ଚାଷ ଦେଲା ପରିଚୟ

ଭବାନୀପାଟଣା,୩।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚାରଭାଟି ପଞ୍ଚାୟତ କାଦୋପଦର ଗ୍ରାମର ଯୁଧିଷ୍ଠିର ମାଝୀ ଏବଂ ତାଙ୍କର ସ୍ତ୍ରୀ ପ୍ରେମଶିଲା ଏବେ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି। ଏପରି କି ଦମ୍ପତିଙ୍କ ସଫଳ ଚାଷକୁ ନେଇ ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମଧ୍ୟ ନିଜ ଫେସବୁକ୍‌ରେ ପୋଷ୍ଟ କରିଛନ୍ତି।

ପ୍ରକାଶ ଯେ, ଯୁଧିଷ୍ଠିରଙ୍କ ୫ ଏକର ଚାଷ ଜମି ଥିବା ବେଳେ ଖରା ସମୟରେ ସେଠାକୁ ପାଣି ନ ଯିବାରୁ ଶୁଖିଲା ପଡୁଥିଲା। ଏହାପରେ ସେ ଲୁଥେରାନ୍ସ ସଂସ୍ଥାର ସହାୟତା କ୍ରମେ ଏକ ବଡ କୂଅ (ଡଗୱେଲ) ଖୋଲି ପନିପରିବା ଚାଷ ଆରମ୍ଭ କରିଥିଲେ। ପ୍ରଥମେ ସେ କମ ପରିମାଣର ପନିପରିବା ଚାଷ କରୁଥିଲେ। ତେବେ ସେଥିରେ ସେ ସଫଳ ହେବା ସହ ଅଧିକ ଉପାର୍ଜନ କରିବା ପରେ ତାଙ୍କ ମନୋବଳ ବଢିବା ସହ ବିଭିନ୍ନ ପ୍ରକାରର ପନିପରିବା ଚାଷ ଆରମ୍ଭ କରିଥିଲେ। ଗତ କିଛି ଦିନ ତଳେ ସେ ନିଜ ଚାଷ ଜମିରୁ ପାତଳଘଣ୍ଟା, ବାଇଗଣ, ଫୁଲକୋବି ଅମଳ କରି ଏହାକୁ ବଜାରରେ ବିକ୍ରି କରି ଲାଭ ପାଇଥିଲେ। ଏବେ ତାଙ୍କ ଚାଷ ଜମିରେ ପିଆଜ, ସୂର୍ଯ୍ୟମୁଖୀ, ଆଖୁ, କୁମୁଡା ଆଦି ଚାଷ କରିଛନ୍ତି। ସେହିପରି ପ୍ରଥମ କରି ଚଳିତବର୍ଷ ୧୦ ଡିସମିଲ ଜମିରେ ଆଳୁଚାଷ କରିଥିଲେ। ଏଥିପାଇଁ ସେ ହଜାରେ ଟଙ୍କା ଖର୍ଚ୍ଚ କରିଥିଲେ। ଏହାର ଅଢେଇ ମାସ ପରେ ଏବେ ସେ ୧୦ ଡିସମିଲରୁ ସାଢେ ଚାରି କୁଇଣ୍ଟାଲ ଆଳୁ ଅମଳ କରିଛନ୍ତି। ଏହି ଆଳୁ ଚାଷରେ ୫ଗୁଣା ଲାଭ ହୋଇଛି। ଯାହାକି ତାଙ୍କୁ ଆହୁରି ଉତ୍ସାହିତ କରିଛି। ଆସନ୍ତାବର୍ଷ ସେ ୧ ଏକର ଜମିରେ ଆଳୁ ଚାଷ କରିବେ ବୋଲି ପ୍ରକାଶ କରିଛନ୍ତି। ପନିପରିବା ଚାଷ ପାଇଁ ଏହି ଦମ୍ପତି ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରୁଥିବା ବେଳେ ସରକାରୀ ସହାୟତା ମିଳି ନ ଥିବା ପ୍ରକାଶ କରନ୍ତି। ଖରାଦିନେ ବଡ କୂଅରୁ ପାଣି ଶୁଖି ଯାଉଥିବା ବେଳେ ଚାଷ କାମରେ ବାଧା ସୃଷ୍ଟି ହେଉଛି । ତେଣୁ ସୋଲାର ପମ୍ପ ପ୍ରଦାନ କରାଗଲେ ଆହୁରି ପନିପରିବା ଚାଷ କରି ଉପକୃତ ହୋଇପାରନ୍ତେ ବୋଲି ପ୍ରକାଶ କରିଛନ୍ତି ଦମ୍ପତି । ପ୍ରଶାସନ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୨: ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜାମିନ ଆବେଦନର ଶୁଣାଣି…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

ଲୋ ବ୍ଲଡପ୍ରେସର ସମସ୍ୟା ଅଛି କି ? ଏଥିରୁ ମୁକୁଳିବା ପାଇଁ ପିଅନ୍ତୁ…

ମିଶ୍ରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଏବଂ ଆମିନୋ ଏସିଡ ରହିଛି। ଯଦି ଆପଣଙ୍କର ଲଗାତର କାଶ ହେଉଛି…

Video: ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ, ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୨: ରବିବାର T20 World Cup 2026 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏକତରଫା ଭାବରେ ୬୧…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri