ଦିନକରେ ନିବେଶକ ହରାଇଲେ ୧୫ଲକ୍ଷ କୋଟି

ମୁମ୍ବାଇ,୬ା୮:ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ଏବଂ ଦରବୃଦ୍ଧି ଯୋଗୁ ଭାରତୀୟ ଷ୍ଟକ୍‌ ମାକେର୍ଟରେ ସୋମବାର ଏକ ବଡ଼ଧରଣର ହ୍ରାସ ଘଟିଛି। ଏପରିକି ଘରୋଇ ଶେୟାର ବଜାର କାରବାରର ପ୍ରଥମ ଦିନ ବା ଦିନକରେ ନିବେଶକ ୧୫ ଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶ ହରାଇଛନ୍ତି। ଫଳରେ ପୁଞ୍ଜି ବଜାରର ପରିମାଣ ପ୍ରାୟ ୪୪୨.୦(୪,୪୧,୮୪,୧୫୦.୦୩) କୋଟି ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ଏହା ପୂର୍ବରୁ ପୁଞ୍ଜି ବଜାରର ପରିମାଣ ବା ପୂର୍ବ କାର୍ଯ୍ୟ ଦିବସର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ପ୍ରାୟ ୪୫୭.୦ ଲକ୍ଷ କୋଟି ଥିଲା। ଏପରିକି ସୋମବାରର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ୧୫,୩୨,୭୯୬.୧ କୋଟି ହ୍ରାସ ପାଇ ପ୍ରାୟ ୪୪୨.୦ଲକ୍ଷ କୋଟିରେ ରହିଛି।
ଉଲ୍ଲେଖଯୋଗ୍ୟ, ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ବା ବିଏସଇ ସେନ୍‌ସେକ୍ସ ଏବଂ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ବା ଏନଏସଇ ନିଫ୍ଟିରେ କାରବାର ମାନ୍ଦା ସହିତ ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ୟୁଏସ ଫେଡେରାଲ ପ୍ରଭାବରେ ଘରୋଇ ଶେୟାର ବଜାର ଏକ ବଡଧରଣର କ୍ଷତିର ସମ୍ମୁଖୀନ ହୋଇଛି। କାରଣ କ୍ରମାଗତ ୨ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିବା ସହିତ ନିବେଶକଙ୍କୁ ବଜାର ନିରାଶ କରିଛି।
ଅପରପକ୍ଷରେ ବିଏସଇ ସେନ୍‌ସେକ୍ସର ମିଡକ୍ୟାପ ୩.୬୦% ଏବଂ ସ୍ମଲ କ୍ୟାପ ମଧ୍ୟ ୪.୨୧%ର କାରବାର ହ୍ରାସ ହୋଇଛି। ଫଳରେ ବିଏସଇ ୩୦ ବିଶିଷ୍ଟ ସେନ୍‌ସେକ୍ସର ପ୍ରମୁଖ ନିବେଶକମାନେ ବଡଧରଣର କ୍ଷତି ସହିଥିଲାବେଳେ ନିଫ୍ଟି ମିଡକ୍ୟାପରେ ମଧ୍ୟ ବୃହତ ହ୍ରାସ ଘଟିଛି।
ଏପରିକି ନିଫ୍ଟି ମିଡକ୍ୟାପରେ ୨୦୫୬.୪୦ ପଏଣ୍ଟ କମି ୫୫,୮୫୭.୨୫ ଅଙ୍କ ଏବଂ ନିଫ୍ଟି ସ୍ମଲକ୍ୟାପରେ ୩୮୩.୪୫ ପଏଣ୍ଟ ହ୍ରାସ ଘଟି ୮୩୯୧.୫୦ ପଏଣ୍ଟରେ କାରବାର ଶେଷ କରିଛି। ସେହିଭଳି ନିଫ୍ଟି ବ୍ୟାଙ୍କ (ନିଫ୍ଟି ବ୍ୟାଙ୍କିଙ୍ଗ)ରେ ୧୨୫୮.୦୫ ପଏଣ୍ଟ ହ୍ରାସ ଘଟି ୫୧,୦୯୨.୧୦ ଅଙ୍କରେ ରହିଛି।
ସେହିପରି ସେକ୍ଟୋରାଲ କ୍ଷେତ୍ରରେ ଟାଟା ମୋଟର୍ସ ସର୍ବାଧିକ ୭.୯୦% କ୍ଷତି ସହିଥିଲାବେଳେ ହିନ୍ଦୁସ୍ଥାନ ୟୁନି ଲିଭର ୧.୦୨% ଶେୟାର ବଢାଇବାରେ ହୋଇଛି। ଏପରିକି ଘରୋଇ ବ୍ୟାଙ୍କ, ମେଟାଲ, ଅଟୋ, ଏଫଏମ୍‌ସିଜି, ଉତ୍ପାଦ ୟୁନିଟ ଓ ଫାର୍ମା ନିବେଶକମାନେ ବଡ ଧରଣର କ୍ଷତି ସହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?