ଦିନକରେ ନିବେଶକ ହରାଇଲେ ୩.୫ ଲକ୍ଷ କୋଟି

ମୁମ୍ବାଇ,୧।୧୦: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ସାଙ୍ଗକୁ ଦରବୃଦ୍ଧି ଜନିତ ମାନ୍ଦାବସ୍ଥାର ପ୍ରଭାବ ଭାରତୀୟ ପୁଞ୍ଜି ବଜାରର କାରବାର ଉପରେ ବଡଧରଣର ପଡିଛି। ଫଳରେ ଘରୋଇ ଶେୟାର ବଜାରର ନିବେଶକମାନେ ଏକ ବୃହତ କ୍ଷତି ସହିଛନ୍ତି। ଏପରିକି ଦିନକରେ ଶେୟାର ବଜାର ନିବେଶକ ୩.୫ ଲକ୍ଷ କୋଟି ଟଙ୍କାର ନିବେଶ ହରାଇଛନ୍ତି। ପୂର୍ବ ଦିନର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ପ୍ରାୟ ୪୭୭.୯ ଲକ୍ଷ କୋଟି ଥିଲା। ସୋମବାରର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ୩.୫ ଲକ୍ଷ କୋଟି ହ୍ରାସ ହୋଇ ୪୭୪.୪ ଲକ୍ଷ କୋଟିରେ ପହଞ୍ଚତ୍ଛି।
ଉଲ୍ଲେଖଯୋଗ୍ୟ, ଘରୋଇ ଶେୟାର ବଜାରର ଉଭୟ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ଏବଂ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ର କାରବାର ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସରେ ବଡ ହ୍ରାସ ଘଟିଛି। ଏପରିକି ୩୦ ଶେୟାର ବିଶିଷ୍ଟ ବିଏସଇ ସେନସେକ୍ସ ପ୍ରାୟ ୧୩୦୦ ( ୧୨୭୨.୦୭) ପଏଣ୍ଟ ହ୍ରାସ ଘଟି ୮୪, ୨୯୯,୭୮ ଅଙ୍କରେ କାରବାର ବନ୍ଦ କରିଥିଲାବେଳେ ନିଫ୍ଟ-୫୦ରେ ମଧ୍ୟ କାରବାର ୧.୪୧% କମି ୨୫,୮୧୧ (୨୫,୮୧୦.୮୫) ଅଙ୍କରେ କାରବାର ବନ୍ଦ ହୋଇଥିଲା। ଅପରପକ୍ଷରେ ବିଏସଇ ମିଡକ୍ୟାପର କାରବାର ୦.୮୧% କମି ୪୯,୦୮୬.୭୮ ଅଙ୍କରେ ଥିଲାବେଳେ ସ୍ମଲକ୍ୟାପର କାରବାର ୦.୭୫% ହ୍ରାସ ଘଟି ୫୬,୬୬୨.୪୬ ଅଙ୍କରେ ରହିଛି। ସେହିଭଳି ନିଫ୍ଟି ମିଡକ୍ୟାପ କାରବାର ୦.୩୮% କମି ୬୦,୧୫୩.୮୦ ଅଙ୍କରେ ଥିଲାବେଳେ ସ୍ମଲକ୍ୟାପ ୦.୨୬% ହ୍ରାସ ଘଟି ୯୨୦୬.୮୫ ଅଙ୍କରେ ପହଞ୍ଚତ୍ଛି। ସେହିପରି ନିଫ୍ଟି ବ୍ୟାଙ୍କର କାରବାର ୧.୫୯% କମି ୫୨,୯୭୮.୧୦ ଅଙ୍କରେ କାରବାର ବନ୍ଦ ହୋଇଥିଲା।

ଶେୟାର ବଜାର କାରବାରରେ ହ୍ରାସ

କ୍ରମାଗତ ୨ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷ କରି ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ର ସେନସେକ୍ସ ୧୨୭୨ (୧୨୭୨.୦୭) ପଏଣ୍ଟ କମି ୮୪,୩୦୦(୮୪,୨୯୯.୭୮) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ର ନିଫ୍ଟି-୫୦ରେ ମଧ୍ୟ ୩୬୮ (୩୬୮.୧୦) ପଏଣ୍ଟ ହ୍ରାସ ଘଟି ୨୫,୮୧୧ (୨୫,୮୧୦.୮୫) ଅଙ୍କରେ କାରବାର ଶେଷ ହୋଇଥିଲା। ଅପରପକ୍ଷରେ ବିଏସଇ ସେନସେକ୍ସର ମିଡକ୍ୟାପ୍‌ ଓ ସ୍ମଲକ୍ୟାପ୍‌ ଶେୟାରଗୁଡିକର ଇଣ୍ଡେକ୍ସ ସହିତ ଏନଏସଇ ନିଫ୍ଟି ମିଡକ୍ୟାପ,ସ୍ମଲକ୍ୟାପ ଏବଂ ବ୍ୟାଙ୍କ ଶେୟାରଗୁଡିକର କାରବାରରେ ପରିବର୍ତ୍ତନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri