ଆଖି ବୁଜିଲେ କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ବିବେକ ପାଙ୍ଗେନି; ଶୁଖୁନି ପତ୍ନୀ ଶ୍ରୀଜାନାଙ୍କ ଆଖିର ଲୁହ

ନୂଆଦିଲ୍ଲୀ: ନିଷ୍ଠୁର ହୋଇଗଲେ ଭଗବାନ। ଦୀର୍ଘଦିନ ଧରି କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ ବିବେକ ପାଙ୍ଗେନି ଶେଷରେ ନିରବି ଗଲେ। ଦୁଇ ବର୍ଷ ଧରି ଚାଲିଥିବା ଲଢ଼େଇରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଏକାକି ରହିଗଲେ ପତ୍ନୀ ଶ୍ରୀଜାନା ସୁବେଦୀ। ଶତଚେଷ୍ଟା ସତ୍ତ୍ୱେ ସ୍ବାମୀଙ୍କୁ ବଞ୍ଚାଇ ନ ପାରିବାରୁ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ସେ। ଆଖିରେ ତାଙ୍କର ଲୁହର ବନ୍ୟା। ଗୁରୁବାର ଏହି ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଶୋକର ଲହର ଖେଳିଯାଇଛି। ସମସ୍ତେ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛନ୍ତି।

Srjana Subedi : साये की तरह पति का साथ निभा रही है ये 'नेपाली' गर्ल

ଜର୍ଜିଆ ବିଶ୍ୱବିଦ୍ୟାଳୟ ପଦାର୍ଥ ବିଜ୍ଞାନ ଏବଂ ଜ୍ୟୋତିର୍ବିଜ୍ଞାନର ନେପାଳୀ ପିଏଚ୍‌ଡି ଛାତ୍ର ବିବେକ ପାଙ୍ଗେନି ୨୦୨୨ରେ ମସ୍ତିଷ୍କ ଟ୍ୟୁମରରେ ପୀଡ଼ିତ ହୋଇଥିବା ଜଣାପଡ଼ିଥିଲା। ସୁଦୂର ଆମେରିକାରେ ତାଙ୍କ ଚିକିତ୍ସା ସମୟରେ ପାଖରେ ଦମ୍ଭ ସାଜି ଛିଡ଼ା ହୋଇଥିଲେ ଶ୍ରୀଜାନା। ସ୍ବାମୀଙ୍କ ପ୍ରତି ତାଙ୍କ ଭଲପାଇବା ଥିଲା ଅଦ୍ୱିତୀୟ। ଅନେକେ ତାଙ୍କୁ କଳିଯୁଗର ସୀତା ବୋଲି ଆଖ୍ୟା ଦେଇଥିଲେ। ନିଜର ଆଶା, ଆକାଂକ୍ଷାକୁ ବଳିଦାନ ଦେଇ ସେ ବିବେକଙ୍କ ଯଥା ସମ୍ଭବ ଯତ୍ନ ନେଇ ଆସୁଥିଲେ। ଅସଂଖ୍ୟ ଥର ଡାକ୍ତରଖାନା ପରିଦର୍ଶନ, ଚିକିତ୍ସା ଏବଂ ଅନିଶ୍ଚିତତାର ମୂହୁର୍ତ୍ତରେ ସେ ପ୍ରେମପୂର୍ଣ୍ଣ ନୟନରେ ସ୍ବାମୀଙ୍କ ସେବା କରୁଥିଲେ।

Viral video: Together in good & bad times! Woman stands rock solid behind husband through cancer ordeal; watch

ସୋସିଆଲ ମିଡିଆରେ ସେ ନିଜର ପ୍ରେମ କାହାଣୀ କହିବା ସହ ସହାୟତା ଲାଗି ନିବେଦନ କରୁଥିଲେ। ବିବେକଙ୍କ ସହ ତାଙ୍କର ଭିଡିଓ ଗୁଡ଼ିକ ବେଶ ଭାଇରାଲ ହେଉଥିଲା। ସମସ୍ତେ ଭାଗ୍ୟରେ ଥିଲେ ଏଭଳି ପତ୍ନୀ ମିଳେ ବୋଲି ରାୟ ରଖୁଥିଲେ। ଏପରିକି ବିବେକଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଥିଲେ। ହେଲେ ତାହା ହୋଇପାରିନାହିଁ। ଗୁରୁବାର ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି ସେ। ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ବନ୍ଧୁ, ପରିବାର ଏବଂ ପତ୍ନୀ। ତାଙ୍କର ପରଲୋକ ଖବର କେବଳ ଶ୍ରୀଜାନା ନୁହନ୍ତି ବରଂ ନେପାଳୀ ସମ୍ପ୍ରଦାୟ ଏବଂ କାହାଣୀ ଦ୍ୱାରା ପ୍ରଭାବିତ ହୋଇଥିବା ସମସ୍ତଙ୍କ ପାଇଁ ଅବିସ୍ମରଣୀୟ ଶୂନ୍ୟସ୍ଥାନ ଛାଡ଼ିଛି।

 

View this post on Instagram

 

A post shared by Crzana Subedi (@crzana_subedi_)


Enter your email to get our daily news in your inbox.

All Right Reserved By Dharitri.Com

କିଏ ଏହି ଆମେରିକୀୟ ଲେକ୍ସ ଫ୍ରିଡମ୍ୟାନ, ଯିଏ ମୋଦିଙ୍କ ସହ କଲେ ୩ଘଣ୍ଟାର ଇଣ୍ଟରଭ୍ୟୁ

ନୂଆଦିଲ୍ଲୀ,୧୬।୩: ଆମେରିକୀୟ ପୋଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଲମ୍ବା ଇଣ୍ଟରଭ୍ୟୁ କରିଛନ୍ତି। ତିନି ଘଣ୍ଟା ଧରି ସେ ମୋଦିଙ୍କ ସହ...

ମୁସଲିମ ସମ୍ପ୍ରଦାୟରୁ ଅଧିକରୁ ଅଧିକ ଆଇପିଏସ-ଆଇଏଏସ ବାହାରନ୍ତୁ, ଏମିତି କାହିଁକି କହିଲେ ନୀତିନ ଗଡକରୀ

ନୂଆଦିଲ୍ଲୀ,୧୬।୩: କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଶନିବାର କହିଛନ୍ତି ଯେ, ସେ ସାର୍ବଜନୀନ ଆଲୋଚନାରେ ଜାତି ଏବଂ ଧର୍ମକୁ ଆଣନ୍ତି ନାହିଁ। ମୁଁ ବିଶ୍ୱାସ କରେ ଯେ...

ଭାରତର ବଡ଼ ଶତ୍ରୁ, ଆତଙ୍କୀ ଅବୁ କତାଲଙ୍କୁ ପାକିସ୍ତାନରେ ହତ୍ୟା

ଇସଲାମବାଦ,୧୬।୩: ଭାରତର ମୋଷ୍ଟ ଓ୍ବାର୍ଟେଡ ଆତଙ୍କବାଦୀ ଅବୁ କତାରକୁ ହତ୍ୟା କରାଯାଇଛି। ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ଆତଙ୍କବାଦୀ ଅବୁ କତାଲଙ୍କୁ ପାକିସ୍ତାନରେ ହତ୍ୟା କରାଯାଇଛି। ଅବୁ...

ଆସିଲା ବଡ଼ ଖବର, ଏଣିକି ଆଧାର ସହ ଲିଙ୍କ୍‌ ହେବ ଭୋଟର ଆଇଡି କାର୍ଡ

ନୂଆଦିଲ୍ଲୀ,୧୬।୩: ଏଣିକି ଆଧାର ସହ ଲିଙ୍କ୍‌ ହେବ ଭୋଟର ଆଇଡି କାର୍ଡ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ମାର୍ଚ୍ଚ ୧୮ରେ ଗୃହ ସଚିବ, ଆଇନ...

ରାନ୍ୟା ରାଓ କେମିତି ପାଲଟିଲେ Gold Smuggler? କ’ଣ ଥିଲା ସୁନା ଚାଲାଣ ରୁଟ୍‌, କିଏ ଦେଲା ସାଥ୍‌

ମୁମ୍ବାଇ,୧୫ା୩: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କ ସୁନା ଚୋରା ଚାଲାଣ ସମ୍ପର୍କରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ସୁନା ଚୋରା ଚାଲାଣ ପାଇଁ ରାନ୍ୟା...

‘RSS ଆତଙ୍କବାଦୀ ସଙ୍ଗଠନ, ଶାଖାରେ ଶିଖାଯାଉଛି ଭୁଲ କଥା’, କଂଗ୍ରେସ ନେତାଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୧୫।୩: ମହାରାଷ୍ଟ୍ରର ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ ଏମପି ହୁସେନ ଦଲୱାଇ ଶନିବାର (ମାର୍ଚ୍ଚ ୧୫, ୨୦୨୫) ତୁଷାର ଗାନ୍ଧୀ, ଅସଦୁଦ୍ଦିନ ଓଓ୍ବାଇସି ଏବଂ...

ଭାଜପାର ବଡ଼ ଅଭିଯୋଗ, କହିଲା ହିଂସା ଲୁଚାଉଛନ୍ତି ମମତା ସରକାର

କୋଲକାତା,୧୫।୩: ପଶ୍ଚିମବଙ୍ଗର ବୀରଭୂମି ଜିଲାରେ ଦୁଇଟି ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ସହରର କିଛି ଅଞ୍ଚଳରେ ଶନିବାର ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି। ରାଜ୍ୟ...

ଚେତାବନୀ ଜାରି କଲା ପାଣିପାଗ ବିଭାଗ, ହିମାଚଳରେ ଆସିବ ନୂଆ ବିପର୍ଯ୍ୟୟ

ନୂଆଦିଲ୍ଲୀ,୧୫।୩: ହିମାଚଳର ଅନେକ ଜିଲାରେ ପାଗ ଖରାପ ହେବାକୁ ଯାଉଛି। ପାଣିପାଗ ବିଭାଗ ଆଗାମୀ ୨୪ଘଣ୍ଟା ପାଇଁ ହିମାଚଳ ପ୍ରଦେଶର କିଛି ଉଚ୍ଚ ଅଞ୍ଚଳରେ ହିମସ୍ଖଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri