Categories: ପୁରୀ

ବିଶ୍ୱ ଶିଶୁକନ୍ୟା ଦିବସ

ପୁରୀ,୧୧ା୧୦: ବିଶ୍ୱ ଶିଶୁକନ୍ୟା ଦିବସ ଉପଲକ୍ଷେ  ଭୋଳାନାଥ ବିଦ୍ୟାପୀଠ ପରିସରରେ ପୁରୀ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଚିତ୍ରାଙ୍କନ, ବକ୍ତୃତା ଓ ସ୍ଲୋଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉକ୍ତ ପ୍ରତିଯୋଗିତାର ଉଦ୍‌ଘାଟନ ଉତ୍ସବରେ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ରତ୍ନାକର ବେହେରା, ସହକାରୀ ଶିକ୍ଷାଧିକାରୀ ଶ୍ରୀମତୀ ବିଜୟ ବନ୍ଦନା ହୋତା, ଶ୍ରୀମତୀ ନମିତା ବେହେରା ଯୋଗ ଦେଇଥିଲେ। ପ୍ରତିଯୋଗିତା ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ  ଓ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକମାନେ ସହଯୋଗ କରିଥିଲେ।