ଆନ୍ତର୍ଜାତୀୟ ବିଜ୍ଞାନ ପ୍ରଦର୍ଶନୀ: ରାଜମିସ୍ତ୍ରୀଙ୍କ ଝିଅ ଯିବେ ଜାପାନ

ବରଗଡ଼,୭।୩(ପ୍ରେମାନନ୍ଦ ଖମାରୀ): ଆନ୍ତର୍ଜାତୀୟ ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେବା ପାଇଁ ବରଗଡ଼ ଜିଲାର ୨ଝିଅ ମନୋନୀତ ହୋଇଛନ୍ତି। ସେମାନେ ହେଲେ, ଭଟଲି ବ୍ଲକ କେଶାଇପାଲି ଗ୍ରାମର ଦିବ୍ୟାସା ପ୍ରଧାନ ଏବଂ ସୋହେଲା ବ୍ଲକ ଅନ୍ତର୍ଗତ ସରକଣ୍ଡା ଗ୍ରାମର ଟିକେଶ୍ୱରୀ ଭୁଏ। ବରଗଡ଼ର ଏକ ଗ୍ରାମାଞ୍ଚର ସ୍କୁଲରେ ପାଠପଢ଼ି ଆନ୍ତର୍ଜାତୀୟ ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେବା ପାଇଁ ମନୋନୀତ ଏହି ୨ଛାତ୍ରୀ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଏହି ୨ଛାତ୍ରୀଙ୍କ ମଧ୍ୟରୁ ଟିକେଶ୍ୱରୀଙ୍କ ଏହି ସଫଳତା ସଂଘର୍ଷପୂର୍ଣ୍ଣ। ତାଙ୍କ ବାପା ଗୋବିନ୍ଦ ଭୁଏ ଜଣେ ରାଜମିସ୍ତ୍ରୀ ହୋଇଥିବାବେଳେ ମା ସୁଜାତା ଗୃହିଣୀ। ଗ୍ରାମର ଉଚ୍ଚ ପ୍ରାଥମିକ ସ୍କୁଲରେ ପଢୁଥିବାବେଳେ ଟିକେଶ୍ୱରୀ ତାଙ୍କ ପ୍ରକଳ୍ପ ସ୍ମାର୍ଟ୍‌ ଅରଟ ଯନ୍ତ୍ର ପ୍ରକଳ୍ପ ପ୍ରସ୍ତୁତ କରିଥିଲେ ଏବଂ ସେହି ପ୍ରକଳ୍ପ ଜିଲାସ୍ତରରୁ ଆନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ମନୋନୀତ ହୋଇଛନ୍ତି।
ଏହି ପ୍ରକଳ୍ପ ଉପରେ ଟିକେଶ୍ୱରୀ କୁହନ୍ତି, ତାଙ୍କ ଗ୍ରାମ ବୁଣାକାର ବହୁଳ ଗାଁଟିଏ। ସେ ସପ୍ତମ ଶ୍ରେଣୀ ପଢୁଥିବାବେଳେ ଗ୍ରାମର ତାଙ୍କ ଜଣେ ସାଙ୍ଗ ଘରକୁ ବୁଲିବାକୁ ଯାଉଥିଲେ। ସାଙ୍ଗଙ୍କ ମା’ ସୂତାକାମ କରୁଥିବା ଦେଖିଥିଲେ। ତାହା କଠିନ ଥିବାବେଳେ ଦୀର୍ଘ ସମୟ ଲାଗୁଥିଲା। ଫଳରେ ସେହିକାମକୁ କିଭଳି ସରଳ ଏବଂ ସହଜରେ କରିହେବ, ସେଥିପାଇଁ ତାଙ୍କ ମନରେ ଭାବିଥିଲେ ଏବଂ ସେହିଦିନଠାରୁ ସ୍ମାର୍ଟ ଅରଟ ଯନ୍ତ୍ର ପ୍ରକଳ୍ପ ପ୍ରସ୍ତୁତ ପାଇଁ ବାହାରିଥିଲେ। ସେହି ପ୍ରକଳ୍ପ ପ୍ରସ୍ତୁତିରେ ତାଙ୍କ ଗାଇଡ୍‌ ଶିକ୍ଷକ ହରି ବାରିକ ତାଙ୍କୁ ସହଯୋଗ କରିଥିବା ଟିକେଶ୍ୱରୀ କହିଛନ୍ତି। ଟିକେଶ୍ୱରୀ ବର୍ତ୍ତମାନ ଗ୍ରାମର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଅଟନ୍ତି। ତାଙ୍କର ଏହି ସଫଳତାରେ ମା’, ବାପା, ଶିକ୍ଷୟିତ୍ରୀ, ଶିକ୍ଷକ, ସହପାଠୀ ଏବଂ ଗ୍ରାମବାସୀ ଟିକେଶ୍ୱରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri