ଆନ୍ତର୍ଜାତୀୟ ବିଜ୍ଞାନ ପ୍ରଦର୍ଶନୀ: ରାଜମିସ୍ତ୍ରୀଙ୍କ ଝିଅ ଯିବେ ଜାପାନ

ବରଗଡ଼,୭।୩(ପ୍ରେମାନନ୍ଦ ଖମାରୀ): ଆନ୍ତର୍ଜାତୀୟ ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେବା ପାଇଁ ବରଗଡ଼ ଜିଲାର ୨ଝିଅ ମନୋନୀତ ହୋଇଛନ୍ତି। ସେମାନେ ହେଲେ, ଭଟଲି ବ୍ଲକ କେଶାଇପାଲି ଗ୍ରାମର ଦିବ୍ୟାସା ପ୍ରଧାନ ଏବଂ ସୋହେଲା ବ୍ଲକ ଅନ୍ତର୍ଗତ ସରକଣ୍ଡା ଗ୍ରାମର ଟିକେଶ୍ୱରୀ ଭୁଏ। ବରଗଡ଼ର ଏକ ଗ୍ରାମାଞ୍ଚର ସ୍କୁଲରେ ପାଠପଢ଼ି ଆନ୍ତର୍ଜାତୀୟ ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେବା ପାଇଁ ମନୋନୀତ ଏହି ୨ଛାତ୍ରୀ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଏହି ୨ଛାତ୍ରୀଙ୍କ ମଧ୍ୟରୁ ଟିକେଶ୍ୱରୀଙ୍କ ଏହି ସଫଳତା ସଂଘର୍ଷପୂର୍ଣ୍ଣ। ତାଙ୍କ ବାପା ଗୋବିନ୍ଦ ଭୁଏ ଜଣେ ରାଜମିସ୍ତ୍ରୀ ହୋଇଥିବାବେଳେ ମା ସୁଜାତା ଗୃହିଣୀ। ଗ୍ରାମର ଉଚ୍ଚ ପ୍ରାଥମିକ ସ୍କୁଲରେ ପଢୁଥିବାବେଳେ ଟିକେଶ୍ୱରୀ ତାଙ୍କ ପ୍ରକଳ୍ପ ସ୍ମାର୍ଟ୍‌ ଅରଟ ଯନ୍ତ୍ର ପ୍ରକଳ୍ପ ପ୍ରସ୍ତୁତ କରିଥିଲେ ଏବଂ ସେହି ପ୍ରକଳ୍ପ ଜିଲାସ୍ତରରୁ ଆନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ମନୋନୀତ ହୋଇଛନ୍ତି।
ଏହି ପ୍ରକଳ୍ପ ଉପରେ ଟିକେଶ୍ୱରୀ କୁହନ୍ତି, ତାଙ୍କ ଗ୍ରାମ ବୁଣାକାର ବହୁଳ ଗାଁଟିଏ। ସେ ସପ୍ତମ ଶ୍ରେଣୀ ପଢୁଥିବାବେଳେ ଗ୍ରାମର ତାଙ୍କ ଜଣେ ସାଙ୍ଗ ଘରକୁ ବୁଲିବାକୁ ଯାଉଥିଲେ। ସାଙ୍ଗଙ୍କ ମା’ ସୂତାକାମ କରୁଥିବା ଦେଖିଥିଲେ। ତାହା କଠିନ ଥିବାବେଳେ ଦୀର୍ଘ ସମୟ ଲାଗୁଥିଲା। ଫଳରେ ସେହିକାମକୁ କିଭଳି ସରଳ ଏବଂ ସହଜରେ କରିହେବ, ସେଥିପାଇଁ ତାଙ୍କ ମନରେ ଭାବିଥିଲେ ଏବଂ ସେହିଦିନଠାରୁ ସ୍ମାର୍ଟ ଅରଟ ଯନ୍ତ୍ର ପ୍ରକଳ୍ପ ପ୍ରସ୍ତୁତ ପାଇଁ ବାହାରିଥିଲେ। ସେହି ପ୍ରକଳ୍ପ ପ୍ରସ୍ତୁତିରେ ତାଙ୍କ ଗାଇଡ୍‌ ଶିକ୍ଷକ ହରି ବାରିକ ତାଙ୍କୁ ସହଯୋଗ କରିଥିବା ଟିକେଶ୍ୱରୀ କହିଛନ୍ତି। ଟିକେଶ୍ୱରୀ ବର୍ତ୍ତମାନ ଗ୍ରାମର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଅଟନ୍ତି। ତାଙ୍କର ଏହି ସଫଳତାରେ ମା’, ବାପା, ଶିକ୍ଷୟିତ୍ରୀ, ଶିକ୍ଷକ, ସହପାଠୀ ଏବଂ ଗ୍ରାମବାସୀ ଟିକେଶ୍ୱରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri