ନିବେଶକ ହରାଇଲେ ୧୩ ଲକ୍ଷ କୋଟି

ନୂଆଦିଲ୍ଲୀ,୧୪।୧ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସାଙ୍ଗକୁ ଭାରତୀୟ ଟଙ୍କା ମୂଲ୍ୟ ହ୍ରାସର ପ୍ରଭାବ ଭାରତୀୟ ଷ୍ଟକ ମାର୍କେଟ (ପୁଞ୍ଜି ବଜାର) ଉପରେ ସିଧାସଳଖ ପଡୁଥିବା ଘରୋଇ ଶେୟାର ବଜାରର କାରବାର ଫଳାଫଳରୁ ସ୍ପଷ୍ଟ ବାରି ହେଉଛି। ଏପରିକି ଗତ ସପ୍ତାହର କାରବାର ଓ ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଶେଷ ସୁଦ୍ଧା ପୁଞ୍ଜି ବଜାରର ନିବେଶକମାନେ ପ୍ରାୟ ୧୩ ଲକ୍ଷ କୋଟି ଟଙ୍କାର ନିବେଶ ହରାଇଥିଲାବେଳେ ଗତ ୪ଟି କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ନିବେଶକ ମୋଟ ୨୫ ଲକ୍ଷ କୋଟି ଟଙ୍କାର ନିବେଶ ହରାଇଛନ୍ତି। ଗତ ସପ୍ତାହର ଶେଷ କାରବାର ଫଳାଫଳ ସୁଦ୍ଧା ପୁଞ୍ଜି ବଜାରର ବଜାର ପୁଞ୍ଜି ୪୩୦ ଲକ୍ଷ କୋଟି ଥିଲାବେଳେ ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସ (ସୋମବାର)ର ଫଳାଫଳ ଶେଷ ସୁଦ୍ଧା ଶେୟାର ବଜାରର ନିବେଶକମାନେ ପ୍ରାୟ ୧୩ ଲକ୍ଷ କୋଟି ଟଙ୍କାର ନିବେଶ ହରାଇଛନ୍ତି। ଫଳରେ ପୁଞ୍ଜି ବଜାରର ବଜାର ପୁଞ୍ଜି ୧୩ ଲକ୍ଷ କୋଟି ହ୍ରାସ ପାଇ ୪୧୭ ଲକ୍ଷ କୋଟିରେ ପହଞ୍ଚତ୍ଛି।
ଉଲ୍ଲେଖଯୋଗ୍ୟ, ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ଏବଂ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ର କାରବାର ସୋମବାର ବେଶ ପ୍ରଭାବିତ ହୋଇଛି। ଏପରିକି ବିଏସଇ ସେନସେକ୍ସର କାରବାର ପ୍ରାୟ ୧୦୪୯ ପଏଣ୍ଟ ହ୍ରାସ ଘଟି ୭୬,୩୩୦.୦୧ ଅଙ୍କରେ କାରବାର ବନ୍ଦ ହୋଇଥିଲାବେଳେ ନିଫ୍ଟି ୧.୪୭% ହ୍ରାସ ଘଟି ୨୩,୦୮୫.୯୫ ଅଙ୍କରେ କାରବାର ବନ୍ଦ ରହିଥିଲା। ଅପରପକ୍ଷରେ ୩୦ ଶେୟାର ବିଶିଷ୍ଟ ବିଏସଇ ମିଡକ୍ୟାପ ଏବଂ ସ୍ମଲକ୍ୟାପର କାରବାର ୪% ଲେଖାଏ ହ୍ରାସ ଘଟିଛି। ଏପରିକି ନିଫ୍ଟି ମିଡକ୍ୟାପର କାରବାର ୪.୦୨% ହ୍ରାସ ଖଟି ୫୨,୩୯୦.୪୦ ଅଙ୍କରେ ବନ୍ଦ ହୋଇଥିଲାବେଳେ ସ୍ମଲକ୍ୟାପର କାରବାର ୩.୮୦% କମି ୮୦୬୮.୨୦ ଅଙ୍କରେ ଶେଷ ହୋଇଥିଲା। ସେହିପରି ନିଫ୍ଟି ବ୍ୟାଙ୍କର କାରବାର ୮୯୨.୯୦ ପଏଣ୍ଟ ହ୍ରାସ ଘଟି ୪୮,୦୪୧.୨୫ଅଙ୍କରେ ବନ୍ଦ ହୋଇଥିଲା। ଏପରିକି ସେକ୍ଟୋରାଲ କାରବାରରେ ପିଏସୟୁ ବ୍ୟାଙ୍କ, ଅଟୋ, ମେଟାଲ ଏବଂ ମିଡିଆ ଭଳି ପ୍ରମୁଖ ନିବେଶକମାନେ ପ୍ରାୟ ୩ରୁ ୫% ନିବେଶ ହରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri