ନିର୍ବାହୀଅଧିକାରୀ ବିନୋଦ କୁମାର ବେହେରା ନିମନ୍ତ୍ରଣ ପତ୍ରଧରି ମାଙ୍କ ନିକଟକୁ ଆସି ପୂଜାର୍ଚ୍ଚନା କରିବା ସହ କିପରି ଶାନ୍ତିଶ୍ରୁଙ୍ଖଳାରେ ମହେତ୍ସବ ସରିବ, ସମସ୍ତ ପର୍ଯ୍ଯଟକ ଦର୍ଶକ ସୁରକ୍ଷିତ ହୋଇରହିବେ ସେଥିନେଇ କାମନା କରିଛନ୍ତି । ମହୋତ୍ସବ ଆରମ୍ଭର ପ୍ରଥମଦିନ ୨୭ ତାରିଖରେ ସ୍ବତନ୍ତ୍ରଭାବରେ ଏକ ମଶାଲ ମାଙ୍କଠାରୁ ବାହାରୀ ଗୋପାଳପୁରରେ ପହଁଚିବା ପରେ କାର୍ଯ୍ଯକ୍ରମ ଆରମ୍ଭ ହେବ । ଏହି ପରମ୍ପରା ଚଳିତବର୍ଷ ପ୍ରଥମ କରି ଆରମ୍ଭ ହୋଇଛି ।

 

Dharitri – Odisha’s No.1 Odia Daily