ଭୁବନେଶ୍ୱର,୧୦ା୩(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ହେଲା ଅଧିକାଂଶ ସ୍ଥାନରେ ତାପମାତ୍ରା ୩୭ଂ ଡିଗ୍ରୀ ସେଲସିୟସ୍ ଉପରେ ରହୁଛି। ସୋମବାର ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୩୮ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେହିପରି ବଲାଙ୍ଗୀର ଓ ଝାରସୁଗୁଡ଼ାରେ ୩୭.୪, ସୋନପୁର ୩୭.୨, ଭବାନୀପାଟଣା ୩୭, ସୁନ୍ଦରଗଡ଼ ଓ ସମ୍ବଲପୁରରେ ତାପମାତ୍ରା ୩୬.୯ ଡିଗ୍ରୀ ରହିଥିଲା। ତେବେ ଆଗକୁ ପାରଦ ୪୦ ଡିଗ୍ରୀ ଟପିଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପଟେ ଆସନ୍ତା ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହିଟ୍ ଓ୍ବେଭ୍ ନେଇ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ବୌଦ୍ଧ, ସମ୍ବଲପୁର, ସୋନପୁର, ବଲାଙ୍ଗୀର, କଳାହାଣ୍ଡି ଓ ଝାରସୁଗୁଡ଼ା ଆଦି ୭ଜିଲାରେ ହିଟ୍ ଓ୍ବେଭ୍ ଜାରି ରହିବାର ସମ୍ଭାବନା ଥିବାରୁ ସମ୍ପୃକ୍ତ ଜିଲାଗୁଡ଼ିକୁ ୟେଲୋ ଓ୍ବାର୍ନିିଂ ଦେଇଛି ପାଣିପାଗ କେନ୍ଦ୍ର।