ମା’ ହେବ ତ ଏମିତି, କେବଳ ପିଲାଙ୍କୁ ସମୟ ଦେବା ଲାଗି ଦୈନିକ ୭୦୦ କିମି ବିମାନ ଯାତ୍ରା କରନ୍ତି ଏହି ମହିଳା

କୁଆଲାଲମ୍ପୁର: ମାଲେସିଆରେ ରହୁଥିବା ଭାରତୀୟ ବଂଶୋଭବ ମହିଳା ରଚେଲ କୌର ପ୍ରାୟ ବର୍ଷେ ଧରି ନିଜ ଘରୁ କର୍ମସ୍ଥଳକୁ ଯିବା ପାଇଁ ଦୈନିକ ୭୦୦ କି.ମି. ବିମାନ ଯାତ୍ରା କରୁଛନ୍ତି। ପରିବାର ଏବଂ ୨ ପିଲାଙ୍କୁ ସମୟ ଦେବା ପାଇଁ ରଚେଲ ପ୍ରତି ସପ୍ତାହରେ ୱିକ୍‌ଏଣ୍ଡ୍‌ ଛୁଟି ବ୍ୟତୀତ ପ୍ରତି ୫ ଦିନ ବିମାନରେ ନିଜ ଘରୁ ଅଫିସ୍‌କୁ ଏବଂ ଅଫିସ୍‌ରୁ ଘରକୁ ଯିବାଆସିବା କରିଥାନ୍ତି।

ଏୟାରଲାଇନ୍ସ କମ୍ପାନୀ ‘ଏୟାର ଏସିଆ’ର କୁଆଲାଲମ୍ପୁର ସ୍ଥିତ ମୁଖ୍ୟାଳୟରେ ଫାଇନ୍ସାସିଆଲ ଅପରେଶନ ଡିପାର୍ଟମେଣ୍ଟର ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି। ତେବେ ତାଙ୍କ ଘର କୁଆଲାଲମ୍ପୁରଠାରୁ ୩୫୦ କି.ମି. ଦୂର ମାଲେସିଆର ପେନାଙ୍ଗ ରାଜ୍ୟରେ ରହିଛି, ଯେଉଁଠାରେ ତାଙ୍କ ସ୍ବାମୀ ଏବଂ ୧୧ ଓ ୧୨ ବର୍ଷ ବୟସର ୨ ପିଲା ରୁହନ୍ତି। ପୂର୍ବରୁ ସେ ଅଫିସ ନିକଟସ୍ଥ ଏକ ଭଡ଼ା ଘରେ ରହୁଥିଲେ। ସେତେବେଳେ ସେ ସପ୍ତାହକୁ ମାତ୍ର ଥରେ ନିଜ ପରିବାରକୁ ଭେଟିବା ପାଇଁ ଆସି ପାରୁଥିଲେ। ତେବେ ପିଲାଙ୍କଠାରୁ ଦୂରରେ ରହିବା ତାଙ୍କୁ ଆତ୍ମସନ୍ତୋଷ ଦେଉ ନ ଥିଲା। ସେତେବେଳେ ତାଙ୍କୁ ନିଜ କର୍ମମୟ ଜୀବନ ଏବଂ ପାରିବାରିକ ଜୀବନ ମଧ୍ୟରେ ସମନ୍ବୟ ଆଣିବା କଷ୍ଟକର ହୋଇ ପଡ଼ୁଥିବା ରଚେଲ କହିଛନ୍ତି। ତେଣୁ ସେ ୨୦୨୪ରେ ନିଜ ଜୀବନର ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ପ୍ରତିଦିନ ବିମାନ ଯୋଗେ ପେନାଙ୍ଗରୁ କୁଆଲାଲୁମ୍ପୁର ସ୍ଥିତ ନିଜ ଅଫିସ୍‌କୁ ଯାତ୍ରା କରିବେ ବୋଲି ରଚେଲ ସ୍ଥିର କରିଥିଲେ।

ନିଜ ଦୈନିକ କାର୍ଯ୍ୟସୂଚୀ ବିଷୟରେ ସୂଚନା ଦେଇ କହିଛନ୍ତି, ସେ ଭୋର୍‌ ୪ଟାରେ ଉଠନ୍ତି। ୫ଟା ସୁଦ୍ଧା ସେ ଅଫିସ୍‌ ଯିବା ପାଇଁ ଘରୁ ବାହାରି ଯାଆନ୍ତି। ଏହାପରେ ସେ କାର୍‌ ଡ୍ରାଇଭ କରି ପେନାଙ୍ଗ ଏୟାରପୋର୍ଟକୁ ଯାଆନ୍ତି। ପେନାଙ୍ଗରୁ କୁଆଲାଲମ୍ପୁର ଯାଉଥିବା ବିମାନ ସକାଳ ୬.୩୦ରେ ବାହାରିଥାଏ। ସକାଳ ୭ଟା ୪୫ ସୁଦ୍ଧା ସେ ତାଙ୍କ ଅଫିସରେ ପହଞ୍ଚିଯାନ୍ତି। ସେଠାରେ ନିଜ ଶିଫ୍ଟ ଶେଷ କରି ରାତି ୭.୩୦ ସୁଦ୍ଧା ଘରକୁ ଫେରି ଆସନ୍ତି ବୋଲି ସେ କହିଛନ୍ତି। ତେବେ ଏହି ନୂତନ କାର୍ଯ୍ୟସୂଚୀ ଅନୁଯାୟୀ, ତାଙ୍କର ମାସିକ ୧୪ରୁ ୧୫ ହଜାର ଟଙ୍କା ସଞ୍ଚୟ ହେଉଥିବା ରଚେଲ କହିଛନ୍ତି। ପୂର୍ବରୁ ଘର ଭଡ଼ା ଏବଂ ଅନ୍ୟାନ୍ୟ ଖର୍ଚ୍ଚକୁ ମିଶାଇ ତାଙ୍କର ମାସିକ ୪୭୪ ଡ଼ଲାର (ପ୍ରାୟ ୪୧ ହଜାର ଟଙ୍କା) ଖର୍ଚ୍ଚ ହେଉଥିବାବେଳେ ଏବେ ବିମାନରେ ଯିବା ଆସିବା ପାଇଁ ତାଙ୍କର ମାସିକ ୩୧୬ ଡଲାର (ପ୍ରାୟ ୨୭ ହଜାର ଟଙ୍କା) ଖର୍ଚ୍ଚ ହେଉଛି। ତେବେ ପ୍ରତିଦିନ ଭୋର୍‌ ୪ଟାରେ ଉଠୁଥିବାରୁ ଅନେକ ସମୟରେ ତାଙ୍କୁ ଥକ୍କାପଣ ଅନୁଭବ ହୋଇଥାଏ। ହେଲେ ରାତିରେ ଘରକୁ ଫେରି ପିଲାଙ୍କୁ ଦେଖିଦେବା ପରେ ସବୁ ଥକ୍କାପଣ ଦୂର ହୋଇଯାଏ ବୋଲି ରଚେଲ କହିଛନ୍ତି। ପିଲାଙ୍କ ଯତ୍ନ ନେବା ପାଇଁ ରଚେଲ ଦୈନିକ ୭୦୦ କି.ମି. ଯାତ୍ରା କରୁଥିବାରୁ କେତେକ ସ୍ଥାନୀୟ ଗଣମାଧ୍ୟମ ତାଙ୍କୁ ମାଲେସିଆର ସୁପର ମମ୍‌ ଭାବେ ଅଭିହିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ସୁଦାନ ହସ୍ପିଟାଲ ଉପରେ ବଡ଼ଧରଣର ଆକ୍ରମଣ: ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ନିନ୍ଦା କରି କହିଲେ…

କାଇରୋ,୨୨ା୩: ସୁଦାନର ଡାର୍‌ପୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲ ଉପରେ ଆକ୍ରମଣ ଯୋଗୁ ୧୩ ଜଣ ପିଲାଙ୍କ ସମେତ ଅନୂ୍ୟନ ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri