‘ଓଡ଼ିଶାରେ ୨.୫ଲକ୍ଷ କୋଟି ଟଙ୍କାର ହେବ ପୁଞ୍ଜିନିବେଶ

ଭୁବନେଶ୍ୱର,୧।୧୦: ଗତ କିଛି ବର୍ଷ ହେବ ଯୁବବର୍ଗ ଆଉ ବିଦେଶ କିମ୍ବା ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରିବା ବଦଳରେ ନିଜ ଅଞ୍ଚଳରେ କିଛି କରିବା ସହ ସ୍ଥାନୀୟ ଉତ୍ସାହୀ ଯୁବକଙ୍କୁ ନିଯୁକ୍ତି ଯୋଗାଇବା ଲକ୍ଷ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସହାୟତାରେ ଛୋଟ ଛୋଟ ଷ୍ଟାର୍ଟଅପ୍‌ କରିବାକୁ ଉତ୍ସାହୀ ଅଛନ୍ତି। ଏପରିକି ଖାଦ୍ୟଶସ୍ୟର ଉପଯୁକ୍ତ ପ୍ରକ୍ରିୟାକରଣ ପାଇଁ ମଧ୍ୟ ଅନେକେ କାର୍ଯ୍ୟ କରୁଛନ୍ତି। ବିଶେଷକରି ଖାଦ୍ୟଶସ୍ୟର ଉପଯୁକ୍ତ ପ୍ରକ୍ରିୟାକରଣ ଅଧିକ ଲାଭଦାୟୀ ହୋଇପାରିବ ବୋଲି କ୍ରେତା-ବିକ୍ରେତା ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ମତପ୍ରକାଶ କରିଛନ୍ତି। ନିକଟରେ ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ବିଭାଗ, କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନ ଶିଳ୍ପ ଓ ଆଭ୍ୟନ୍ତରୀଣ ବ୍ୟାପାର ସମ୍ବର୍ଦ୍ଧନ ବିଭାଗ ଓ ଇନ୍‌ଭେଷ୍ଟ ଇଣ୍ଡିଆ ଆନୁକୂଲ୍ୟରେ ଅନୁଷ୍ଠିତ ଓଡ଼ିଶା କ୍ରେତା-ବିକ୍ରେତା ସମ୍ମିଳନୀକୁ ଉଦ୍‌ଘାଟନକରି ତ୍ରିପାଠୀ କହିଛନ୍ତି, ଆମ ରାଜ୍ୟର ଉତ୍ପାଦଗୁଡ଼ିକର ମାନ ଉଚ୍ଚକୋଟୀର। ତେବେ ସେଗୁଡ଼ିକର ପ୍ରକ୍ରିୟାକରଣ କରାଗଲେ ଉତ୍ପାଦକମାନଙ୍କ ପାଇଁ ଅଧିକ ଲାଭପ୍ରଦ ହେବ। ସେହିଭଳି ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ, ଆଜି ରାଜ୍ୟର ପ୍ରାୟ ସମସ୍ତ ଜିଲାରୁ ୬୫ଜଣ ଉତ୍ପାଦକ ବା ବିକ୍ରେତା ଏବଂ ୨୦ଜଣ କ୍ରେତା ଉକ୍ତ ସମ୍ମିଳନୀରେ ଯୋଗଦେବା ଅତ୍ୟନ୍ତ ଖୁସିର ବିଷୟ। ରାଜ୍ୟର ସ୍ବତନ୍ତ୍ର ଉତ୍ପାଦଗୁଡ଼ିକୁ ଜିଆଇ ଟ୍ୟାଗ୍‌ ଦେବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ଆଜିର ସମ୍ମିଳନୀ ଯୋଗୁ କୃଷିଜାତ ଦ୍ରବ୍ୟ, ହସ୍ତତନ୍ତ, ହସ୍ତଶିଳ୍ପ ଉତ୍ପାଦ, ତାରକସି କାମ, ପଟ୍ଟଚିତ୍ର ଆଦିର କ୍ରେତା ମିଳିବା ସମ୍ଭବ ହେବ। ଓଡ଼ିଶା ବାହାରେ ଓ ବିଶ୍ୱର ବିଭିନ୍ନ ଦେଶରେ ରାଜ୍ୟର ଉତ୍ପାଦ ପହଞ୍ଚତ୍ପାରିଲେ ବିଭାଗର ଉଦ୍ୟମ ସଫଳ ହେବ ବୋଲି ଚୋପ୍ରା ମତ ପ୍ରକାଶ କରିଥିଲେ। ସେହିପରି ଏମ୍‌ଏସ୍‌ଏମ୍‌ଇ ବିଭାଗର ସ୍ବତନ୍ତ୍ର ସଚିବ ବିଭୂତି ଭୂଷଣ ଦାଶ ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଥିଲେ, କୋଭିଡ୍‌-୧୯ ପରବର୍ତ୍ତୀ ସମୟରେ ଆମ ରାଜ୍ୟର ଅର୍ଥନୀତିରେ ଦ୍ରୁତ ସୁଧାର ଘଟିଛି। ୨୦୨୧-୨୨ରେ ଜାତୀୟ ଜିଏସ୍‌ଡିପି ବୃଦ୍ଧି ହାର ୮.୮% ଥିବାବେଳେ ଓଡ଼ିଶାର ଜିଏସ୍‌ଡିପି ବୃଦ୍ଧି ହାର ୧୦.୧% ହୋଇପାରିଛି। ୨୦୨୫ ସୁଦ୍ଧା ଓଡ଼ିଶା ପ୍ରାୟ ଅଢ଼େଇ ଲକ୍ଷ କୋଟି ଟଙ୍କାର ନୂତନ ପୁଞ୍ଜିନିବେଶକୁ ଆକର୍ଷିତ କରିବ ଓ ୩ ନିୟୁତ ଚାକିରି ସୁଯୋଗ ସୃଷ୍ଟି ହେବ। ୨୦୧୫ରୁ ୨୨ମଧ୍ୟରେ ମୁଣ୍ଡ ପିଛା ଆୟ ବୃଦ୍ଧି ଜାତୀୟ ସ୍ତରରେ ୮% ଥିବାବେଳେ ରାଜ୍ୟସ୍ତରରେ ଏହା ୧୧.୬% ହୋଇପାରିଛି। ପରିଶେଷରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ତ୍ରିପାଠୀ ଏବଂ ଚୋପ୍ରା ଉକ୍ତ କାର୍ଯ୍ୟକ୍ରମ (କ୍ରେତା-ବିକ୍ରେତା ସମ୍ମିଳନୀ)ର ଉଦ୍ଦେଶ୍ୟ ଓ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri