ଜୁଲାଇ ୧୫ ଯାଏ ଅନ୍ତର୍ଜାତୀୟ ବିମାନ ସେବା ବାତିଲ

ନୂଆଦିଲ୍ଲୀ,୨୭।୬ : ବର୍ତ୍ତମାନ ଯାଏ କରୋନା ସ୍ଥିତିରେ ସୁଧାର ଆସିନାହିଁ। ଘରୋଇ ବଜାରରେ ମେ ୨୫ରୁ ବିମାନ ସେବାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ସ୍ଥିତିର ଜଟିଳତାକୁ ବିଚାରକରି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ଜୁଲାଇ ୧୫ ଯାଏ ଅନ୍ତର୍ଜାତୀୟ ବିମାନ ସେବାକୁ ବାତିଲ କରିଥିବା ଜଣାପଡିଛି। ମାତ୍ର ସ୍ଥିତିକୁ ବିଚାରକରି କିଛି ନିର୍ଦ୍ଦିଷ୍ଟ କ୍ଷେତ୍ର ତଥା ରୁଟ୍‌ରେ ସେବା ଯୋଗାଣ ଲାଗି ଅନୁମତି ମିଳିପାରେ। ସୂଚନାଯୋଗ୍ୟ, କରୋନା ଯୋଗୁ ମାର୍ଚ୍ଚ ୨୩ରୁ ଅନ୍ତର୍ଜାତୀୟ ବିମାନ ସେବା ଉପରେ ସରକାର କଟକଣା ଲଗାଇଛନ୍ତି। ବର୍ତ୍ତମାନ ବିଭିନ୍ନ ପ୍ରସଙ୍ଗକୁ ବିଚାରକରି ଜୁଲାଇ ୧୫ ଯାଏ ବିଦେଶକୁ ବିମାନ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିବା ଡିଜିସିଏର ଏକ ସର୍କୁଲାରେ କୁହାଯାଇଛି।
ବିଦେଶରୁ ଲୋକମାନଙ୍କୁ ଫେରାଇ ଆଣିବା ଲାଗି ସରକାର ହାତକୁ ନେଇଥିବା ବନ୍ଦେ ଭାରତ ମିଶନ କାଯର୍ର୍‌ୟକ୍ରମରେ ଏୟାର ଇଣ୍ଡିଆ ସମେତ ଅନ୍ୟ ଘରୋଇ କମ୍ପାନୀଗୁଡିକ ବିମାନ ସେବା ଯୋଗାଇ ଦେଉଛନ୍ତି। ଏହି ଯୋଜନାକୁ ମେ ୬ରେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ। ୨ ମାସ ଦେଶ ମଧ୍ୟରେ ବିମାନ ସେବା ବାତିଲ ରହିବା ପରେ ମେ ୨୫ରୁ ପୁଣି ଥରେ ଏହାକୁ ଆରମ୍ଭ କରାଯାଇଥିବା ଜଣାପଡିଛି। ସେହିଭଳି ବିମାନର ମଝି ସିଟ୍‌ ଖାଲି ରଖିବାର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି। ଏ ଦିଗରେ ବମ୍ବେ ହାଇକୋର୍ଟଙ୍କ ନିଷ୍ପକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ଗ୍ରାହକଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ବିମାନ କମ୍ପାନୀଗୁଡିକ ପର୍ଯ୍ୟାପ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶରେ କହିଛନ୍ତି। ଏହି ମାମଲା ଉପରେ ସୁପ୍ରିମକୋର୍ଟର ୨ ଜଣିଆ ଖଣ୍ଡପୀଠ ଜଷ୍ଟିସ ସଞ୍ଜୟ କିଷାନ କୌଲ ଏବଂ ଜଷ୍ଟିସ ଭୂଷଣ ଗଭାଇ ଶୁଣାଣି କରିଛନ୍ତି। ବିମାନର ମଝି ସିଟ୍‌ ବ୍ୟବହାର କରିବା ନେଇ ବମ୍ବେ ହାଇକୋର୍ଟ ନିଷ୍ପତ୍ତି ଶୁଣାଇଥିଲେ। ଏୟାର ଇଣ୍ଡିଆ ପାଇଲଟ ଦେବେନ କନାନି ସୁପ୍ରିମକୋର୍ଟରେ ଏହାର ଚ୍ୟାଲେଞ୍ଜ କରିଥିଲେ। ମଝି ସିଟ୍‌ ବିକ୍ରି କରିବା ଲାଗି ଡିଜିସିଏ ମେ ୩୧ରେ ର ନିଷ୍ପତ୍ତି ଗ୍ରହଣ କରିଥିଲା। ଏହା ବିରୋଧରେ କନାନି ସ୍ବତନ୍ତ୍ର ଲିଭ୍‌ ପିଟିଶନ ଦାୟର କରିଥିଲେ। ବିମାନ ପରିଚାଳନା ନେଇ ବିଶେଷଜ୍ଞ କମିଟିର ପ୍ରସ୍ତାବ ଉପରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଡିଜିସିଏ ଶୁକ୍ରବାର କହିଛି। ପାସେଞ୍ଜର ଲୋଡ୍‌ ପ୍ରସଙ୍ଗକୁ ଦେଖି ବିମାନ କମ୍ପାନୀଗୁଡିକ ମଝି ସିଟ୍‌ ଫାଙ୍କା ରଖିପାରିବେ ବୋଲି କମିଟି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri