ନୀଳଗିରି ଅଞ୍ଚଳରେ ନିଶାଶକ୍ତ ଯୁବକଙ୍କ ଉନ୍ମତକାଣ୍ଡ: ୨୪ ଘଣ୍ଟା ପରେ କାବୁକଲା ପୋଲିସ

ସଜନାଗଡ଼,୧୨।୮ (ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅନ୍ତର୍ଗତ ବାଉଁଶବଣିଆ ପଞ୍ଚାୟତ ଛୋଟକାନପୁର ଗ୍ରାମର ଜଣେ ନିଶାଶକ୍ତ ଯୁବକ ଉନ୍ମତକାଣ୍ଡ ଘଟାଇଛନ୍ତି। ଦୀର୍ଘ ୨୪ ଘଣ୍ଟା ପରେ ପୋଲିସ ଉକ୍ତ ଯୁବକଙ୍କୁ କାବୁ କରିବାରେ ସଫଳ ହୋଇଛି। ସେ ହେଲେ ବିଶ୍ୱଜିତ ଦଳେଇ ଓରଫ ରାଜା (୨୬)।
ପ୍ରକାଶ ଯେ, ମଙ୍ଗଳବାର ରାତି ପ୍ରାୟ ୮ଟାରେ ଗ୍ରାମର ଗୌରାଙ୍ଗ ପାତ୍ର(୫o) ଘରକୁ ଯାଉଥିବା ବେଳେ ରାଜା ତାଙ୍କ ଘର ସମ୍ମୁଖରେ ଅଟକାଇ ଗାଳିଗୁଲଜ କରିଥିଲା l ଗୌରାଙ୍ଗ ଏ ନେଇ ପ୍ରତିବାଦ କରିବାରୁ ରାଜା ଓ ତାଙ୍କ ମା’ ମିଶି ଠେଙ୍ଗାରେ ଗୌରାଙ୍ଗଙ୍କୁ ଆକ୍ରମଣ କରିଥିଲେ l ଏଥିରେ ଗୌରାଙ୍ଗ ତଳେ ପଡିଯାଇ ଚିତ୍କାର କରିବାରୁ ଗ୍ରାମବାସୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ l ଫଳରେ ରାଜା ଉତ୍‌କ୍ଷିପ୍ତ ହୋଇ ଗ୍ରାମବାସୀଙ୍କୁ ଗାଳିଗୁଲଜ କରିଥିଲେ l ଏ ନେଇ ଗୌରାଙ୍ଗ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅପରପକ୍ଷରେ ଘଟଣାକୁ ନେଇ ଗ୍ରାମବାସୀ ଏକଜୁଟ ହେବାର ଖବର ପାଇ ରାଜା ଓ ତାଙ୍କ ମା’ ଘରେ କବାଟ ବନ୍ଦକରି ରହିଛନ୍ତି। ଖବର ପାଇ ପୋଲିସ ପହଞ୍ଚି ରାଜା ଓ ତାଙ୍କ ମା’ଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିବା ବେଳେ ଗ୍ରାମବାସୀ ବିରୋଧ କରିଥିଲେ l ଫଳରେ ପୋଲିସ ରାତି ୩ଟାରେ ସେଠାରୁ ଫେରିଥିଲା l ଏ ନେଇ ଗ୍ରାମବାସୀ ବୁଧବାର ସକାଳେ ରାଜାଙ୍କ ଘର ସମ୍ମୁଖରେ ଟାୟାରଜାଳି ରାସ୍ତା ଅବରୋଧ କରିଥିଲେ। ନୀଳଗିରି ଏସ୍‌ଡିପିଓ ଅମୁଲ୍ୟ କୁମାର ଧର, ଆଇଆଇସି ମିନତୀ ବିଶ୍ୱାଳଙ୍କ ନେତୃତ୍ୱରେ ୨ ପ୍ଲାଟୁନ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ l ଦୀର୍ଘ ୨୪ ଘଣ୍ଟା ପରେ ସାଢ଼େ ୧oଟାରେ ପୋଲିସ ରାଜା ଓ ତାଙ୍କ ମାଙ୍କୁ ପୋଲିସ ବଳୟ ମଧ୍ୟରେ ଆଣି ଥାନାରେ ଅଟକ କରିଥିବା ଜଣାପଡିଛି। ପୋଲିସ ଏ ନେଇ ଥାନାରେ କେସ୍‌ ନଂ. ୨୭୮/୨୦ରେ ଏକ ମାମଲା ରୁଜୁ କରିଛି। ପୂର୍ବରୁ ମଧ୍ୟ ରାଜା ବହୁବାର ମଦ୍ୟପାନକରି ଗାଁରେ ମାରଣାସ୍ତ୍ର ଧରି ବୁଲିବା ସହ ଲୋକଙ୍କୁ ଭୟଭୀତ କରିଆସୁଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri