ଆନ୍ତର୍ଜାତିକ ସାକ୍ଷରତା ଦିବସରେ ଶିକ୍ଷକଙ୍କୁ ସମ୍ବର୍ନ୍ଧନା

ଭୁବନେଶ୍ୱର,୧୦।୯: ଦେଶର ପ୍ରମୁଖ ଘରୋଇ କମ୍ପାନୀ ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ୟୁନିଟ ପକ୍ଷରୁ ଶୁକ୍ରବାର ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଅଞ୍ଚଳର ସରକାରୀ ବିଦ୍ୟାଳୟଗୁଡିକର ଶିକ୍ଷକ- ଶିକ୍ଷୟତ୍ରୀମାନଙ୍କୁ କମ୍ପାନୀ ପକ୍ଷରୁ ଏକ ଭବ୍ୟ ସମ୍ବର୍ନ୍ଧନା ଦିଆଯାଇଥିଲା। ବିଶେଷ କରି ବେଦାନ୍ତ ଆଲିମିନିୟମ ସ୍ଥାନୀୟ ଗୋଷ୍ଠୀଙ୍କୁ ଗୁଣାମତ୍କ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ସାଙ୍ଗକୁ ସଶକ୍ତ କରିବା ପାଇଁ ସାକ୍ଷରତା ପ୍ରୟାସ ଜାରି ରଖିଛି। ଏପରିକି କମ୍ପାନି ଗତ ୨ବର୍ଷ ମଧ୍ୟରେ କୋଭିଡ ମହାମାରୀ ଯୋଗୁ ଶିକ୍ଷଣ ବ୍ୟବଧାନକୁ ଦୂର କରିବା ପାଇଁ ପ୍ରାକ ବିଦ୍ୟାଳୟ ଶିକ୍ଷା ଠାରୁ ଆରମ୍ଭ କରି ଇ-ଲାର୍ଣ୍ଣିଂ କାର୍ଯ୍ୟକ୍ରମ ପରି ଉଚ୍ଚମାନର ଶିକ୍ଷା କାର୍ଯ୍ୟକ୍ରମକୁ ପରିଚାଳନା କରୁଛି। ଉକ୍ତ କାର୍ଯ୍ୟକ୍ରମ ଜରିଆରେ ଝାରସୁଗୁଡ଼ା ଜିଲ୍ଲାର ହାରାହାରି ସାକ୍ଷରତା ସ୍ତରକୁ ୨୦୦୧ ରୁ ୨୦୧୧ ମଧ୍ୟରେ ୭୦.୫୫% ରୁ ୭୮.୮୬% କୁ ବୃଦ୍ଧି କରାଇବାରେ କମ୍ପାନି ପ୍ରମୂଖ ଭୂମିକା ଗ୍ରହଣ ସହ ପ୍ରାୟ ୬୪୦୦ ପିଲା ବେଶ ଉପକୃତ ହୋଇଛନ୍ତି। ଏ ସମ୍ପର୍କରେ ବେଦାନ୍ତ ଲିମିଟେଡର ସିଇଓ (ଝାରସୁଗୁଡ଼ା ୟୁନିଟ) ସୁନିଲ ଗୁପ୍ତା କହିଛନ୍ତି, ଆମେ ଗୁଣାତ୍ମକ ଶିକ୍ଷା ଉଦ୍ଦେଶ୍ୟକୁ ନେଇ ୟୁଏନ ସଷ୍ଟାନେବୁଲ ଗୋଲ ପାଇଁ ପ୍ରତିବଦ୍ଧ,କାରଣ ଆମେ ବିଶ୍ୱାସ କରୁ ଯେ ଆମ ସ୍ଥାନୀୟ ଗୋଷ୍ଠୀର ଏହା ହେଉଛି ମୌଳିକ ଅଧିକାର ଓ ବିକାଶର ପ୍ରାଥମିକତା। ଝାରସୁଗୁଡ଼ା ଅଂଚଳରେ ଶିକ୍ଷାର ପ୍ରସାର ଘଟିଛି, ଯାହା ଏଥର ମାଟ୍ରିକ ପାଶ ହାରରୁ ପ୍ରତିଫଳିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଓ ପୂର୍ବରୁ ଜିଓକୁ ଟାର୍ଗେଟ କଲେ ଏଲନ ମସ୍କ

ବେଙ୍ଗାଲୁରୁ, ୧୨ା୧୦(ରଏଟର୍ସ): ଚଳିତ ମାସ ୨୦ କିମ୍ବା ୨୧ରେ ରିଲାଏନ୍ସ ଜିଓ ଦେଶର ସବୁଠାରୁ ବଡ଼ ଆଇପିଓ(ଇନିସିଆଲ ପବ୍ଲିକ୍‌ ଅଫରିଂ) ଇସ୍ୟୁ କରିବାକୁ ଯାଉଛି। ଏହି ଆଇପିଓ…

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?