Posted inଫୁରସତ

ଅନ୍ତର୍ଜାତୀୟ ଶିକ୍ଷା ଅଭିଯାନ

ଆଜି ଆମ ଅଞ୍ଚଳରେ ଏକ ନୂତନ ଇଣ୍ଟରନ୍ୟାଶନାଲ ସ୍କୁଲର ଶୁଭ ଉଦ୍‌ଘାଟନ ହେଲା। ଏହାକୁ ମିଶେଇ ଏବେ ଆମ ଏଇ ସହର ତଳି ଛୋଟ ଅଞ୍ଚଳରେ ତିନୋଟି ଇଣ୍ଟରନ୍ୟାଶନାଲ ସ୍କୁଲ। ଏହା ନିଶ୍ଚିତଭାବେ ଆମ ଅଞ୍ଚଳ ପାଇଁ ଗୌରବର ବିଷୟ। ଆମ ଗାଁର ପିଲାମାନେ ଏବେ ଅନ୍ତର୍ଜାତୀୟ ସ୍କୁଲରେ ପାଠ ପଢ଼ିବେ, ସେଇଟା କିଛି କମ୍‌ କଥା ନୁହେଁ।

ଆଜି ସକାଳେ ମୋତେ ହୃଦ୍‌ବୋଧ ହେଲା ଯେ ଅନ୍ତର୍ଜାତୀୟ ସ୍କୁଲ ସ୍ଥାନୀୟ ଅଞ୍ଚଳ ଉପରେ କି ପ୍ରକାର ପ୍ରଭାବ ପକେଇ ପାରେ। ସକାଳେ ପାଖ ଦୋକାନରୁ କିଛି ସଉଦା କିଣିବା ପରେ ଯେତେବେଳେ କେତେହେଲା ପଚାରିଲି ଦୋକାନୀ ଉତ୍ତର ଦେଲା, ଥାର୍ଟି ଥ୍ରୀ । ମୁଁ ପଚାରିଲି, ତେତିଶ ତ? ମୋତେ ବିରକ୍ତିଆ ଭାବଟେ ରଖି ଅନେଇ ଦୁଇ ତିନି ସେକେଣ୍ଡ ଚୁପ୍‌ ରହିବା ପରେ ମୁଣ୍ଡ ଟୁଙ୍ଗାରି ‘ହଁ’ କଲା। ପାଖରେ ଛିଡ଼ା ହେଇ ସାବୁନ୍‌ କିଣୁଥିବା ରମା ବୋଉ ମାଉସୀ ଦୋକାନୀକୁ ପଚାରିଲେ, ପୁଅ ଏ ସାବୁନୁ କେତେ ? ଦୋକାନୀ କହିବା ପୂର୍ବରୁ ମୁଁ ତାଙ୍କ ହାତରୁ ସାବୁନ୍‌ ନେଇ ଦାମ ଦେଖିଲା ପରେ କହିଲି, ଫାଇଭ ରୁପିସ୍‌ ଓନ୍‌ଲି।
— ଏଁ … କେତେ କହିଲ ପୁଅ ?
ମୁଁ ପୁଣି ଦୋହରେଇଲି, ମାଉସୀ ଫାଇଭ୍‌ ରୁପିସ୍‌ ଓନ୍‌ଲି। ଫାଇଭ୍‌….ବୁଝିଲ ?
ମାଉସୀ ମୋ ହାତରୁ ସାବୁନ ନେଇ ଦୋକାନୀ ହାତକୁ ବଢ଼େଇ ଦେଇ କହିଲେ, ଥାଉ ପୁଅ ଏତେ ଦାମିକା ସାବୁନୁ ଦରକାର ନାହିଁ। ତମ ପାଖରେ ସେ ପାଞ୍ଚ ଟଙ୍କିଆ ଗାଧେଇବା ସାବୁନୁ ନାହିଁ? କଥାଟା ଯାହା ହେଉନା କାହିଁକି ଏହା ନିଶ୍ଚିତ ଯେ କୌଣସି ବସ୍ତୁର ମୂଲ୍ୟ ଯଦି ଓଡ଼ିଆ ବଦଳରେ ଇଂଲିଶରେ କୁହାଯାଏ ତେବେ ତା’ର ମର୍ଯ୍ୟାଦା ବଢ଼େ ଏହା ମୋ ଭଳି ଅନେକଙ୍କ ବଦ୍ଧମୂଳ ଧାରଣା ଆଜି ବି ଅଛି।

ଏପଟେ ସ୍କୁଲ ଖୋଲିବା ଦ୍ୱାରା ସ୍କୁଲ ପାଖରେ କାହାର କେବିନ୍‌ କେଉଁଠି ପଡ଼ିବ ସେ ନେଇ ଚାପା ଉତ୍ତେଜନା ଗାଁ ଯୁବକଙ୍କ ଭିତରେ ଉଠିଲାଣି। କିଏ ଖାତା ପେନ୍‌ ଦୋକାନ ତ କିଏ ଚା ଜଳଖିଆ ଦୋକାନ କରିବ। ଗାଁର ଆଉ କିଛି ଆଶାୟୀ ଯୁବକ ସ୍କୁଲରେ ପିଅନ, ବସ୍‌ ଡ୍ରାଇଭର ଚାକିରି ପାଇଁ ମଧ୍ୟ ଭିତିରିଆ ଯୋଗାଯୋଗ କଲେଣି। ଗାଁର କିଛି ପ୍ରଭାବୀ ମୁରବୀସ୍ଥାନୀୟ ଲୋକ ଏବେ ନିଜର ଝିଅ ବୋହୂଙ୍କୁ ସେଠି ଥଇଥାନ କରିବା ଯୋଜନାରେ ଅଛନ୍ତି। ବିଶେଷକରି ନିଜର ଅବିବାହିତା ଝିଅମାନେ ଯେମିତି ସେଠି ଚାକିରି ଖଣ୍ଡେ ପାଇବେ ସେଇଟା ସେମାନେ ଆଗୁଆ ସ୍କୁଲ ପ୍ରତିଷ୍ଠାତାଙ୍କ ସହ ସେଟିଂ କରିବା ଦୌଡ଼ରେ ଅଛନ୍ତି। ଚାକିରିଆ ଝିଅ ଦେଖିଲେ ଭାବୀଜୋଇଁର ଘରବାଲା ଝିଅର କିଛି ଆବୁରୁଜାବୁରିଆ ଖୁଣକୁ ଅଣଦେଖା କରିଦିଅନ୍ତି ବୋଲି ଶୁଣାଯାଏ। ଝିଅ ଯେତେବେଳେ ଅନ୍ତର୍ଜାତୀୟ ସ୍କୁଲ ଟିଚର ସେତେବେଳେ ବିବାହର ପଥ ସୁଗମ ହୋଇଯାଏ। ହେଉ ପଛେ ଆଠଶହ ଟଙ୍କା ଦରମା ନେଇ ଆଠ ହଜାର ପାଇଛନ୍ତି ବୋଲି ଦସ୍ତଖତ କରନ୍ତୁ।

ଆମ ଘରେ କାମ କରୁଥିବା ଉମା ଚାରିଦିନ ଆଗରୁ କହିଦେଇଛି ଏ ମାସ ଦରମା ସହ ତାକୁ ଆଉ ଦୁଇ ମାସ ଦରମା ଆଗୁଆ ଦରକାର। ତା’ ପୁଅ ଟାଏ ବେଲ୍ଟ ଜୋତା ପିନ୍ଧି କାନ୍ଧରେ ଝୁଲା ବ୍ୟାଗ୍‌ ପକେଇ ଏବେ ତାକୁ ଟାଆ ଟାଆ କରି ସ୍କୁଲ ଯିବ। ବାବୁ ଘର ପିଲାଙ୍କୁ ସ୍କୁଲ ଯିବାର ଦୂରରୁ ଦେଖି ଦୀର୍ଘନିଃଶ୍ୱାସ ଛାଡୁଥିବା ଉମାର ସପନ ଆଜି ପୂରା ହୋଇଛି। ତା’ ପୁଅ ବି ଆଜି ଇଂଲିଶ ଇସ୍କୁଲ ଯିବ କହିଲା ବେଳେ ତା ଆଖିର ଝଲକ ଦେଖି ବୁଝି ହେଉଥିଲା କେତେ ଉଲ୍ଲସିତ ସେ !

ଯାହା ବଡ଼ ବଡ଼ ସାମ୍ୟବାଦୀମାନେ ମୁଣ୍ଡ ଖଟେଇ, ବହି ପଢ଼ି, ଭାଷଣ ମାରି କରିପାରି ନ ଥିଲେ ତାହା ଆଜି ପ୍ରତି ଗାଁରେ ଛତୁ ଭଳି ଫୁଟୁଥିବା ଇଣ୍ଟରନ୍ୟାଶନାଲ ସ୍କୁଲ ସବୁ କରିଦେଲେ। ଯୁଗ ଯୁଗ ଧରି ଅ’ରେ ଅରଟ ପଢ଼ୁଥିବା ଉମା ଭଳି ଗରିବଗୁରୁବା ଲୋକଙ୍କ ପିଲାମାନେ ଏବେ ଧନୀ ଗରିବ ନିର୍ବିଶେଷରେ ବଡ଼ ଲୋକଙ୍କ ପିଲାମାନଙ୍କ ଭଳି ଏ’ ଫର ଆପଲ ପଢ଼ିବେ। ୟାକୁ ହିଁ କୁହନ୍ତି ସାମ୍ୟବାଦ। ଗୋଟିଏ ଦେଶ ଗୋଟିଏ ଶିକ୍ଷା।

ଗୋଟିଏ ଅଞ୍ଚଳରେ ଅନେକ ସ୍କୁଲ ହୋଇଗଲେ ଯେ ସେ ଅଞ୍ଚଳର ସମସ୍ତେ ଶିକ୍ଷିତ ହୋଇଯିବେ ସେ ଧାରଣା ଭ୍ରମ। କେବଳ ଶିକ୍ଷା ପ୍ରାପ୍ତ ଦ୍ୱାରା ଜଣେ ଶିକ୍ଷିତ ହେବ ତାହା ବି ନୁହେଁ। ଜଣେ ଶିକ୍ଷିତଙ୍କ ଦ୍ୱାରା ଶିକ୍ଷାଦାନ ହିଁ ଆଉ ଜଣଙ୍କୁ ଶିକ୍ଷିତ କରିପାରିବ। ଥଇଥାନ ସ୍କିମ୍‌ରେ ନିଯୁକ୍ତି ପାଇଥିବା ତଥାକଥିତ ଶିକ୍ଷିତମାନେ ଯେ କେତେ ଦୂର ପିଲାଙ୍କୁ ଶିକ୍ଷିତ କରିପାରିବେ ତାହା ଅବଶ୍ୟ ଚିନ୍ତାର ବିଷୟ। ଆଞ୍ଚଳିକ ସ୍କୁଲଗୁଡ଼ିକରେ ଏଲ୍‌ପି, ୟୁପି,ଏମ୍‌ଇ, ହାଇସ୍କୁଲର ଉଚ୍ଚ ସହ ଉଚ୍ଚାଙ୍ଗ ଶିକ୍ଷା ପଦ୍ଧତିରେ ଶିକ୍ଷିତ ହୋଇଥିବା ଆମ ଗାଁର ଅଧିକାଂଶ ପିଲା ପ୍ରାୟ ବାସ୍ତବବାଦୀ। ପିଲାମାନଙ୍କୁ ପଚାରିଲେ ସେମାନେ ବାସ୍ତବବାଦୀ ଉତ୍ତର ରଖନ୍ତି। କିଏ ବଡ଼ ହେଲେ ଭଲ ଜଳଖିଆ ଦୋକାନ କି ବଡ଼ ତେଜରାତି ଦୋକାନ କରିବ ତ ଆଉ କିଏ ପାଠ ପଢି ବଡ଼ ହେଲେ ବଡ଼ କେବିନଟିଏ କରି ପାନ ଦୋକାନ ସହ ଷ୍ଟେସନାରି ଜିନିଷ ରଖିବ। ବଡ଼ ହେଲେ ଡାକ୍ତର ଇଞ୍ଜିନିୟର କିମ୍ବା ଆଇଏଏସ୍‌ ହେବାର ସ୍ବପ୍ନ ଦେଖୁଥିବା ଅଧିକାଂଶ ତଥାକଥିତ ଶିକ୍ଷିତ ଲୋକଙ୍କ ପିଲାମାନେ ଯେତେବେଳେ ଦିନଯାକ ହାତରେ ସାର୍ଟିଫିକେଟ ଧରି ଏ ଅଫିସରୁ ସେ ଅଫିସ ବୁଲୁଥାନ୍ତି ସେତେବେଳେ ଗାଁ ମୁଣ୍ଡରେ ପାନ ଦୋକାନଟିଏ କରିଥିବା ତା’ର ସହପାଠୀ ନିଜର ନିୟମିତ ସ୍ଥାୟୀ ରୋଜଗାରରେ ପରିବାରର ଭରଣ ପୋଷଣ କରୁଥାଏ। ତେଣୁ ଏମିତି ବଡ଼ଲୋକିଆ ଶିକ୍ଷା ଯେ ପିଲାଙ୍କୁ ଅବାସ୍ତବ ତଥା ଉଦ୍ଭଟ ସ୍ବପ୍ନ ଦେଖାଏ ଓ ସ୍ବଳ୍ପ ଶିକ୍ଷା ପିଲାଙ୍କୁ ବାସ୍ତବଧର୍ମୀ କରାଏ ତାହାର ଜ୍ୱଳନ୍ତ ପ୍ରମାଣ ଏହି ଲେଖକ ପାଇସାରିଛି।

କଟକରେ ଅତି ଉଚ୍ଚାଙ୍ଗ ଶିକ୍ଷାଦାନ କରୁଥିବା ଏକ ସ୍କୁଲ ଅଧ୍ୟକ୍ଷ ଥରେ ମନ ଦୁଃଖରେ କହିଲେ ଭୁବନେଶ୍ୱରରେ ଥିବା ଏକ ସ୍କୁଲ ପ୍ରତିଦିନ ଛଅଟା ବଡ଼ ବସ୍‌ ପଠେଇ ତାଙ୍କ ଏରିୟାରୁ ଅଧା ପିଲାଙ୍କୁ ନେଇ ଯାଉଛି। ଏହା ସତ୍ୟ ନିଜ ଗାଁ ଗରାଖ ଯଦି ଅନ୍ୟ ଗାଁ ଦୋକାନକୁ ଯାଆନ୍ତି ତେବେ ମନ ଦୁଃଖ ହେବା ସ୍ବାଭାବିକ। ମୁଁ ବି ତାଙ୍କୁ ସମବେଦନା ଜଣେଇ କହିଲି, ଆଉ କ’ଣ କରିପାରିବା ଆଜ୍ଞା ଗରାଖ ଈଶ୍ୱର । ଗରାଖଙ୍କ ଯେଉଁଠି ପସନ୍ଦ ସେ ସେଇ ଦୋକାନକୁ ଯିବେ ଏଥିରେ କିଏ କ’ଣ କରିପାରିବ ! ବରଂ ଆପଣ ଦୂର ଦୂରାନ୍ତରେ ରହୁଥିବା ଛାତ୍ରରୂପୀ ଈଶ୍ୱରମାନଙ୍କୁ ଆପଣଙ୍କ ମନ୍ଦିର ଆଡ଼େ ଟାଣିବା ପାଇଁ ପୂଜା ଅଫର ଭଳି କିଛି ସ୍କିମ୍‌ ଆରମ୍ଭ କରନ୍ତୁ। କୋଡ଼ିଏ ଜଣ ପିଲାଙ୍କୁ ଘଉଡ଼େଇ ଆପଣଙ୍କ ଗୁହାଳକୁ ଆଣିପାରୁଥିବା ଲୋକକୁ ସହକାରୀ ଶିକ୍ଷକ ପଦ, ତିରିଶ ଜଣ ପିଲାଙ୍କୁ ଆଣିଲେ ଶିକ୍ଷକ ପଦ ମିଳିବ। ତା’ ସହ ରିହାତି ଦରରେ ଟିଉସନ ସାର୍‌ ଯୋଗାଇ ଦେବାର ପ୍ରତିଶ୍ରୁତି। କିଛି ପିଲାଙ୍କୁ ଭଡ଼ାରେ ଆଣି ସେମାନଙ୍କୁ ସ୍କୁଲ ଡ୍ରେସ୍‌ ପିନ୍ଧେଇ ତାଙ୍କ ଫଟୋ ସ୍କୁଲ ଗେଟ୍‌ ପାଖରେ ମାରନ୍ତୁ। ତଳେ ଲେଖନ୍ତୁ ଏତକ ପିଲା ୯୫ ପ୍ରତିଶତ ନମ୍ବର ରଖିଛନ୍ତି। କାହାକୁ ସମୟ ଅଣ୍ଟୁଛି ଯେ ସେ ଆସି ସତ୍ୟତା ପରୀକ୍ଷା କରିବ। କିନ୍ତୁ ମାନେକ୍ବିନକୁ ଦେଖି ଗରାଖ ଦୋକାନ ପ୍ରତି ଆକୃଷ୍ଟ ହେଲାଭଳି ଏସବୁ ପୋଷ୍ଟର ଦେଖି ଅଭିଭାବକ ଆପଣଙ୍କ ସ୍କୁଲ ପ୍ରତି ଆକୃଷ୍ଟ ହେବେ। ସତକଥା ହେଲା ଏଠି ମନ୍ଦିର ମାଳ ମାଳକୁ ଠାକୁର କମ୍‌। ଠାକୁର ନିଜେ କନ୍‌ଫ୍ୟୁଜ କେଉଁ ମନ୍ଦିରରେ ରହିବେ। ତେଣୁ ଠାକୁରଙ୍କୁ ନିଜ ମନ୍ଦିର ଆଡ଼କୁ ଆକର୍ଷିତ କରିବାକୁ ହେଲେ ଭୋଗରାଗ ସହ ମନ୍ଦିର ତୋରଣକୁ ଆକର୍ଷଣୀୟ କରିବାକୁ ହେବ। ପାଠ ନ ପଢ଼େଇଲେ ପଛେ ଚଳିବ କିନ୍ତୁ ସ୍କୁଲର ନାଁ ଠୁ ନେଇ ୟୁନିଫର୍ମ ପର୍ଯ୍ୟନ୍ତ ସବୁଠି ଇଂଲିଶ ଇଂଲିଶ ବାସିବା ଦରକାର। ଦୂରରୁ କୌଣସି ଏକ ଫିଲ୍ମ ଗୀତ ଭାସିଆସୁଥିଲା ଆକାଶ ମେଁ ପଂଖି ଗାଇଂଗ, ବଗୀୟନ ମେଁ ଗାଇଂଗ…
– ବନମାଳୀ ଭବନ, ଖାନନଗର,କଟକ
ମୋ: ୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?