ବେଦାନ୍ତ ଆଲୁମିନିୟମ ପକ୍ଷରୁ ଇଣ୍ଟରାକ୍ଟିଭ ପ୍ରଦର୍ଶନୀ

ଭୁବନେଶ୍ୱର,୨୬।୧: ବେଦାନ୍ତ ଆଲୁମିନିୟମର ଓଡ଼ିଶା ପକ୍ଷରୁ ରାୟଗଡ଼ା ଜିଲା ପ୍ରଶାସନ ସହଭାଗିତାରେ ଏକ ଇଣ୍ଟରାକ୍ଟିଭ ପ୍ରଦର୍ଶନୀର ଆୟୋଜନ କରିଥିଲା। ବିଶେଷକରି ଏଫ୍‌ଆଇଏଚ୍‌ ହକି ବିଶ୍ୱକପ୍‌ ୨୦୨୩ ର ଏକ ଜୀବନ୍ତ ମୁହୂର୍ତ୍ତଗୁଡିକୁ ଉକ୍ତ ପ୍ରଦର୍ଶନୀରେ ପ୍ରଦର୍ଶିତ କରାଯାଇଛି। ଏପରିକି ରାୟଗଡ଼ାର ଚଇତି ମହୋତ୍ସବର ଏକ ଅଂଶ ଭାବ କମ୍ପାନୀ ସ୍ଥାନୀୟ ସମ୍ପ୍ରଦାୟ ପାଇଁ ଏକ ମିନି ହକି ଷ୍ଟାଡିୟମର ଅଭିଜ୍ଞତା ଏକାଠି କରିଥିଲା, ଯାହାକି ହକି ବିଶ୍ୱକପ୍‌ ଉପରେ ଆଧାରିତ ହୋଇଥିବା ଅନେକ ଇଣ୍ଟରାକ୍ଟିଭ୍‌ ପ୍ରଦର୍ଶନୀ ସହ ପୂର୍ଣ୍ଣ ହୋଇଥିଲା। ସେହିଭଳି ରାୟଗଡ଼ା ଏବଂ ଏହାର ଆଖପାଖ ଅଞ୍ଚଳରେ ଉଭୟ ଯୁବକ ଏବଂ ବୃଦ୍ଧ ହକି ଉତ୍ସାହୀମାନଙ୍କ ଦ୍ୱାରା ଏହି ପ୍ରଦର୍ଶନୀ ବହୁ ଆଦୃତି ଲାଭ କରିଥିଲା। ଆନୁମାନିକ ୧,୦୦,୦୦୦ ଲୋକ ୫ ଦିନିଆ ଉତ୍ସବରେ ବେଦାନ୍ତ ଦ୍ୱାରା ସ୍ଥାପନ କରାଯାଇଥିବା ପ୍ରଦର୍ଶନୀକୁ ପରିଦର୍ଶନ କରିଥିଲେ। ବେଦାନ୍ତ ଆଲୁମିନିୟମର ସିଇଓ(ଏମ୍‌) ଭି. ଶ୍ରୀକାନ୍ତ କହିଛନ୍ତି, ଆମେ ସର୍ବଦା ସମ୍ପ୍ରଦାୟର ବିକାଶ ଏବଂ ସମ୍ପ୍ରଦାୟକୁ ନିଜ ତଥା ଭବିଷ୍ୟତ ପିଢ଼ି ପାଇଁ ଏକ ଉନ୍ନତ ମାନର ଜୀବନ ଦେବା ପାଇଁ ଉତ୍ସାହିତ କରିବା ଉପରେ ଧ୍ୟାନ ଦେଇଥାଉ।

 


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ୧୨ ବର୍ଷ , ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ: ଏହି ବିଷୟ ଉପରେ କଲେ ଆଲୋଚନା

ରାଇକିଆ,୨୨।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ହରି ଓମ କଲ୍ୟାଣ ମଣ୍ଡପ ଠାରେ ସୋମବାର କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଓ ରାଜ୍ୟ ସରକାରଙ୍କ ୨ ବର୍ଷ…

ପ୍ରକାଶ ପାଇଲା UG ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ, ରେଭେନ୍ସା ଆଗରେ

କଟକ,୨୨।୬: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୋମବାର UG ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇଛି। ଏଥିରେ ରେଭେନ୍‌ଶା ବିଶ୍ବବିଦ୍ୟାଳୟ ଆଗରେ ରହିଛି। ରେଭେନ୍‌ଶାରେ କଳା(ରାଜନୀତି ବିଜ୍ଞାନ)…

ଲେବର ପାର୍ଟିରେ ଉତ୍ତେଜନା ମଧ୍ୟରେ ୟୁକେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କିର୍‌ ଷ୍ଟାର୍ମର

ଲଣ୍ଡନ,୨୨।୬: ବ୍ରିଟିଶ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମରଙ୍କ ଇସ୍ତଫା ସମ୍ପର୍କରେ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ସୋମବାର (ଜୁନ ୨୨) କିର୍‌ ଷ୍ଟାର୍ମର ପ୍ରଧାନମନ୍ତ୍ରୀ ପଦ ଛାଡିବା ନିଷ୍ପତ୍ତି ଘୋଷଣା…

‘ଅଧିକ ଚିନ୍ତା କର ନାହିଁ’, କିଏ ଆଉ କାହିଁକି ଏମିତି କହିଲେ ବୈଭବ ସୂର୍ଯ୍ୟବଂଶୀଙ୍କୁ? ତା’ପରେ ଆସିଲା ଝଡ଼…

ନୂଆଦିଲ୍ଲୀ,୨୨।୬: ବୈଭବ ସୂର୍ଯ୍ୟବଂଶୀ ଜାଣିଥିଲେ ଯେ ଶ୍ରୀଲଙ୍କାରେ ତ୍ରି-ସିରିଜରେ ସମସ୍ତଙ୍କ ନଜର ତାଙ୍କ ଉପରେ ରହିବ। ୧୫ ବର୍ଷୀୟ ବ୍ୟାଟସମ୍ୟାନଙ୍କୁ ଭାରତ ଏ ପାଇଁ ଜଣେ ପ୍ରମୁଖ…

ଜିଅନ୍ତା ଜଳିଗଲେ ସ୍ତ୍ରୀ, ସ୍ବାମୀ ଗୁରୁତର, ହତ୍ୟା ଅଭିଯୋଗ ଆଣି ବାପଘର ଲୋକେ କହିଲେ…

ଖଲ୍ଲିକୋଟ,୨୨।୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ମଥୁରା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇ ସ୍ତ୍ରୀ,…

ସରକାରଙ୍କ ବଡ଼ ଉପହାର, ୨୦ ପ୍ରତିଶତ ବଢିଲା DA, ଆଶା କର୍ମୀଙ୍କୁ ମିଳିବ ୨ହଜାର, ମହିଳାଙ୍କ ପାଇଁ ମାଗଣା ବସ ସେବା

କୋଲକାତା,୨୨।୬: ସୋମବାର, ପଶ୍ଚିମବଙ୍ଗ ସରକାର ଅନେକ ସୁବିଧା ଘୋଷଣା କରିଛନ୍ତି। ରାଜ୍ୟ କ୍ୟାବିନେଟ ରାଜ୍ୟ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA) 20 ପ୍ରତିଶତ ବୃଦ୍ଧି କରିବାକୁ…

ବାଲିଘାଟରେ ହତ୍ୟାକାଣ୍ଡ ଅଭିଯୋଗ: ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ, ଦ୍ୱିତୀୟ ଦିନରେ ବି ଉତ୍ତେଜନା..

ଦେବଗଡ଼, ୨୨/୬ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ସିଙ୍ଗଶାଳ-ଚଟିଆପାଲି ବାଲିଘାଟରେ ଜଣେ ଯୁବକଙ୍କୁ ହତ୍ୟା କରି ଶବକୁ ବାଲି ଭିତରେ ପୋତି…

ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ସହାୟତା ଘୋଷଣା

ଭୁବନେଶ୍ୱର,୨୨।୬: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ୍‌ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri