ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ବଡ଼ ନିଷ୍ପତ୍ତି ଯୋଗୁ ଭାରତର ଚିନ୍ତା ବଢ଼ିଲା, ଏବେ ଆମେରିକା…

ନୂଆଦିଲ୍ଲୀ,୧୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ଆର୍ଥିକ ନୀତିକୁ ପରିବର୍ତ୍ତନ କରିବାକୁ ସ୍ଥିର କରିଛନ୍ତି। ଯେଉଁଠାରେ ଦେଶର ହିତ ରହିଛି ସେଠାରେ ହିଁ ବ୍ୟବସାୟ କରିବେ ବୋଲି ସ୍ପଷ୍ଟ କରି ସାରିଛନ୍ତି। ଏହି କ୍ରମରେ ଏବେ ଟ୍ରମ୍ପ ଷ୍ଟିଲ୍‌ ଏବଂ ଆଲୁମିନିୟମର ଆମଦାନୀ ଉପରେ ୨୫% ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି। ଏହି ଘୋଷଣାର ପ୍ରଭାବ ଭାରତ ଉପରେ ପଡ଼ିପାରେ ବୋଲି ଆଶା କରାଯାଉଛି।

କହିରଖୁଛୁ, ଟ୍ରମ୍ପ ମଙ୍ଗଳବାର ନଚେତ ବୁଧବାର ଧ୍ୟରେ ଏହି ନୂଆ ଶୁଳ୍କ ନେଇ ଘୋଷଣା କରିପାରନ୍ତି। ଏହାର ସର୍ବାଧିକ କ୍ଷତି ମେକ୍ସିକୋ ଏବଂ ବ୍ରାଜିଲ ଭଳି ଦେଶକୁ ସହିବାକୁ ହେବ। କାନାଡ଼ା, ଦକ୍ଷିଣ କୋରିଆ ଏବଂ ଭିଏତନାମ ଭଳି ଦେଶ ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି। ଆମେରିକା ଭାରତଠାରୁ ସର୍ବାଧିକ ଆଲୁମିନିୟମ ଆମଦାନୀ କରିଥାଏ। ୨୦୨୩ରେ ଭାରତ ଆମେରିକାକୁ ୯୪୭.୫୯ ମିଲିୟନ ଡଲାର ଆଲୁମିନିୟମ ରପ୍ତାନୀ କରିଥିଲା।

୨୦୨୩ରେ ଭାରତ ନିଜର ହିତକୁ ଦୃଷ୍ଟିରେ ରଖି ଆମେରିକା ସହ ଏକ ଚୁକ୍ତି କରିଥିଲା। ଉକ୍ତ ଡିଲ ଅନୁଯାୟୀ ଭାରତଠାରୁ ଆଗାମୀ ୩୩୬,୦୦୦ ଟନ୍‌ ଆଲୁମିନିୟମ ଉପରେ କୌଣସି ଶୁଳ୍କ ନ ଲଗାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଏହି ଚୁକ୍ତି ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସମୟରେ ହୋଇଥିଲା। ହେଲେ ଏବେ ରାଷ୍ଟ୍ରପତିଙ୍କ ଆସନକୁ ଟ୍ରମ୍ପ ଫେରିଛନ୍ତି। ଏବେ ସେ ଶୁଳ୍କ ଲଗାଇବା ନେଇ ନିଷ୍ପତ୍ତି ନେଇଛନ୍ତି।

ପୂର୍ବରୁ ଟ୍ରମ୍ପ କାନାଡା ଏବଂ ମେକ୍ସିକୋ ଉପରେ ୨୫% ଶୁଳ୍କ ଲଗାଇଥିଲେ। ଚାଇନା ଉପରେ ମଧ୍ୟ ସେ ୧୦% ଶୁଳ୍କ ଲଗାଇଥିଲେ। ପରେ ଆଲୋଚନା କରିବା ପରେ କାନାଡା ଏବଂ ମେକ୍ସିକୋକୁ ଛାଡ଼ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ କ୍ରିକେଟ୍‌କୁ ବାଏ ବାଏ କଲେ ଏହି କିମ୍ବଦନ୍ତୀ କ୍ରିକେଟର୍‌: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୨୧।୧: କିମ୍ବଦନ୍ତୀ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ୪୩ ବର୍ଷ ବୟସରେ ପାକିସ୍ତାନ ସୁପର ଲିଗରୁ ଅବସର ନେଇଛନ୍ତି। ସେ ୨୦୧୬ରେ ଏହାର ଉଦଘାଟନୀ ସିଜିନରୁ...

‘ଯଦି କିଛି ହେବ ତେବେ ସମ୍ପୂର୍ଣ୍ଣ ଇରାନକୁ ଉଡାଇଦେବି’, କାହିଁକି ଏମିତି ଧମକ ଦେଲେ ଟ୍ରମ୍ପ? ଜାଣନ୍ତୁ ଏହା ପଛର ବଡ଼ କାରଣ

ଓ୍ବାଶିଂଟନ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସରକାରୀ ଟେଲିଭିଜନରେ ପ୍ରସାରିତ ମୃତ୍ୟୁ ଧମକ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ‘ଯଦି କିଛି ହୁଏ...

ଚାଲିଥିଲା ଜୁଆ ଖେଳ, ଅଚାନକ ଚଢାଉ କଲା ପୋଲିସ, ଆଉ ତା’ପରେ…

ଛତ୍ରପୁର, ୨୧।୧ ( ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ପୋଲିସ ପକ୍ଷରୁ ଚିକଲଖଣ୍ଡିଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଅଚାନକ ଚଢ଼ାଉ କରି ୮...

ଭାରତ-ପାକିସ୍ତାନ ପରମାଣୁ ଯୁଦ୍ଧ ନିକଟତର..ପୁଣି ବିଶ୍ୱରେ ଚହଳ ପକାଇଲା ଟ୍ରମ୍ପଙ୍କ ମନ୍ତବ୍ୟ

ଓ୍ବାଶିଂଟନ,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ମିଛ ଦାବି କରିଛନ୍ତି। ସେ ୨୦୨୫ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ...

ଘାଟିରେ ତଳକୁ ଖସିଲା ଟ୍ରଲର: ଲାଗିଲା ନିଆଁ, ଆଉ ତା’ପରେ…

ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର।...

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

ଭୁବନେଶ୍ୱର,୨୧।୧: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ହେବ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି।...

ସୁନା ଦର ଆକାଶଛୁଆଁ: ଦେଢ଼ଲକ୍ଷ ଟପିଲା ଦାମ୍‌, ଭୁବନେଶ୍ୱରରେ ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୧।୧: ଆଉ ମାରିହେବନି ହାତ। ସୁନା ଦର ଆକାଶଛୁଆଁ। ଦେଢ଼ଲକ୍ଷ ଟପିଲା ଦାମ୍‌। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧ ଲକ୍ଷ ୫୪...

ସ୍ବିଜରଲାଣ୍ଡ ଯାଉଥିଲେ ଟ୍ରମ୍ପ, ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ହଠାତ୍‌ ଖରାପ ହେଲା ବିମାନ, ତା’ପରେ..

ଓ୍ବାଶିଂଟନ୍‌,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେବା ପାଇଁ ସ୍ବିଜରଲାଣ୍ଡର ଡାଭୋସ ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ, ଉଡ଼ାଣ ଆରମ୍ଭ ହେବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri