ସାଲେପୁର,୧୪ା୫(ଅରବିନ୍ଦ ଭୂୟାଁ): କଟକ ଜିଲା ସମେତ ଓଡ଼ିଶାର ଭିଭିନ୍ନ ଜିଲାରେ ଡକାୟତି ମାମଲା ଘଟାଇ ଫେରାର ହୋଇଯାଉଥିବା ଡକାୟତି ଦଳକୁ କଟକ ଜିଲା ଗ୍ରାମାଞ୍ଚଳ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। କଟକ ଜିଲାର ସାଲେପୁର, ମାହାଙ୍ଗା ଓ ନେମାଳ ଅଞ୍ଚଳରେ ହୋଇଥିବା ଡକାୟତି ଘଟଣାର ତଦନ୍ତ ଆରମ୍ଭ କରି ପୋଲିସ ଏହି ଡକାୟତି ଦଳକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୪୦ ଗ୍ରାମ ସୁନା ଓ ୫ କେଜି ୨ ଶହ ଗ୍ରାମ ରୁପା ଅଳଙ୍କାର, ନଗଦ ୩ ଲକ୍ଷ ୩ ହଜାର ଟଙ୍କା ଏକ ଆଇଚର ବସ୍ ଜବତ କରିଥିବା ବେଳେ ସେମାଙ୍କ ନିକଟରୁ ଏକ ବନ୍ଧୁକ ତିନୋଟି ଜୀବନ୍ତ ଗୁଳି, ୪ଟି ଖଣ୍ଡା ଜବତ ହୋଇଛି। ଏହି ସବୁଘଟଣାର ମୁଖ୍ୟ ଅଭିଯୁକ୍ତ ଜଗତସିଂହପୁର ଜିଲାର ସୁଶାନ୍ତ ସାହୁ, ମାହାଙ୍ଗା ଥାନ ଅଞ୍ଚଳର ଦୀପ୍ତିକାନ୍ତ ପୃଷ୍ଟି, ନେମାଳ ଅଞ୍ଚଳର ବସନ୍ତ ବଳ, ମାହାଙ୍ଗା ଅଞ୍ଚଳର କୈଳାସ ସାହୁ, ଜଗତସିଂହପୁର ଜିଲାର ବିରଞ୍ଚି ନାରାୟଣ ସାହୁ ଓ ଲକ୍ଷ୍ମୀଧର ସାହୁଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଚୋରା ଅଳଙ୍କାର କିଣିଥିବା ସାଲେପୁର ଅଞ୍ଚଳର ଅଜୟ ସାହୁ, ତିଲୋଚନ ସାହୁ ଓ ବାଲେଶ୍ବର ଜିଲାର ଆଲୋକ ନନ୍ଦିକୁ ପୋଲିସ ଗିରଫ କରିଥିବା ଆଜି ସାଲେପୁର ଥାନା ପରିସରରେ ଥିବା ଏକ ଖବରଦାତା ସମ୍ମିଳନୀରେ ଗ୍ରାମାଞ୍ଚଳ ଏସ୍ପି ପ୍ରତୀକ ସିଂହ ପ୍ରକାଶ କରିଛନ୍ତି।