୭ ଦିନରେ ୧୦.୪୩ ଲକ୍ଷ କୋଟି ହରାଇଛନ୍ତି ନିବେଶକ

ନୂଆଦିଲ୍ଲୀ,୨୮।୨: କ୍ରମାଗତ ୭ ଦିନ ଲାଗି ଭାରତୀୟ ଶେୟାର ବଜାର କାରବାରରେ ହ୍ରାସ ଘଟିଛି। ଫଳରେ ଶେୟାର ବଜାରର ନିବେଶକମାନେ ପ୍ରାୟ ୧୦.୪୩ ଲକ୍ଷ କୋଟି ଟଙ୍କା ହରାଇଥିବା ଜଣାପଡିଛି। ବିଶେଷ କରି ଫେବୃୟାରୀ ୧୬ରୁ ୨୭ ମଧ୍ୟରେ ସେନସେକ୍ସ ପ୍ରାୟ ୨,୦୩୧ ପଏଣ୍ଟ ହ୍ରାସ ହୋଇଛି। ଏହି ସମୟ ମଧ୍ୟରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ରେ ତାଲିକାଭୁକ୍ତ କମ୍ପାନିଗୁଡିକର ବଜାର ପୁଞ୍ଜି ୧୦,୪୨,୭୯୦.୩୦ କୋଟି ଟଙ୍କା ହ୍ରାସ ହୋଇ ୨,୫୭,୮୮,୧୯୫.୫୭ କୋଟି ଟଙ୍କାରେ ପହଞ୍ଚତ୍ଛି। ଅପରପକ୍ଷରେ ବିକଶିତ ଦେଶ ଗୁଡିକର କେନ୍ଦ୍ରୀୟ ବ୍ୟାଙ୍କଙ୍କ ପକ୍ଷରୁ ସୁଧ ହାର ବୃଦ୍ଧି ଏବଂ ଭୌଗୋଳିକ କାରଣରୁ ଚାପରେ ଥିବା ବିଶ୍ୱ ବଜାର ସହ ବିଦେଶୀ ନିବେଶକଙ୍କ ଶେୟାର ବିକ୍ରି ଯୋଗୁ ଘରୋଇ ପୁଞ୍ଜି ବଜାର ମଧ୍ୟ ଚାପରେ ରହିଛି ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଚଳିତ ସପ୍ତାହ ପ୍ରଥମ କାର୍ଯ୍ୟରେ ବିଏସଇର ୩୦ଶେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସ ୧୭୫.୫୮ ପଏଣ୍ଟ ହ୍ରାସ ସହ ୫୯,୨୮୮.୩୫ ଅଙ୍କରେ ବନ୍ଦ ହୋଇଛି। ସେହିଭଳି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ୫୦ରେ ମଧ୍ୟ ୭୩. ୧୦ ପଏଣ୍ଟ ହ୍ରାସ ପାଇ ୧୭,୩୯୨.୭୦ ଅଙ୍କରେ ବଜାର ବନ୍ଦ ବନ୍ଦ ହୋଇଥିବା ଜଣାପଡିଛି।
ସୂଚନାଯୋଗ୍ୟ ସୋମବାର ବଜାର କାରବାର ସମୟରେ ସେନସେକ୍ସର ଶେୟାର ମଧ୍ୟରେ ଟାଟା ଷ୍ଟିଲ, ଇନଫୋସିସ୍‌, ଟାଟା ମୋଟର୍ସ, ଟାଟା କନସଲଟାନ୍ସି ସର୍ଭିସେସ୍‌, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଏଚସିଏଲ ଟେକ୍ନୋଲଜିସ୍‌, ଏନ ଆଣ୍ଡ ଟି, ଭାରତୀ ଏୟାରଟେଲ୍‌, ୱିପ୍ରୋ ଏବଂ ବଜାଜ ଫାଇନାନ୍ସରେ ସବୁଠୁ ଅଧିକ ହ୍ରାସ ଦେଖିବାକୁ ମିଳିଛି। ଅନ୍ୟପଟେ ପାୱର ଗ୍ରୀଡ, ଆଇସିଆଇସିଆଇ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ ଏବଂ ଏସବିଆଇ ବ୍ୟାଙ୍କ ଲାଭ ସହ ବନ୍ଦ ହୋଇଛି। ସେହିପରି ସେକ୍ଟୋରଲ ସୂଚକାଙ୍କରେ ଟେକ୍‌ ୨%, ଆଇଟିରେ ୧.୯୬%, କମୋଡିଟିରେ ୧.୭୫%, ମେଟାଲରେ ୧.୩୯%, କ୍ୟାପିଟଲ ଗୁଡସରେ ୦.୯୫% ହ୍ରାସ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ମାଲାମାଲ ହେବେ ୩ ରାଶି: ମିଳିବ ଫଇଦା ହିଁ ଫାଇଦା, ଧନ ସହ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସହ ମଙ୍ଗଳଙ୍କ ନକ୍ଷତ୍ର ଗୋଚର ମଧ୍ୟ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଏହି…

ଅମାନତ ଟଙ୍କାକୁ ନେଇ ଟଣାଓଟରା, ଯନ୍ତ୍ରୀ-ଛାୟା ଠିକାଦାର ମୁହାଁମୁହିଁ

କଟକ ସଦର, ୧୩।୧୦ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅମାନତ ରାଶି ଉଠାଣକୁ ନେଇ ଯନ୍ତ୍ରୀ ଓ ଛାୟା ଠିକାଦାରଙ୍କ…

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌: ୧୦ ଜିଲାରୁ ଫେରିଗଲା ମୌସୁମୀ, ଜାଣନ୍ତୁ…

ଭୁବନେଶ୍ୱର,୧୩।୧୦: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରତ୍ୟାହାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୧୦ ଜିଲାରୁ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ…

ଭିଜିଲାନ୍ସ ଜାଲରେ ସଇଁତଳା RI: ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ସଇଁତଳା ରାଜସ୍ବ ସର୍କଲର ରାଜସୱ ନିରୀକ୍ଷକ (RI) ଆଲନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ମାଡ଼ିବସିଛି।…

କେତେ ଟଙ୍କା ପାଆନ୍ତି ରାଜ୍ୟପାଳ? ମାସିକ ୩.୫ ଲକ୍ଷ ଦରମା ସହ ଜାଣନ୍ତୁ ତାଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା

ନୂଆଦିଲ୍ଲୀ,୧୩।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହାଦ୍ୱାରା ଅନେକ ସାମ୍ୱିଧାନିକ ପଦବୀରେ ପରିବର୍ତ୍ତନ ଘଟିଛି। ସିକିମର ପୂର୍ୱତନ ରାଜ୍ୟପାଳ…

ଭୟୂରଭଞ୍ଜରେ ଲଜ୍ଜା, ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର

ଉଦଳା,୧୩।୧୦: ଭୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ…

ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ମେଷ ସମେତ ୩ ରାଶିର ବଢ଼ିବ ଚିନ୍ତା, ପଳାଇବ ଚାକିରି! ସମ୍ପର୍କରେ ପଡିବ ଭଟ୍ଟା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଓ ରାହୁଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ସେହିପରି ସୂର୍ଯ୍ୟଙ୍କ ରାହୁଙ୍କ ନକ୍ଷତ୍ରରେ ପ୍ରବେଶକୁ ମଧ୍ୟ ଜ୍ୟୋତିଷ ଦୃଷ୍ଟିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?