Posted inଫୁରସତ

ଘିବ୍‌ଲି ପଛର ରୋଚକ କଥା

ଆଜିକାଲି ସୋସିଆଲ ମିଡିଆରେ ଘିବ୍‌ଲି ଆର୍ଟ ଆନିମେଟେଡ ଫଟୋର ଟ୍ରେଣ୍ଡ ଚାଲିଛି । ତେବେ ଜାଣନ୍ତି କି ଏହି ଘିବ୍‌ଲି ଆର୍ଟକ’ଣ ଓ କେଉଁଠୁ ଆସିଛି?
ଭାରତରେ ଏବେ ସେଲିବ୍ରିଟି, ଇନ୍‌ଫ୍ଲୁଏନ୍ସରଙ୍କଠୁ ଆରମ୍ଭ କରି ସାଧାରଣ ଲୋକ ଘିବ୍‌ଲି ଆର୍ଟ ଆନିମେଟେଡ୍‌ ଫଟୋ ଟ୍ରେଣ୍ଡରେ ସାମିଲ ହେଉଛନ୍ତି। ତେବେ ଜାଣନ୍ତି କି ଏହି ଘିବ୍‌ଲି ଆର୍ଟ ଭାରତର ନୁହେଁ, ଏହାର ଜନ୍ମସ୍ଥାନ ହେଉଛି ଜାପାନରେ। ଆଉ ଏହାର ଜନକ ହେଉଛନ୍ତି ହାୟାଓ ମିୟାଜାକି, ଯାହାଙ୍କୁ କି ଜାପାନୀ ଆନିମେଶନ୍‌ ଦୁନିଆର ବାଦଶାହ କୁହାଯାଏ। ନିର୍ଦ୍ଦେଶକ ଇଶାଓ ତାକାତାହ ଏବଂ ନିର୍ମାତା ତୋସିଓ ସୁଜୁକିଙ୍କ ସହ ମିଶି ମିୟାଜାକି ଘିବ୍‌ଲି ଷ୍ଟୁଡିଓ ପ୍ରତିଷ୍ଠାତା କରିଥିଲେ। ଯେଉଁଠି ସେ ଏହି ଆର୍ଟ କରନ୍ତି। ସେ କରିଥିବା ଆନିମେଟେଡ ଫିଲ୍ମଗୁଡ଼ିକୁ ସାରା ପୃଥିବୀରେ ପସନ୍ଦ କରାଯାଇଛି। ଆଉ ହଜାର ହଜାର କୋଟି ଟଙ୍କା ଆୟ ହୋଇଛି। ତାଙ୍କର ସବୁଠାରୁ ଅଧିକ ଆୟ କରିଥିବା ଆନିମେଟେଡ ଫିଲ୍ମ ହେଉଛି ‘ସ୍ପିରିଟେଡ ଅଓ୍ବେ’, ଯାହାକି ୨୩୦୦ କୋଟି ଆୟ କରିଥିଲା।
ଘିବ୍‌ଲି ଆର୍ଟକୁ ଷ୍ଟୁଡିଓରେ ବେଶ୍‌ ସତର୍କତା ଓ ସାବଧାନତାର ସହ କରାଯାଏ। ଏଥିପାଇଁ କୌଣସି ଡିଜିଟାଲ ସହାୟତାର ବ୍ୟବହାର କରାଯାଏ ନାହିଁ। ଆଜିକାର ଦୁନିଆରେ ଯେଉଁଠି କମ୍ପ୍ୟୁଟର ଆନିମେଶନ ସାରା ଦୁନିଆକୁ କବଳିତ କରିଛି, ସେ ସମୟରେ ତାଙ୍କର ପ୍ରତ୍ୟେକ ଫ୍ରେମ୍‌ ପଛରେ ମାନବ କଳାକାରଙ୍କ ପରିଶ୍ରମ ରହିଛି। ପ୍ରାୟତଃ ମିୟାଜାକି ହିଁ ଏହାକୁ କରନ୍ତି।
ଏତେ ପରିଶ୍ରମ ଓ ଭାବଭରା ଏହି ଘିବ୍‌ଲି ଆର୍ଟକୁ କିନ୍ତୁ ଏବେ କିଛି ଆପ୍‌ ଜରିଆରେ ଏଆଇ ମାଧ୍ୟମରେ ମାତ୍ର କିଛି ସମୟ ଭିତରେ ପ୍ରସ୍ତୁତ କରାଯାଇପାରୁଛି। ଆଉ ସାଧାରଣ ଲୋକଙ୍କଠୁ ଆରମ୍ଭ କରି ସେଲିବ୍ରିଟି, ଇନ୍‌ଫ୍ଲୁଏନ୍ସର ସମସ୍ତେ ନିଜର କିଛି ଖାସ୍‌ ମୁହୂର୍ତ୍ତର ଫଟୋକୁ ଏହି ଆପ୍‌ ଜରିଆରେ ଏଆଇ ଦ୍ୱାରା ଘିବ୍‌ଲି ଆର୍ଟରେ ରୂପାନ୍ତରିତ କରୁଛନ୍ତି। ନିଜର ସେହି କ୍ୟୁଟ୍‌ କାର୍ଟୁନ୍‌ ରୂପାନ୍ତର ଏବେ ଲୋକଙ୍କୁ ଏତେ ପସନ୍ଦ ଆସୁଛି ଯେ, ସମସ୍ତେ ଚାହୁଁଛନ୍ତି ଏହାକୁ କରିବାକୁ। ହେଲେ ଏହି ଟ୍ରେଣ୍ଡକୁ ନାପସନ୍ଦ କରନ୍ତି ମିୟାଜାକି। ସେ କୁହନ୍ତି, ‘ଏଆଇ ମାଧ୍ୟମରେ ହେଉଥିବା ଏହି ଘିବ୍‌ଲି ଆର୍ଟ ଟ୍ରେଣ୍ଡ ପାଇଁ ମୁଁ ବହୁତ ନିରାଶ। ଏହା ଘିବ୍‌ଲି କଳା ପ୍ରତି ଅପମାନ। ମତେ ଲାଗୁଛି ଆଜିକାଲି ମଣିଷର ନିଜ ପ୍ରତି ବିଶ୍ୱାସ କମିବାରେ ଲାଗିଛି। ତେଣୁ ଏଆଇର ସହାୟତା ନିଆଯାଉଛି।’
ଏହି ଟ୍ରେଣ୍ଡକୁ ନେଇ ବିଶେଷଜ୍ଞ କହନ୍ତି,‘ଏହାଦ୍ୱାରା ଲୋକଙ୍କର ବ୍ୟକ୍ତିଗତ ଡାଟା ଚୋରି ହେଉଛି, ଯାହାକି ସାଧାରଣ ଲୋକଙ୍କ ପାଇଁ ଭବିଷ୍ୟତରେ ଅସୁବିଧା ସୃଷ୍ଟି ହୋଇପାରେ।’

Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri