ପ୍ରବଳ ଉତ୍ତାପ ଗରିବଙ୍କ ସ୍ମୃତି ଶକ୍ତିକୁ ଦୁର୍ବଳ କରୁଛି, ତାତି ଲହରରେ ଶକ୍ତିହୀନ ହେଉଛି ଜ୍ଞାନ ସ୍ନାୟୁ…

ଓ୍ବାଶିଂଟନ,୨୦।୮ : ଅତ୍ୟଧିକ ଉତ୍ତାପ ବିଶେଷ କରି ବୃଦ୍ଧ ଏବଂ ଦାରିଦ୍ର୍ୟରେ ଜୀବନଯାପନ କରୁଥିବା ଲୋକଙ୍କ ସ୍ମୃତି ଶକ୍ତିକୁ ଦୁର୍ବଳ କରୁଛି । ଏନଓ୍ବାଇୟୁ ସ୍କୁଲ ଅଫ ଗ୍ଲୋବାଲ ପବ୍ଲିକ ହେଲଥ୍‌ର ଅନୁସନ୍ଧାନକାରୀଙ୍କ ଦ୍ୱାରା ପରିଚାଳିତ ଏକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି। ଅଧ୍ୟୟନ ଅନୁଯାୟୀ, ଅତ୍ୟଧିକ ଉତ୍ତାପର ସଂସ୍ପର୍ଶରେ ଆସିବା ଦ୍ୱାରା ସମ୍ବେଦନଶୀଳ ଜ୍ଞାନ ସ୍ନାୟୁୁ ଶକ୍ତିହୀନ ହେବାର ଆଶଙ୍କା ରହିଥାଏ, କିନ୍ତୁ ଏହା ସମଗ୍ର ଜନସଂଖ୍ୟାରେ ସମାନ ନୁହେଁ।

ଅଧ୍ୟୟନ ଅନୁଯାୟୀ, ଅତ୍ୟଧିକ ଉତ୍ତାପ ହେଉଛି ବିଶ୍ୱରେ ପାଣିପାଗ ଜନିତ ମୃତ୍ୟୁର ମୁଖ୍ୟ କାରଣ, ବିଶେଷକରି ଆମେରିକାରେ, ଯାହା ପ୍ରତିବର୍ଷ ଝଡ଼, ଘୂର୍ଣ୍ଣିବଳୟ ଏବଂ ବଜ୍ରପାତ ଅପେକ୍ଷା ଅଧିକ ଲୋକଙ୍କ ଜୀବନ ନେଇଥାଏ। ଛୋଟ ପିଲା ଏବଂ ବୃଦ୍ଧମାନେ ଉତ୍ତାପ ଜନିତ ସମସ୍ୟା ଗରମ ଥକାପଣ ଏବଂ ଅଂଶୁଘାତର ଶିକାର ହୋଇଥାନ୍ତି।
ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଅତ୍ୟଧିକ ଉତ୍ତାପର ସଂସ୍ପର୍ଶରେ ଆସିବା ଦ୍ୱାରା ଗରିବ ଲୋକଙ୍କ ଶୀଘ୍ର ଜ୍ଞାନଗତ ହ୍ରାସ ଘଟାଇଥାଏ। କିନ୍ତୁ ଧନୀମାନେ କମ ପ୍ରଭାବିତ ହୋଇଥାନ୍ତି। ଗବେଷକମାନଙ୍କ କହିବାନୁସାରେ, ଧନୀ ଲୋକଙ୍କ ପାଖରେ କେତେକ ଉତ୍ସ ରହିଥାଏ ଯାହା ଉତ୍ତାପକୁ ରୋକିବାରେ ସାହାଯ୍ୟ କରିଥାଏ। ସୁପରିଚାଳିତ ସବୁଜ କ୍ଷେତ୍ର, ଏୟାର କଣ୍ଡିସନର ଏବଂ ଥଣ୍ଡା ଭଳି ଜିନିଷ ସେମାନଙ୍କୁ ଗରମରୁ ରକ୍ଷା କରିଥାଏ। ଦାରିଦ୍ର୍ୟ ଲୋକଙ୍କ ପାଖରେ ଏହିପରି ଉତ୍ସଗୁଡିକ ବିଦ୍ୟମାନ ନ ଥାଏ।

ଅଧ୍ୟୟନ ପାଇଁ, ଅନୁସନ୍ଧାନକାରୀମାନେ ୧୨ ବର୍ଷ ମଧ୍ୟରେ ମିସିଗାନ ୟୁନିଭରସିଟି ଦ୍ୱାରା ପରିଚାଳିତ ସ୍ବାସ୍ଥ୍ୟ ଏବଂ ଅବସର ଅଧ୍ୟୟନର ଏକ ଅଂଶ ଭାବରେ ସର୍ଭେ ବ୍ୟବହାର କରିଥିଲେ। ଏହି ସର୍ଭେରେ ପ୍ରାୟ ୯,୫୦୦ ବୟସ୍କ ୫୨ ବର୍ଷରୁ ଅଧିକ ବୟସ୍କଙ୍କ ତଥ୍ୟ ବିଶ୍ଳେଷଣ କରାଯାଇଥିଲା। ଅନୁସନ୍ଧାନକାରୀମାନେ ଯେଉଁଠାରେ ଅଂଶଗ୍ରହଣକାରୀମାନେ ରହୁଥିଲେ ସେହି ଅଞ୍ଚଳର ସାମାଜିକ-ଅର୍ଥନୈତିକ ପଦକ୍ଷେପ ଉପରେ ମଧ୍ୟ ଦୃଷ୍ଟି ଦେଇଥିଲେ। ଏଥିସହ, ସେମାନେ ତାପମାତ୍ରା ତଥ୍ୟ ଉପରେ ଆଧାର କରି ୧୨ ବର୍ଷ ମଧ୍ୟରେ ଅତ୍ୟଧିକ ଉତ୍ତାପର ଅଂଶଗ୍ରହଣକାରୀଙ୍କ ସାମଗ୍ରିକ ବିପଦକୁ ଗଣନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri