Posted inଫୁରସତ

ଘିବ୍‌ଲି ପଛର ରୋଚକ କଥା

ଆଜିକାଲି ସୋସିଆଲ ମିଡିଆରେ ଘିବ୍‌ଲି ଆର୍ଟ ଆନିମେଟେଡ ଫଟୋର ଟ୍ରେଣ୍ଡ ଚାଲିଛି । ତେବେ ଜାଣନ୍ତି କି ଏହି ଘିବ୍‌ଲି ଆର୍ଟକ’ଣ ଓ କେଉଁଠୁ ଆସିଛି?
ଭାରତରେ ଏବେ ସେଲିବ୍ରିଟି, ଇନ୍‌ଫ୍ଲୁଏନ୍ସରଙ୍କଠୁ ଆରମ୍ଭ କରି ସାଧାରଣ ଲୋକ ଘିବ୍‌ଲି ଆର୍ଟ ଆନିମେଟେଡ୍‌ ଫଟୋ ଟ୍ରେଣ୍ଡରେ ସାମିଲ ହେଉଛନ୍ତି। ତେବେ ଜାଣନ୍ତି କି ଏହି ଘିବ୍‌ଲି ଆର୍ଟ ଭାରତର ନୁହେଁ, ଏହାର ଜନ୍ମସ୍ଥାନ ହେଉଛି ଜାପାନରେ। ଆଉ ଏହାର ଜନକ ହେଉଛନ୍ତି ହାୟାଓ ମିୟାଜାକି, ଯାହାଙ୍କୁ କି ଜାପାନୀ ଆନିମେଶନ୍‌ ଦୁନିଆର ବାଦଶାହ କୁହାଯାଏ। ନିର୍ଦ୍ଦେଶକ ଇଶାଓ ତାକାତାହ ଏବଂ ନିର୍ମାତା ତୋସିଓ ସୁଜୁକିଙ୍କ ସହ ମିଶି ମିୟାଜାକି ଘିବ୍‌ଲି ଷ୍ଟୁଡିଓ ପ୍ରତିଷ୍ଠାତା କରିଥିଲେ। ଯେଉଁଠି ସେ ଏହି ଆର୍ଟ କରନ୍ତି। ସେ କରିଥିବା ଆନିମେଟେଡ ଫିଲ୍ମଗୁଡ଼ିକୁ ସାରା ପୃଥିବୀରେ ପସନ୍ଦ କରାଯାଇଛି। ଆଉ ହଜାର ହଜାର କୋଟି ଟଙ୍କା ଆୟ ହୋଇଛି। ତାଙ୍କର ସବୁଠାରୁ ଅଧିକ ଆୟ କରିଥିବା ଆନିମେଟେଡ ଫିଲ୍ମ ହେଉଛି ‘ସ୍ପିରିଟେଡ ଅଓ୍ବେ’, ଯାହାକି ୨୩୦୦ କୋଟି ଆୟ କରିଥିଲା।
ଘିବ୍‌ଲି ଆର୍ଟକୁ ଷ୍ଟୁଡିଓରେ ବେଶ୍‌ ସତର୍କତା ଓ ସାବଧାନତାର ସହ କରାଯାଏ। ଏଥିପାଇଁ କୌଣସି ଡିଜିଟାଲ ସହାୟତାର ବ୍ୟବହାର କରାଯାଏ ନାହିଁ। ଆଜିକାର ଦୁନିଆରେ ଯେଉଁଠି କମ୍ପ୍ୟୁଟର ଆନିମେଶନ ସାରା ଦୁନିଆକୁ କବଳିତ କରିଛି, ସେ ସମୟରେ ତାଙ୍କର ପ୍ରତ୍ୟେକ ଫ୍ରେମ୍‌ ପଛରେ ମାନବ କଳାକାରଙ୍କ ପରିଶ୍ରମ ରହିଛି। ପ୍ରାୟତଃ ମିୟାଜାକି ହିଁ ଏହାକୁ କରନ୍ତି।
ଏତେ ପରିଶ୍ରମ ଓ ଭାବଭରା ଏହି ଘିବ୍‌ଲି ଆର୍ଟକୁ କିନ୍ତୁ ଏବେ କିଛି ଆପ୍‌ ଜରିଆରେ ଏଆଇ ମାଧ୍ୟମରେ ମାତ୍ର କିଛି ସମୟ ଭିତରେ ପ୍ରସ୍ତୁତ କରାଯାଇପାରୁଛି। ଆଉ ସାଧାରଣ ଲୋକଙ୍କଠୁ ଆରମ୍ଭ କରି ସେଲିବ୍ରିଟି, ଇନ୍‌ଫ୍ଲୁଏନ୍ସର ସମସ୍ତେ ନିଜର କିଛି ଖାସ୍‌ ମୁହୂର୍ତ୍ତର ଫଟୋକୁ ଏହି ଆପ୍‌ ଜରିଆରେ ଏଆଇ ଦ୍ୱାରା ଘିବ୍‌ଲି ଆର୍ଟରେ ରୂପାନ୍ତରିତ କରୁଛନ୍ତି। ନିଜର ସେହି କ୍ୟୁଟ୍‌ କାର୍ଟୁନ୍‌ ରୂପାନ୍ତର ଏବେ ଲୋକଙ୍କୁ ଏତେ ପସନ୍ଦ ଆସୁଛି ଯେ, ସମସ୍ତେ ଚାହୁଁଛନ୍ତି ଏହାକୁ କରିବାକୁ। ହେଲେ ଏହି ଟ୍ରେଣ୍ଡକୁ ନାପସନ୍ଦ କରନ୍ତି ମିୟାଜାକି। ସେ କୁହନ୍ତି, ‘ଏଆଇ ମାଧ୍ୟମରେ ହେଉଥିବା ଏହି ଘିବ୍‌ଲି ଆର୍ଟ ଟ୍ରେଣ୍ଡ ପାଇଁ ମୁଁ ବହୁତ ନିରାଶ। ଏହା ଘିବ୍‌ଲି କଳା ପ୍ରତି ଅପମାନ। ମତେ ଲାଗୁଛି ଆଜିକାଲି ମଣିଷର ନିଜ ପ୍ରତି ବିଶ୍ୱାସ କମିବାରେ ଲାଗିଛି। ତେଣୁ ଏଆଇର ସହାୟତା ନିଆଯାଉଛି।’
ଏହି ଟ୍ରେଣ୍ଡକୁ ନେଇ ବିଶେଷଜ୍ଞ କହନ୍ତି,‘ଏହାଦ୍ୱାରା ଲୋକଙ୍କର ବ୍ୟକ୍ତିଗତ ଡାଟା ଚୋରି ହେଉଛି, ଯାହାକି ସାଧାରଣ ଲୋକଙ୍କ ପାଇଁ ଭବିଷ୍ୟତରେ ଅସୁବିଧା ସୃଷ୍ଟି ହୋଇପାରେ।’

Enter your email to get our daily news in your inbox.

All Right Reserved By Dharitri.Com

ଉଠିଲାଣି ୫୬ ଲକ୍ଷ, ପଡ଼ିରହିଛି ୭ ଲକ୍ଷ କୁଇଣ୍ଟାଲ

ଭବାନୀପାଟଣା,୫ା୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ଲାଗିରହିଛି। ଧାନ କିଣାକୁ ୨ ମାସରୁ ଊଦ୍ଧର୍‌ବ ସମୟ ବିତିଯାଇଥିଲେ ମଧ୍ୟ…

ଛାତିଥରା…ଦୁଇ ଗାଁରେ 162 ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୫।୨: ପଶ୍ଚିମ ନାଇଜେରିଆର ଦୁଇଟି ଗାଁରେ ଆକ୍ରମଣ କରି ସଶସ୍ତ୍ର ଆତଙ୍କବାଦୀମାନେ ଅତି କମରେ ୧୬୨ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବୁଧବାର ଦିନ ଜଣେ…

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

ମହାନଦୀ ଜଳ ବିବାଦ: ଓଡ଼ିଶା ଚାହୁଁଛି କେନ୍ଦ୍ର ମଧ୍ୟସ୍ଥତା

ଭୁବନେଶ୍ୱର,୫ା୨(ରବିନାରାୟଣ ଜେନା):ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହା ଟ୍ରିବ୍ୟୁନାଲ ମାଧ୍ୟମରେ ସମାଧାନ ହେବା ସମୟସାପେକ୍ଷ। ତେଣୁ ମଧ୍ୟସ୍ଥ ଜରିଆରେ…

ଜୀବନ ରକ୍ଷା କରିବ ‘ହାର୍ଟଗାର୍ଡ’ ମାସ୍କ, ହୃଦଘାତ ପୂର୍ବରୁ ବାଜିବ ଆଲାର୍ମ

କଟକ,୫।୨(କୁମାରଶ୍ରୀ): ମୁହଁରେ ବନ୍ଧା ଯାଇଥିବା ମାସ୍କ ଜୀବନ ରକ୍ଷା କରିପାରିବ। ସମ୍ପୃକ୍ତ ବ୍ୟକ୍ତିଙ୍କ ହୃଦ୍‌ଘାତ ହେବା ପୂର୍ବରୁ ବାଜିବ ଆଲାର୍ମ। ଶାରୀରିକ ଅସୁସ୍ଥତାକୁ ସୂଚାଇ ମାସ୍କ ଜରିଆରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri