୧.୩୭ ଲକ୍ଷ କୋଟି କମିଲା ନିବେଶକଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୧୫।୩: ଶୁକ୍ରବାର ଶେୟାର ବଜାର କାରବାର ଖସିବା ଯୋଗୁ ନିବେଶକଙ୍କ ସମ୍ପତ୍ତି ୧.୩୭ ଲକ୍ଷ କୋଟି ଟଙ୍କା ହ୍ରାସ ହୋଇଛି। ୩୦ ଶେୟାରବିଶିଷ୍ଟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ୪୮୭.୪୩ ପଏଣ୍ଟ ନିମ୍ନରେ ରହିବା ଯୋଗୁ ୫୦,୭୯୨ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ଫଳରେ ବିଏସ୍‌ଇ ସୂଚୀଭୁକ୍ତ କମ୍ପାନୀଙ୍କ ବଜାର ପୁଞ୍ଜୀକରଣ ୧.୩୭ ଲକ୍ଷ କୋଟି ଟଙ୍କା ହ୍ରାସ ହୋଇଛିି। ବଣ୍ଡ୍‌ରେ ଅଧିକ ଲାଭ ମିଳିବା ଆଶାରେ ନିବେଶକ ଶେୟାର ବଜାରରୁ ଶେୟାର ବିକିବା ଫଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି ବୋଲି ବଜାର ବିଶେଷଜ୍ଞ କହିଛନ୍ତି। ଏହି ସମୟରେ ବଜାଜ ଅଟୋର ଶେୟାର କାରବାର ୩.୧୦% ହ୍ରାସ ହୋଇଛି। ସେହିଭଳି ମାରୁତି, ଆଇସିଆଇସିଆଇ ବ୍ୟାଙ୍କ, ସନ୍‌ ଫାର୍ମା, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବଂ ଅଲଟ୍ରାଟେକ ସିମେଣ୍ଟ ଶେୟାର କାରବାର ମଧ୍ୟ ଖସିଛି। ଏହାବାଦ ପାଓ୍ବାରଗ୍ରୀଡ, ଟାଇଟାନ, ଓଏନ୍‌ଜିସି, ଇନ୍‌ଫୋସିସ, ବଜାଜ ଫାଇନାନ୍ସ ଲିମିଟେଡର ଶେୟାର କାରବାର ୨.୨୮% ବୃଦ୍ଧି ପାଇଛି। ବିଏସ୍‌ଇର ମିଡକ୍ୟାପ ସୂଚକାଙ୍କ ୦.୪୫% କମିଥିବା ବେଳେ ସ୍ମଲ କ୍ୟାପ ୦.୧୪% ବଢିଛି। ବିଏସ୍‌ଇର ଅଟୋ, ଏନର୍ଜି, ବ୍ୟାଙ୍କ, ଫାଇନାନ୍ସ ଏବଂ ଏଫ୍‌ଏମ୍‌ସିଜି ଶେୟାର ୧.୬୦% ନିମ୍ନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ମାରୁତି ସୁଜୁକି ଏକ୍ସଏଲ୍‌୬

ଭୁବନେଶ୍ୱର, ୨୪-୮(ବ୍ୟୁରୋ): ମାରୁତି ସୁଜୁକି ପକ୍ଷରୁ ନୂଆ ଏକ୍ସଏଲ୍‌୬ ମଡେଲ ଓଡ଼ିଶା ବଜାରରେ ପ୍ରବେଶ କରିଛି। ସ୍ଥାନୀୟ ରାଜଭବନ ରୋଡ ସ୍ଥିତ ନେକ୍ସା ଶୋ’ରୁମରେ ଏହାର...

ଅଭିବୃଦ୍ଧି ଲାଗି ସରକାର,ଆର୍‌ବିଆଇ ସମନ୍ବୟ ଜରୁରୀ:ଶକ୍ତିକାନ୍ତ ଦାସ

ମୁମ୍ବାଇ,୨୮-୬: ଦେଶର ଅଭିବୃଦ୍ଧି ତ୍ୱରାନ୍ବିତ କରିବା ଲାଗି ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସମନ୍ବୟ ରଖି କାର୍ଯ୍ୟ କରିବା ରଆବଶ୍ୟକତା ରହିଛି। ସେହିଭଳି ବ୍ୟବସ୍ଥାଗତ...

ଭୁଲବଶତଃ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଇଦେଇଛନ୍ତି କି? ଆପଣାନ୍ତୁ ଏହି ଉପାୟ

ଆଜିକାଲି ଅନଲାଇନ କାରବାର ବହୁତ ସାଧାରଣ ହୋଇଗଲାଣି। କୋଟି କୋଟି ଲୋକ ଦିନସାରା ଅନଲାଇନ ପ୍ଲାଟଫର୍ମ ମାଧ୍ୟମରେ ଟଙ୍କା କାରବାର କରନ୍ତି। ବେଳେବେଳେ ଟଙ୍କା ଲେଣଦେଣ...

ସେନ୍‌କୋ ଗୋଲ୍ଡ ପକ୍ଷରୁ ମୂଲ୍ୟ ସୁରକ୍ଷା ଗ୍ୟାରେଣ୍ଟି

ଭୁବନେଶ୍ୱର,୨୬।୪: ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ପକ୍ଷରୁ ଅକ୍ଷୟ ତୃତୀୟା ଅବସରରେ ମୂଲ୍ୟ ସୁରକ୍ଷା ଗ୍ୟାରେଣ୍ଟି ପ୍ରଦାନ କରାଯାଉଛି। ଗ୍ରାହକଙ୍କୁ ଅନ୍‌ଲାଇନରେ କ୍ରୟ ସୁବିଧା କମ୍ପାନୀ...

ବଢ଼ୁଛି ମୋବାଇଲ ଗ୍ରାହକଙ୍କ ସଂଖ୍ୟା

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ମୋବାଇଲ ବଜାରରେ ଯେଉଁ ମାନ୍ଦାବସ୍ଥା ସୃଷ୍ଟି ହୋଇଥିଲା ତାହା ଏକ ପ୍ରକାର ଦୂର ହୋଇଛି। ବର୍ତ୍ତମାନ ସମୟରେ ମୋବାଇଲ ଗ୍ରାହକ...

ଡାବର ଟୁଥ୍‌ପେଷ୍ଟ ପ୍ୟାକିଂରେ ବ୍ୟବହୃତ ହେବନି କାଗଜ

ନୂଆଦିଲ୍ଲୀ,୨୩।୬: ଦେଶର ଅଗ୍ରଣୀ କମ୍ପାନୀ ଏଫ୍‌ଏମ୍‌ସିଜି କମ୍ପାନୀ ଡାବର ପରିବେଶ ସୁରକ୍ଷା ପାଇଁ ଏକ ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏଣିକି କାଗଜ କାର୍ଟୁନରେ...

ଗିରଫ ହେଲେ ୟସ୍‌ ବ୍ୟାଙ୍କର ଫାଉଣ୍ଡର ରାଣା

ମୁମ୍ବାଇ,୮।୩: ୟସ୍‌ ବ୍ୟାଙ୍କ ଫାଉଣ୍ଡର ରାଣା କପୁରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପାଖାପାଖି ୨୦ ଘଣ୍ଟା ଜେରା କରିବା ପରେ ରବିବାର ଗିରଫ କରିଛି। ଇଡି ରାଣାଙ୍କୁ...

ଆପ୍‌ କମ୍ପାନୀରେ କାମ କରୁଥିବା ୩,୫୦୦ ଭାରତୀୟ ଚାକିରି ହରାଇବା ଆଶଙ୍କା

ବେଜିଂ, ୫।୭: ଗଲଓ୍ବାନ ଘାଟିରେ ଭାରତ ଚାଇନା ମଧ୍ୟରେ ହିଂସ୍ରକ ସଂଘର୍ଷ ହେବାପରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଭାରତ ୫୯ ଚାଇନା ଆପ୍‌...

Advertisement
Archives

Model This Week