‘ଓଡ଼ିଶାରେ ୨.୫ଲକ୍ଷ କୋଟି ଟଙ୍କାର ହେବ ପୁଞ୍ଜିନିବେଶ

ଭୁବନେଶ୍ୱର,୧।୧୦: ଗତ କିଛି ବର୍ଷ ହେବ ଯୁବବର୍ଗ ଆଉ ବିଦେଶ କିମ୍ବା ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରିବା ବଦଳରେ ନିଜ ଅଞ୍ଚଳରେ କିଛି କରିବା ସହ ସ୍ଥାନୀୟ ଉତ୍ସାହୀ ଯୁବକଙ୍କୁ ନିଯୁକ୍ତି ଯୋଗାଇବା ଲକ୍ଷ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସହାୟତାରେ ଛୋଟ ଛୋଟ ଷ୍ଟାର୍ଟଅପ୍‌ କରିବାକୁ ଉତ୍ସାହୀ ଅଛନ୍ତି। ଏପରିକି ଖାଦ୍ୟଶସ୍ୟର ଉପଯୁକ୍ତ ପ୍ରକ୍ରିୟାକରଣ ପାଇଁ ମଧ୍ୟ ଅନେକେ କାର୍ଯ୍ୟ କରୁଛନ୍ତି। ବିଶେଷକରି ଖାଦ୍ୟଶସ୍ୟର ଉପଯୁକ୍ତ ପ୍ରକ୍ରିୟାକରଣ ଅଧିକ ଲାଭଦାୟୀ ହୋଇପାରିବ ବୋଲି କ୍ରେତା-ବିକ୍ରେତା ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ମତପ୍ରକାଶ କରିଛନ୍ତି। ନିକଟରେ ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ବିଭାଗ, କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନ ଶିଳ୍ପ ଓ ଆଭ୍ୟନ୍ତରୀଣ ବ୍ୟାପାର ସମ୍ବର୍ଦ୍ଧନ ବିଭାଗ ଓ ଇନ୍‌ଭେଷ୍ଟ ଇଣ୍ଡିଆ ଆନୁକୂଲ୍ୟରେ ଅନୁଷ୍ଠିତ ଓଡ଼ିଶା କ୍ରେତା-ବିକ୍ରେତା ସମ୍ମିଳନୀକୁ ଉଦ୍‌ଘାଟନକରି ତ୍ରିପାଠୀ କହିଛନ୍ତି, ଆମ ରାଜ୍ୟର ଉତ୍ପାଦଗୁଡ଼ିକର ମାନ ଉଚ୍ଚକୋଟୀର। ତେବେ ସେଗୁଡ଼ିକର ପ୍ରକ୍ରିୟାକରଣ କରାଗଲେ ଉତ୍ପାଦକମାନଙ୍କ ପାଇଁ ଅଧିକ ଲାଭପ୍ରଦ ହେବ। ସେହିଭଳି ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ, ଆଜି ରାଜ୍ୟର ପ୍ରାୟ ସମସ୍ତ ଜିଲାରୁ ୬୫ଜଣ ଉତ୍ପାଦକ ବା ବିକ୍ରେତା ଏବଂ ୨୦ଜଣ କ୍ରେତା ଉକ୍ତ ସମ୍ମିଳନୀରେ ଯୋଗଦେବା ଅତ୍ୟନ୍ତ ଖୁସିର ବିଷୟ। ରାଜ୍ୟର ସ୍ବତନ୍ତ୍ର ଉତ୍ପାଦଗୁଡ଼ିକୁ ଜିଆଇ ଟ୍ୟାଗ୍‌ ଦେବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ଆଜିର ସମ୍ମିଳନୀ ଯୋଗୁ କୃଷିଜାତ ଦ୍ରବ୍ୟ, ହସ୍ତତନ୍ତ, ହସ୍ତଶିଳ୍ପ ଉତ୍ପାଦ, ତାରକସି କାମ, ପଟ୍ଟଚିତ୍ର ଆଦିର କ୍ରେତା ମିଳିବା ସମ୍ଭବ ହେବ। ଓଡ଼ିଶା ବାହାରେ ଓ ବିଶ୍ୱର ବିଭିନ୍ନ ଦେଶରେ ରାଜ୍ୟର ଉତ୍ପାଦ ପହଞ୍ଚତ୍ପାରିଲେ ବିଭାଗର ଉଦ୍ୟମ ସଫଳ ହେବ ବୋଲି ଚୋପ୍ରା ମତ ପ୍ରକାଶ କରିଥିଲେ। ସେହିପରି ଏମ୍‌ଏସ୍‌ଏମ୍‌ଇ ବିଭାଗର ସ୍ବତନ୍ତ୍ର ସଚିବ ବିଭୂତି ଭୂଷଣ ଦାଶ ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଥିଲେ, କୋଭିଡ୍‌-୧୯ ପରବର୍ତ୍ତୀ ସମୟରେ ଆମ ରାଜ୍ୟର ଅର୍ଥନୀତିରେ ଦ୍ରୁତ ସୁଧାର ଘଟିଛି। ୨୦୨୧-୨୨ରେ ଜାତୀୟ ଜିଏସ୍‌ଡିପି ବୃଦ୍ଧି ହାର ୮.୮% ଥିବାବେଳେ ଓଡ଼ିଶାର ଜିଏସ୍‌ଡିପି ବୃଦ୍ଧି ହାର ୧୦.୧% ହୋଇପାରିଛି। ୨୦୨୫ ସୁଦ୍ଧା ଓଡ଼ିଶା ପ୍ରାୟ ଅଢ଼େଇ ଲକ୍ଷ କୋଟି ଟଙ୍କାର ନୂତନ ପୁଞ୍ଜିନିବେଶକୁ ଆକର୍ଷିତ କରିବ ଓ ୩ ନିୟୁତ ଚାକିରି ସୁଯୋଗ ସୃଷ୍ଟି ହେବ। ୨୦୧୫ରୁ ୨୨ମଧ୍ୟରେ ମୁଣ୍ଡ ପିଛା ଆୟ ବୃଦ୍ଧି ଜାତୀୟ ସ୍ତରରେ ୮% ଥିବାବେଳେ ରାଜ୍ୟସ୍ତରରେ ଏହା ୧୧.୬% ହୋଇପାରିଛି। ପରିଶେଷରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ତ୍ରିପାଠୀ ଏବଂ ଚୋପ୍ରା ଉକ୍ତ କାର୍ଯ୍ୟକ୍ରମ (କ୍ରେତା-ବିକ୍ରେତା ସମ୍ମିଳନୀ)ର ଉଦ୍ଦେଶ୍ୟ ଓ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ...

ଓ୍ବିକେଣ୍ଡ ଥିବା ସତ୍ତ୍ୱେ ମାର୍ଚ୍ଚ ୩୦-୩୧ରେ ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣନ୍ତୁ କରିପାରିବେ କେଉଁ କାମ…

ନୂଆଦିଲ୍ଲୀ,୨୬।୩: ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରହିବ।...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫...

ସୁବ୍ରତଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର

ଭୁବନେଶ୍ୱର,୨୫।୩: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ସୁବ୍ରତ ଦାସଙ୍କୁ ନିକଟରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri